ମୋର ହତ୍ୟା ହୋଇପାରେ, ମୋତେ ସୁରକ୍ଷା ଦିଅନ୍ତୁ : ଅସଦୁଦ୍ଦିନ ଓୱାଇସି

The Sakala Picture
Published On

ନୂଆଦିଲ୍ଲୀ :  ଲୋକସଭା ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଏକ ଚିଠି ଲେଖି ସୁରକ୍ଷା ଦାବି କରିଛନ୍ତି। ସେ ଲେଖିଛନ୍ତି ଯେ ଦିଲ୍ଲୀର ତାଙ୍କ ବଙ୍ଗଳା ଠାରେ ହୋଇଥିବା ଭଙ୍ଗାରୁଜା ପରେ ତାଙ୍କ ସୁରକ୍ଷା ପ୍ରତି ବିପଦ ରହିଛି। ତାଙ୍କୁ କେତେ ବେଳେ ହତ୍ୟା ମଧ୍ୟ କରାଯାଇପାରେ। ଏଭଳି ପରିସ୍ଥିତିରେ ସୁରକ୍ଷା ଯୋଗାଇ ଦିଆଯିବା ଉଚିତ୍। ଏଥିସହ ଘରେ ହୋଇଥିବା ଭଙ୍ଗାରୁଜା ଘଟଣାର ତଦନ୍ତ ସଂସଦର ଏକ ବିଶେଷ […]

ନୂଆଦିଲ୍ଲୀ :  ଲୋକସଭା ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଏକ ଚିଠି ଲେଖି ସୁରକ୍ଷା ଦାବି କରିଛନ୍ତି। ସେ ଲେଖିଛନ୍ତି ଯେ ଦିଲ୍ଲୀର ତାଙ୍କ ବଙ୍ଗଳା ଠାରେ ହୋଇଥିବା ଭଙ୍ଗାରୁଜା ପରେ ତାଙ୍କ ସୁରକ୍ଷା ପ୍ରତି ବିପଦ ରହିଛି। ତାଙ୍କୁ କେତେ ବେଳେ ହତ୍ୟା ମଧ୍ୟ କରାଯାଇପାରେ। ଏଭଳି ପରିସ୍ଥିତିରେ ସୁରକ୍ଷା ଯୋଗାଇ ଦିଆଯିବା ଉଚିତ୍। ଏଥିସହ ଘରେ ହୋଇଥିବା ଭଙ୍ଗାରୁଜା ଘଟଣାର ତଦନ୍ତ ସଂସଦର ଏକ ବିଶେଷ କମିଟି ଦ୍ବାରା କରିବାକୁ ଦାବି କରିଛନ୍ତି  ଅସଦୁଦ୍ଦିନ ଓୱାଇସି ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: ଅକ୍ଟୋବର ୧୦ ବିକ୍ଷୋଭ ପୂର୍ବରୁ ମେଟ୍ରୋ ସେବା ଉପରେ ସମ୍ପୂର୍ଣ୍ଣ କଟକଣାକୁ ନାକଚ

ମଙ୍ଗଳବାର ହିନ୍ଦୁ ସେନା କାର୍ଯ୍ୟକର୍ତ୍ତାମାନେ ନୂଆଦିଲ୍ଲୀର ୨୪-ଅଶୋକ ରୋଡ୍‌ରେ ଥିବା ଓୱାଇସିଙ୍କ ବାସ ଭବନ ବାହାରେ ପ୍ରଦର୍ଶନ କରିଥିଲେ ଏବଂ ପରେ ଭଙ୍ଗାରୁଜା କରିଥିଲେ। ବିକ୍ଷୋଭକାରୀମାନେ ଓୱାଇସିଙ୍କ ଘର ବାହାରେ ତାଙ୍କ ନାମଲେଖାଥିବା ପ୍ଲେଟ, ଲାଇଟ ଏବଂ ଝରକାର କାଚ ମଧ୍ୟ ଭାଙ୍ଗିଛନ୍ତି। ଯେତେବେଳ ବିକ୍ଷୋଭକାରୀମାନେ ଓୱାଇସିଙ୍କ ଘର ବାହାରେ ଭଙ୍ଗାରୁଜା କରୁଥିଲେ ସେତେବେଳ ସେ ଘରେ ଉପସ୍ଥିତ ନଥିଲେ କିନ୍ତୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭକାରୀଙ୍କ ମଧ୍ୟରୁ ୫ ଜଣଙ୍କୁ ଗିରଫ କରିଥିଲା।

ଆହୁରି ପଢ଼ନ୍ତୁ: ଚୀନ୍‌କୁ ଭାରତର କଡ଼ା ଜବାବ: ଲାଦାଖ ଓ କାଶ୍ମୀର ଆମର ଅବିଚ୍ଛେଦ୍ୟ ଅଙ୍ଗ, ବଦଳିବନି ବାସ୍ତବତା

ମଙ୍ଗଳବାର ହୋଇଥିବା ଘଟଣା ପରେ ଅସଦୁଦ୍ଦିନ ଓୱାଇସି  ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଏଣୁ ସେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଏକ ଚିଠି ଲେଖି ସୁରକ୍ଷା ଦାବି କରିଛନ୍ତି। ସେ ଚିଠିରେ ଲେଖିଛନ୍ତି ଯେ ବିକ୍ଷୋଭକାରୀମାନେ ବିଭିନ୍ନ ତୀକ୍ଷ୍ଣ ଅସ୍ତ୍ର ନେଇ ତାଙ୍କ ଘର ପାଖକୁ ଆସିଥିଲେ। ଘର ଉପରକୁ ପଥର ଫିଙ୍ଗିବା ସହ ଭଙ୍ଗାରୁଜା କରିଥିଲେ। ଆକ୍ରମଣକାରୀମାନେ ତାଙ୍କ ବଙ୍ଗଳା ଭିତରକୁ ଯାଇ ସେଠାରେ ଉପସ୍ଥିତ କେୟାର ଟେକରକୁ ହତ୍ୟା କରିବାକୁ ଧମକ ଦେବା ସହ ତାଙ୍କୁ ମାରିଦେବାକୁ ଧମକ ଦେଇଥିଲେ। ଘଟଣାରେ ୧୩ ଜଣରୁ ଅଧିକ ରହିଥିବା ବେଳେ ପୁଲିସ ମାତ୍ର ୫ ଜଣଙ୍କୁ ଗିରଫ କରିଛି। ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ଗ୍ରହଣ କରି ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ସହ ସୁରକ୍ଷା ଯୋଗଇ ଦେବାକୁ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ଅସଦୁଦ୍ଦିନ ଓୱାଇସି।

ଆହୁରି ପଢ଼ନ୍ତୁ: କେବଳ ସଞ୍ଚୟ ନୁହେଁ, ମାଲିକାନାର ସ୍ୱପ୍ନ ଦେଖାଇଥିଲେ ଧୀରୁଭାଇ ଅମ୍ବାନୀ: ଏମିତି ଥିଲା ତାଙ୍କର ଯାତ୍ରା...

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର