ସଫଳ ହେଲା ପ୍ରୋଜେକ୍ଟ ଚିତା; କୁନୋ ନ୍ୟାସନାଲ ପାର୍କରେ ୮ ଆଫ୍ରିକୀୟ ଚିତାଙ୍କୁ ଛାଡ଼ିଲେ ପ୍ରଧାନମନ୍ତ୍ରୀ ମୋଦୀ

The Sakala Picture
Published On

ଭୋପାଳ: ଦୀର୍ଘ ୭୦ ବର୍ଷରୁ ଅଧିକ ଦିନର ଅପେକ୍ଷା ପରେ ଭାରତୀୟ ଜଙ୍ଗଲରେ ଦୌଡ଼ିଲେ ଚିତା । ଆଫ୍ରିକାର ନାମିବ୍ୟାରୁ ଅଣାଯାଇଥିବା ୮ ଟି ଚିତାବାଘକୁ ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ଛାଡିବା ପରେ ଏନେଇ ପ୍ରୋଜେକ୍ଟ ଚିତାର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ମୋଦୀ କାହିଁଛନରି କି, ପ୍ରକୃତିପ୍ରେମୀଙ୍କ ଚେତନାରେ ଜାଗ୍ରତ ହେବ ନୂଆ ଭାବନା । ଏନେଇ ସେ ନାମିବ୍ୟା ସରକାରଙ୍କୁ ଜଣାଇଛନ୍ତି କୃତଜ୍ଞତା । ଆଜି ସକାଳେ […]

ଭୋପାଳ: ଦୀର୍ଘ ୭୦ ବର୍ଷରୁ ଅଧିକ ଦିନର ଅପେକ୍ଷା ପରେ ଭାରତୀୟ ଜଙ୍ଗଲରେ ଦୌଡ଼ିଲେ ଚିତା । ଆଫ୍ରିକାର ନାମିବ୍ୟାରୁ ଅଣାଯାଇଥିବା ୮ ଟି ଚିତାବାଘକୁ ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ଛାଡିବା ପରେ ଏନେଇ ପ୍ରୋଜେକ୍ଟ ଚିତାର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ମୋଦୀ କାହିଁଛନରି କି, ପ୍ରକୃତିପ୍ରେମୀଙ୍କ ଚେତନାରେ ଜାଗ୍ରତ ହେବ ନୂଆ ଭାବନା । ଏନେଇ ସେ ନାମିବ୍ୟା ସରକାରଙ୍କୁ ଜଣାଇଛନ୍ତି କୃତଜ୍ଞତା । ଆଜି ସକାଳେ ନାମିବ୍ୟାରୁ B-747 ବିମାନରେ ପହଞ୍ଚିଥିଲେ ଚିତା ।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

ଏହି ସମସ୍ତ ଚିତା କୁନୋ ପାର୍କ ଭିତରେ ଏକ ସ୍ୱତନ୍ତ୍ର ବାଡ଼ରେ ରଖାଯାଇଛି | ‘ପ୍ରୋଜେକ୍ଟ ଚିତା’ ଅଧୀନରେ ଆଫ୍ରିକୀୟ ଦେଶ ନାମିବ୍ୟାରୁ ଏହି ୮ ଚିତାକୁ ଆଜି ସକାଳେ ଏକ ସ୍ବତନ୍ତ୍ର ବିମାନରେ ଭାରତ ଅଣାଯାଇଥିଲା | ଆଠ ଚିତା ମଧ୍ୟରୁ ୫ ମାଈ ଓ ୩ ଅଣ୍ଡିରା । ମାଈ ଚିତାଙ୍କ ବୟସ ୨ ରୁ ୫ ବର୍ଷ ବୟସ ହୋଇଥିବାବେଳେ ଅଣ୍ଡିରା ଚିତାଙ୍କ ବୟସ ସାଢ଼େ ଚାରିରୁ ପାଞ୍ଚ ବର୍ଷ ମଧ୍ୟରେ ହେବ | ୧୯୫୨ ମସିହାରେ ଚିତାବାଘକୁ ଭାରତରେ ବିଲୁପ୍ତ ପ୍ରାଣୀ ଘୋଷିତ ହୋଇଥିଲା।

ଆହୁରି ପଢ଼ନ୍ତୁ: ବିହାରର ନବଗଛିଆରେ ରକ୍ତରଞ୍ଜିତ ହୋଲି: ଗୁଳିମାଡ଼ରେ ୩ ସାଙ୍ଗଙ୍କ ମୃତ୍ୟୁ, ଅଞ୍ଚଳରେ ଚାଞ୍ଚଲ୍ୟ

ଭାରତରେ ଚିତା ବଂଶ ବୃଦ୍ଧି ପାଇଁ ‘ପ୍ରୋଜେକ୍ଟ ଚିତା’ ୨୦୦୯ରେ ଆରମ୍ଭ ହୋଇଥିଲା | ଚିତା ଆଣିବା ପାଇଁ ନାମିବ୍ୟା ସରକାରଙ୍କ ସହ ଭାରତ ଏକ ଚୁକ୍ତି ସ୍ୱାକ୍ଷର କରିଥିଲା।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଚିତା ପାଇଁ ୫ ବର୍ଗ କିଲୋମିଟରର ଏକ ସ୍ୱତନ୍ତ୍ର ବାଡ଼ ପ୍ରସ୍ତୁତ କରାଯାଇଛି | ଦକ୍ଷିଣ ଆଫ୍ରିକା ସରକାର ଏବଂ ବନ୍ୟଜନ୍ତୁ ବିଶେଷଜ୍ଞ ସେମାନଙ୍କ ଉପରେ ନଜର ରଖିବେ। ଚିତା ଏଠାରେ ଭାରତୀୟ ଜଳବାୟୁ ସହିତ ଖାପ ଖୁଆଇବା ପାଇଁ ଏକରୁ ତିନି ମାସ ସମୟ ନେଇପାରେ |

17 Sep 2022 By The Sakala

ସଫଳ ହେଲା ପ୍ରୋଜେକ୍ଟ ଚିତା; କୁନୋ ନ୍ୟାସନାଲ ପାର୍କରେ ୮ ଆଫ୍ରିକୀୟ ଚିତାଙ୍କୁ ଛାଡ଼ିଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୋପାଳ: ଦୀର୍ଘ ୭୦ ବର୍ଷରୁ ଅଧିକ ଦିନର ଅପେକ୍ଷା ପରେ ଭାରତୀୟ ଜଙ୍ଗଲରେ ଦୌଡ଼ିଲେ ଚିତା । ଆଫ୍ରିକାର ନାମିବ୍ୟାରୁ ଅଣାଯାଇଥିବା ୮ ଟି ଚିତାବାଘକୁ ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ଛାଡିବା ପରେ ଏନେଇ ପ୍ରୋଜେକ୍ଟ ଚିତାର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ମୋଦୀ କାହିଁଛନରି କି, ପ୍ରକୃତିପ୍ରେମୀଙ୍କ ଚେତନାରେ ଜାଗ୍ରତ ହେବ ନୂଆ ଭାବନା । ଏନେଇ ସେ ନାମିବ୍ୟା ସରକାରଙ୍କୁ ଜଣାଇଛନ୍ତି କୃତଜ୍ଞତା । ଆଜି ସକାଳେ ନାମିବ୍ୟାରୁ B-747 ବିମାନରେ ପହଞ୍ଚିଥିଲେ ଚିତା ।

ଏହି ସମସ୍ତ ଚିତା କୁନୋ ପାର୍କ ଭିତରେ ଏକ ସ୍ୱତନ୍ତ୍ର ବାଡ଼ରେ ରଖାଯାଇଛି | ‘ପ୍ରୋଜେକ୍ଟ ଚିତା’ ଅଧୀନରେ ଆଫ୍ରିକୀୟ ଦେଶ ନାମିବ୍ୟାରୁ ଏହି ୮ ଚିତାକୁ ଆଜି ସକାଳେ ଏକ ସ୍ବତନ୍ତ୍ର ବିମାନରେ ଭାରତ ଅଣାଯାଇଥିଲା | ଆଠ ଚିତା ମଧ୍ୟରୁ ୫ ମାଈ ଓ ୩ ଅଣ୍ଡିରା । ମାଈ ଚିତାଙ୍କ ବୟସ ୨ ରୁ ୫ ବର୍ଷ ବୟସ ହୋଇଥିବାବେଳେ ଅଣ୍ଡିରା ଚିତାଙ୍କ ବୟସ ସାଢ଼େ ଚାରିରୁ ପାଞ୍ଚ ବର୍ଷ ମଧ୍ୟରେ ହେବ | ୧୯୫୨ ମସିହାରେ ଚିତାବାଘକୁ ଭାରତରେ ବିଲୁପ୍ତ ପ୍ରାଣୀ ଘୋଷିତ ହୋଇଥିଲା।

ଭାରତରେ ଚିତା ବଂଶ ବୃଦ୍ଧି ପାଇଁ ‘ପ୍ରୋଜେକ୍ଟ ଚିତା’ ୨୦୦୯ରେ ଆରମ୍ଭ ହୋଇଥିଲା | ଚିତା ଆଣିବା ପାଇଁ ନାମିବ୍ୟା ସରକାରଙ୍କ ସହ ଭାରତ ଏକ ଚୁକ୍ତି ସ୍ୱାକ୍ଷର କରିଥିଲା।

ଚିତା ପାଇଁ ୫ ବର୍ଗ କିଲୋମିଟରର ଏକ ସ୍ୱତନ୍ତ୍ର ବାଡ଼ ପ୍ରସ୍ତୁତ କରାଯାଇଛି | ଦକ୍ଷିଣ ଆଫ୍ରିକା ସରକାର ଏବଂ ବନ୍ୟଜନ୍ତୁ ବିଶେଷଜ୍ଞ ସେମାନଙ୍କ ଉପରେ ନଜର ରଖିବେ। ଚିତା ଏଠାରେ ଭାରତୀୟ ଜଳବାୟୁ ସହିତ ଖାପ ଖୁଆଇବା ପାଇଁ ଏକରୁ ତିନି ମାସ ସମୟ ନେଇପାରେ |

https://www.thesakala.in/national-international/pm-narendra-modi-releases-cheetahs-in-kuno-national-park/article-15044
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର