ନାବାଳିକା କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପୀଡନ ମାମଲାରେ ବ୍ରିଜଭୂଷଣ ସିଂଙ୍କୁ କ୍ଲିନଚିଟ୍

The Sakala Picture
Published On

ନୂଆଦିଲ୍ଲୀ: ନାବାଳିକା କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପୀଡନ ମାମଲାରେ କୁସ୍ତିଯୋଦ୍ଧା ସଭାପତି ବ୍ରିଜଭୂଷଣ ସିଂଙ୍କୁ ଦିଲ୍ଲୀ ପୋଲିସ ତରଫରୁ କ୍ଲିନଚିଟ୍ ଦିଆଯାଇଛି । ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ କୌଣସି ବଳିଷ୍ଠ ପ୍ରମାଣ ନାହିଁ, ତାଙ୍କ ବିରୋଧରେ ଦାୟର ପୋକ୍ସୋ ଏଫଆଇଆରକୁ ରଦ୍ଦ କରିବା ଲାଗି ରିପୋର୍ଟ ଦାଖଲ ହୋଇଛି ବୋଲି କହିଛି ଦିଲ୍ଲୀ ପୋଲିସ । ବ୍ରିଜଭୂଷଣଟଙ୍କ ବିରୋଧରେ ୭ଜଣ କୁସ୍ତିଯୋଦ୍ଧା ଆଣିଥିବା ଅଭିଯୋଗ ଉପରେ ଯାଂଚ କରି ଦୁଇଟି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି । […]

ନୂଆଦିଲ୍ଲୀ: ନାବାଳିକା କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପୀଡନ ମାମଲାରେ କୁସ୍ତିଯୋଦ୍ଧା ସଭାପତି ବ୍ରିଜଭୂଷଣ ସିଂଙ୍କୁ ଦିଲ୍ଲୀ ପୋଲିସ ତରଫରୁ କ୍ଲିନଚିଟ୍ ଦିଆଯାଇଛି । ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ କୌଣସି ବଳିଷ୍ଠ ପ୍ରମାଣ ନାହିଁ, ତାଙ୍କ ବିରୋଧରେ ଦାୟର ପୋକ୍ସୋ ଏଫଆଇଆରକୁ ରଦ୍ଦ କରିବା ଲାଗି ରିପୋର୍ଟ ଦାଖଲ ହୋଇଛି ବୋଲି କହିଛି ଦିଲ୍ଲୀ ପୋଲିସ । ବ୍ରିଜଭୂଷଣଟଙ୍କ ବିରୋଧରେ ୭ଜଣ କୁସ୍ତିଯୋଦ୍ଧା ଆଣିଥିବା ଅଭିଯୋଗ ଉପରେ ଯାଂଚ କରି ଦୁଇଟି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି । ଏହି ରିପୋର୍ଟ ଦାଖଲ କରିବା ଲାଗି ଦିଲ୍ଲୀ ପୁଲିସ ଅଧିକାରୀମାନେ ଆଜି ପାଟିଆଲା ହାଉସ୍‌ କୋର୍ଟରେ ହାଜର ହୋଇଥିଲେ। କୌଣସି ବଳିଷ୍ଠ ପ୍ରମାଣ ନ ମିଳିବା ଦର୍ଶାଇ ଏହି ମାମଲା ଖାରଜ କରିବା ପାଇଁ ୫୦୦ ପୃଷ୍ଠାବିଶିଷ୍ଟ ଏହି ରିପୋର୍ଟ ଦାଖଲ କରାଯାଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ସୂଚନାଯୋଗ୍ୟ, ୭ଜଣ ମହିଳା କୁସ୍ତିଯୋଦ୍ଧା ଏପ୍ରିଲ ୨୧ ତାରିଖରେ ଦିଲ୍ଲୀ ପୋଲିସ ନିକଟରେ ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଥିଲେ । ଏହି ମାମଲାରେ ଦିଲ୍ଲୀ ପୋଲିସ ୨୮ ଏପ୍ରିଲରେ ବ୍ରିଜଭୂଷଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ପ୍ରଥମ ମାମଲା ୬ଜଣ ସାବାଳିକା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଆଧାରରେ ରୁଜୁ ହୋଇଥିବା ବେଳେ ଦ୍ୱିତୀୟ ମାମଲା ଜଣେ ନାବାଳିକା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଆଧାରରେ ରୁଜୁ ହୋଇଥିଲା ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର