ପାକିସ୍ତାନରେ ଜଳସଙ୍କଟ ଉତ୍କଟ; ମନ୍ତ୍ରୀଙ୍କ ଘର ଜାଳିଦେଲେ ବିକ୍ଷୋଭକାରୀ
କରାଚି : ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ବନ୍ଦ କରିଦେବା ପରେ ଏବେ ପାକିସ୍ତାନର ବିଭିନ୍ନ ପ୍ରଦେଶରେ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସିନ୍ଦୁ ନଦୀ ମୁଖ୍ୟତଃ ପଞ୍ଜାବ ଏବଂ ସିନ୍ଧ ପ୍ରଦେଶରେ ପ୍ରବାହିତ ହୋଇ ଆରବ ସାଗରେ ପଡ଼ିଛି। ପାକିସ୍ତାନର ୭୦ ପ୍ରତିଶତ ଜିଡିପି କୃଷି ଉତ୍ପାଦନ କ୍ଷେତ୍ରରୁ ମିଳିଥିଲା ବେଳେ ଏଥିପାଇଁ ସିନ୍ଧୁ ନଦୀ ଜଳ ଗୁରୁତ୍ବପୂର୍ଣ୍ଣ ରହିଆସିଛି। କିନ୍ତୁ ଭାରତ ପାଣି ବନ୍ଦ କରିବା ପରେ ଏବେ ବିଭିନ୍ନ ଇଲାକାରେ […]
କରାଚି : ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ବନ୍ଦ କରିଦେବା ପରେ ଏବେ ପାକିସ୍ତାନର ବିଭିନ୍ନ ପ୍ରଦେଶରେ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସିନ୍ଦୁ ନଦୀ ମୁଖ୍ୟତଃ ପଞ୍ଜାବ ଏବଂ ସିନ୍ଧ ପ୍ରଦେଶରେ ପ୍ରବାହିତ ହୋଇ ଆରବ ସାଗରେ ପଡ଼ିଛି। ପାକିସ୍ତାନର ୭୦ ପ୍ରତିଶତ ଜିଡିପି କୃଷି ଉତ୍ପାଦନ କ୍ଷେତ୍ରରୁ ମିଳିଥିଲା ବେଳେ ଏଥିପାଇଁ ସିନ୍ଧୁ ନଦୀ ଜଳ ଗୁରୁତ୍ବପୂର୍ଣ୍ଣ ରହିଆସିଛି। କିନ୍ତୁ ଭାରତ ପାଣି ବନ୍ଦ କରିବା ପରେ ଏବେ ବିଭିନ୍ନ ଇଲାକାରେ ସ୍ଥିତି ବିପନ୍ନ ହେବାକୁ ଯାଉଛି। ଏହି କାରଣରୁ ବର୍ତ୍ତମାନ ସିନ୍ଧ ଏବଂ ପଞ୍ଜାବ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସିନ୍ଧୁ ପ୍ରଦେଶବାସୀ ସରକାରଙ୍କ ଉପରେ ଦୋଷ ଲଦି ରାଜରାସ୍ତାକୁ ଓହ୍ଲାଇଛନ୍ତି।
ବୁଧବାର ହଜାର ହଜାର ଲୋକ ପଞ୍ଜାବ ଏବଂ ପାକିସ୍ତାନ ସରକାରଙ୍କ ବିରୋଧରେ ନାରାବାଜି କରିବା ସହିତ ସିନ୍ଧ ଗୃହମନ୍ତ୍ରୀ ଜିଆଉଲ ହାସନ ଲଞ୍ଜରଙ୍କ ଘର ଉପରେ ଆକ୍ରମଣ କରି ଜାଳି ଦେଇଛନ୍ତି। ବିକ୍ଷୋଭକାରୀମାନେ ବନ୍ଧୁକ ଧରି ଆସିଥିଲା ବେଳେ ନୌସାହରୋ ଫିରୋଜ ଜିଲ୍ଲାର ମୋରୋ ତାଲୁକାରେ ପୁଲିସ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ ହୋଇଛି। ଏଥିରେ ଦୁଇ ଜଣ ବିକ୍ଷୋଭାକାରୀଙ୍କ ମୃତ୍ୟୁ ହେବା ସହିତ ୧୨ ରୁ ଅଧିକ ଲୋକ ଆହତ ହୋଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ସିନ୍ଧୁ ନଦୀ ଜଳ ଉପଯୋଗକୁ ନେଇ ପଞ୍ଜାବ ଏବଂ ସିନ୍ଧ ମଧ୍ୟରେ ବିବାଦ ଲାଗି ରହିଛି। ପାକିସ୍ତାନ ସରକାର ଏହି ପାଣିକୁ ଅନ୍ୟତ୍ର ଉପଯୋଗ କରିବାକୁ ୬ଟି କେନାଲ ଓ କର୍ପୋରେଟ୍ ଫାର୍ମିଂ ପ୍ରକଳ୍ପକୁ ଯୋଗାଇବାକୁ ଯୋଜନା କରିଥିବାରୁ ଏହାକୁ ସିନ୍ଧବାସୀ ଜୋରଦାର ବିରୋଧ କରିଆସୁଛନ୍ତି। ଏଭଳି ସ୍ଥିତିରେ ଭାରତ ପାଣି ବନ୍ଦ କରି ଦେଇଥିବାରୁ ସ୍ଥିତି ଆହୁରି ଉତ୍କଟ ହେବା ସହିତ ଉତ୍ତେଜନା ବଢାଇଛି।






