‘ଇଣ୍ଡିଆ ନୁହେଁ ଭାରତ‘ ନିଆଁରେ ଘିଅ ଢ଼ାଳିଲା ‘ପ୍ରାଇମ୍‌ ମିନିଷ୍ଟର୍ ଅଫ୍‌ ଭାରତ’ ସରକାରୀ ବିଜ୍ଞପ୍ତି

The Sakala Picture
Published On

ନୂଆଦିଲ୍ଲୀ : ‘ଇଣ୍ଡିଆ’ ବନାମ ‘ଭାରତ’ କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଦେଶର ସମ୍ଭାବ୍ୟ ନାମ ପରିବର୍ତ୍ତନ ନେଇ ପୁଣି ଏକ ଆଭାସ ମିଳିଛି । ସେପ୍ଟେମ୍ବର ୯ ତାରିଖରେ ଏକ ରାତ୍ର ଭୋଜନ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ଭାରତ’ ନାମ ଉଲ୍ଲେଖ କରି ନିମନ୍ତ୍ରଣପତ୍ର ମିଳିବା ପରେ ଦେଶର ନାମ ‘ଇଣ୍ଡିଆ’ରୁ ସରକାରୀ ଭାବେ ‘ଭାରତ’ ହୋଇଯିବ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି। ତେବେ ଏହା ପ୍ରଥମ ଥର ପାଇଁ ନୁହଁ ପୂର୍ବରୁ ମଧ୍ୟ […]

ନୂଆଦିଲ୍ଲୀ : ‘ଇଣ୍ଡିଆ’ ବନାମ ‘ଭାରତ’ କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଦେଶର ସମ୍ଭାବ୍ୟ ନାମ ପରିବର୍ତ୍ତନ ନେଇ ପୁଣି ଏକ ଆଭାସ ମିଳିଛି । ସେପ୍ଟେମ୍ବର ୯ ତାରିଖରେ ଏକ ରାତ୍ର ଭୋଜନ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ଭାରତ’ ନାମ ଉଲ୍ଲେଖ କରି ନିମନ୍ତ୍ରଣପତ୍ର ମିଳିବା ପରେ ଦେଶର ନାମ ‘ଇଣ୍ଡିଆ’ରୁ ସରକାରୀ ଭାବେ ‘ଭାରତ’ ହୋଇଯିବ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି। ତେବେ ଏହା ପ୍ରଥମ ଥର ପାଇଁ ନୁହଁ ପୂର୍ବରୁ ମଧ୍ୟ ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ପ୍ରାଇମ୍‌ ମିନିଷ୍ଟର୍ ଅଫ୍‌ ଭାରତ’ ବୋଲି ସରକାରୀ ନୋଟିଫିକେସନ୍‌ରେ ‌ଲେଖା ଯାଇଥିଲା।

ଆହୁରି ପଢ଼ନ୍ତୁ: ଭାରତକୁ ବିପଦରେ ପକାଇଛି ସୌର ଝଡ଼; ପ୍ରବଳ ରେଡିଓ ବ୍ଲାକ୍‌ ଆଉଟ୍‌ ନେଇ ଇସ୍ରୋର ଚେତାବନୀ

ଅଗଷ୍ଟ ମାସରେ ଦକ୍ଷିଣ ଆଫ୍ରିକାରେ ହେଉଥିବା ୧୫ତମ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ ଏବଂ ଏହା ପରେ ଗ୍ରୀସ ଗସ୍ତ କରିଥିଲେ। ଅଗଷ୍ଟ ୨୨-୨୫ରେ ଉଭୟ ଦେଶ ଗସ୍ତ ପାଇଁ ସରକାରଙ୍କ ବିଜ୍ଞପ୍ତିରେ ତାଙ୍କୁ ‘ପ୍ରାଇମ୍‌ ମିନିଷ୍ଟର୍ ଅଫ୍‌ ଭାରତ’ ବୋଲି ଲେଖା ଯାଇଥିଲା। ଏନେଇ ଗସ୍ତ ସମୟର ଏକ ନୋଟ ଟ୍ୱିଟରରେ ସେୟାର କରିଛନ୍ତି ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ।

ଆହୁରି ପଢ଼ନ୍ତୁ: ଆପ୍ ନେତା ଲକି ଓବରଏଙ୍କୁ ଗୁଳି କରି ହତ୍ୟା; ସିସିଟିଭିରେ କଏଦ ହେଲା ଭୟଙ୍କର ଦୃଶ୍ୟ

ସେପଟେ ସମ୍ବିତ ଏନେଇ ପୋଷ୍ଟ କରିବା ପରେ ଏହାକୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ । ସେ ଟ୍ୱିଟ କରି କହିଛନ୍ତି ଯେ, ମୋଦୀ ସରକାର କେତେ ଦ୍ବନ୍ଦରେ ଅଛନ୍ତି ତାହା ଏଥିରୁ ସ୍ପଷ୍ଟ ଜଣାପଡୁଛି । ବିରୋଧୀ ଏକାଠି ହୋଇ ନିଜ ମେଣ୍ଟର ନାମ ଇଣ୍ଡିଆ ରଖିଥିବାରୁ ସରକାର ଏହି ଡ୍ରାମା କରୁଛନ୍ତି ବୋଲି ରମେଶ କହିଛନ୍ତି । ସେପଟେ ଦିଲ୍ଲୀରେ ହେବାକୁ ଥିବା ଜି-୨୦ ନେତାଙ୍କ ସମ୍ମିଳନୀ ପୂର୍ବରୁ ଭାରତୀୟ ଅଧିକାରୀଙ୍କ ପରିଚୟ ପତ୍ରରେ ‘ଭାରତ ଅଧିକାରୀ’ ବୋଲି ଲେଖା ଯିବାକୁ ନିଷ୍ପତ୍ତି ହୋଇଛି।

ଆହୁରି ପଢ଼ନ୍ତୁ: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି: ଏହି ସବୁ ସାମଗ୍ରୀ ଉପରେ ଆଉ ଲାଗିବନି ଟିକସ...

ତେବେ ଗତ କିଛି ଦିନ ହେବ ଦେଶର ନାମ ‘ଇଣ୍ଡିଆ’ରୁ ସରକାରୀ ଭାବେ ‘ଭାରତ’ ହୋଇଯିବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ସେପ୍ଟେମ୍ବର ୯ରେ ଏକ ନୈଶଭୋଜି ପାଇଁ ଜି୨୦ ନେତାମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିମନ୍ତ୍ରଣପତ୍ରରେ ‘ଭାରତ’ ନାମ ଉଲ୍ଲେଖକୁ ନେଇ ଏହି କଳ୍ପନାଜଳ୍ପନା ପ୍ରକାଶ ପାଇଛି। ପାର୍ଲାମେଣ୍ଟର ଏକ ସ୍ବତନ୍ତ୍ର ଅଧିବେଶନ ମଧ୍ୟ ହେବାକୁ ଯାଉଛି। ତେ‌ଣ ଏହି ସ୍ବତନ୍ତ୍ର ଅଧିବେଶନରେ ସରକାର ‘ଇଣ୍ଡିଆ’ ନାମ ପରିବର୍ତ୍ତନ କରି ‘ଭାରତ’ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି ବୋଲି ଅନୁମାନ କରାଯାଉଛି।

ଅନ୍ୟପଟେ ଦେଶରେ ବର୍ତ୍ତମାନ ‘ଇଣ୍ଡିଆ’ରୁ ସରକାରୀ ଭାବେ ‘ଭାରତ’ ହୋଇଯିବ ବୋଲି ହେଉଥିବା ଚର୍ଚ୍ଚାକୁ ଗୁଜବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର। ଏହି ଘଟଣା ଉପରେ ସ୍ପଷ୍ଟୀକରଣ ଦେବାକୁ ଯାଇ ଅନୁରାଗ ଠାକୁର କହିଛନ୍ତି, ଏହା କେବଳ ଗୁଜବ, ଆଉ କିଛି ନୁହେଁ। ଯିଏ ବି ‘ଭାରତ’ ଶବ୍ଦର ପ୍ରୟୋଗକୁ ଗ୍ରହଣ କରିପାରୁନି, ଏହାକୁ ପ୍ରତିବାଦ କରୁଛି, ଏଥିରୁ ତା’ର ଦେଶପ୍ରେମ ସ୍ପଷ୍ଟ ପ୍ରତୀୟମାନ ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp