ରାଜ୍ୟସଭାରେ ବିଜେପି ସଂସଦୀୟ ଦଳ ନେତା ହେଲେ ପୀୟୁଷ ଗୋୟଲ

The Sakala Picture
Published On

ନୂଆଦିଲ୍ଲୀ: ପୂର୍ବତନ ରେଳମନ୍ତ୍ରୀ ତଥା ବିଜେପିର ବରିଷ୍ଟ ନେତା ପୀୟୁଷ ଗୋୟଲ ହେଲେ ସଂସଦୀୟ ଦଳ ନେତା । ରାଜ୍ୟସଭା ସଂସଦୀୟ ଦଳ ନେତା କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଆଜି ରାଜ୍ୟସଭାରେ ବିଜେପି ନେତା ଭାବରେ ମନୋନିତ ହୋଇଛନ୍ତି । ପୂର୍ବରୁ ଥାୱରଚନ୍ଦ ଗେହଲଟ ରାଜ୍ୟସଭାରେ ବିଜେପି ସଂସଦୀୟ ଦଳ ନେତା ଭାବେ କାମ କରୁଥିଲେ। କିନ୍ତୁ ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ତାଙ୍କୁ କର୍ଣ୍ଣାଟକର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା। ଏହି କାରଣରୁ ଉକ୍ତ ପଦବୀ […]

ନୂଆଦିଲ୍ଲୀ: ପୂର୍ବତନ ରେଳମନ୍ତ୍ରୀ ତଥା ବିଜେପିର ବରିଷ୍ଟ ନେତା ପୀୟୁଷ ଗୋୟଲ ହେଲେ ସଂସଦୀୟ ଦଳ ନେତା । ରାଜ୍ୟସଭା ସଂସଦୀୟ ଦଳ ନେତା କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଆଜି ରାଜ୍ୟସଭାରେ ବିଜେପି ନେତା ଭାବରେ ମନୋନିତ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ ହେଲେ କୋର୍ଟ କରିବେ ହସ୍ତକ୍ଷେପ: ସିଜେଆଇ ସୂର୍ଯ୍ୟ କାନ୍ତ

ପୂର୍ବରୁ ଥାୱରଚନ୍ଦ ଗେହଲଟ ରାଜ୍ୟସଭାରେ ବିଜେପି ସଂସଦୀୟ ଦଳ ନେତା ଭାବେ କାମ କରୁଥିଲେ। କିନ୍ତୁ ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ତାଙ୍କୁ କର୍ଣ୍ଣାଟକର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା। ଏହି କାରଣରୁ ଉକ୍ତ ପଦବୀ ଖାଲି ପଡ଼ିଥିଲେ। ଏବେ ପୀୟୂଷ ଗୋଏଲ ଏହି ପଦରେ ନିଯୁକ୍ତି ପାଇଛନ୍ତି।କେନ୍ଦ୍ର ସରକାରରେ ପ୍ରମୁଖ ଦାୟିତ୍ୱ ବହନ କରିଥିବା ପୀୟୁଷ ଗୋୟଲ ୨୦୧୦ ମସିହାରୁ ରାଜ୍ୟସଭାର ସଦସ୍ୟ ରହିଆସିଛନ୍ତି। ସେ ଆସନ୍ତା ମୌସୁମୀ ଅଧିବେଶନରୁ ବିଧିବଦ୍ଧ ଭାବେ ନିଜର କାମ ଆରମ୍ଭ କରିବେ। ବର୍ତ୍ତମାନ ପୀୟୂଷ ଗୋଏଲ କର୍ମସ ଓ ଇଣ୍ଡଷ୍ଟ୍ରୀ ମନ୍ତ୍ରୀ ଭାବେ କାମ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଭାରତ 'ମଧ୍ୟମ ଶକ୍ତି' ନୁହେଁ, ବରଂ ଅନ୍ୟକୁ ସଶକ୍ତ କରୁଥିବା ଶକ୍ତି: ଏସ ଜୟଶଙ୍କର

ଅନ୍ୟପକ୍ଷରେ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ଲୋକସଭାରେ ଦଳର ନେତୃତ୍ୱ ନେଉଥିବା ଅଧୀର ରଞ୍ଜନ ଚୌଧୁରୀଙ୍କ ସ୍ଥାନରେ କାହାକୁ ଦଳର ନେତା କରାଯିବ ସେ ନେଇ କଂଗ୍ରେସ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ ବୈଠକ କରିବ ବୋଲି ଜଣାପଡ଼ିଛି । କଂଗ୍ରେସର ଶୀର୍ଷ ସୂତ୍ରରୁ ପ୍ରକାଶ ଯେ, ରାହୁଲ ଗାନ୍ଧୀ ଚୌଧୁରୀଙ୍କ ସ୍ଥାନ ନେଇପାରନ୍ତି। ତେବେ ଏନେଇ କିଛି ଘଣ୍ଟା ପରେ ସ୍ପଷ୍ଟ ସୂଚନା ମିଳିପାରିବ । ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୯ରୁ ଆରମ୍ଭ ହେବାକୁ ଥିବା ବେଳେ ଦଳର ନେତା ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଶେଷ କରିବ ପାଇଁ ଦଳ ଚେଷ୍ଟା କରୁଛି।

ଆହୁରି ପଢ଼ନ୍ତୁ: କେବଳ ସଞ୍ଚୟ ନୁହେଁ, ମାଲିକାନାର ସ୍ୱପ୍ନ ଦେଖାଇଥିଲେ ଧୀରୁଭାଇ ଅମ୍ବାନୀ: ଏମିତି ଥିଲା ତାଙ୍କର ଯାତ୍ରା...

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର