କୁନୋ ଜାତୀୟ ଉଦ୍ୟାନରେ ପୁଣି ଏକ ଚିତାର ମୃତ୍ୟୁ, ଏଯାଏଁ ଗଲାଣି ୩ ଚିତାଙ୍କ ଜୀବନ

The Sakala Picture
Published On

ଭୋପାଳ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଖି ବୁଝିଲା ପୁଣି ଏକ ଚିତା । ପରସ୍ପର ସହ ସଂଘର୍ଷରେ ଚିତାଟିର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଏହାକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ କୁନୋ ଜାତୀୟ ଉଦ୍ୟାନରେ ସମୁଦାୟ ତିନିଟି ଚିତାଙ୍କର ମୃତ୍ୟୁ ହୋଇଛି । ଭାରତରେ ବିଲୁପ୍ତ ହୋଇଯାଇଥିବା ଚିତାର ବଂଶବୃଦ୍ଧି ପାଇଁ ଅନ୍ତଃମହାଦେଶୀୟ ପ୍ରାଣୀ ସ୍ଥାନାନ୍ତର କାର୍ଯ୍ୟକ୍ରମ ଅଧୀନରେ ଭାରତକୁ ନାମିବ୍ୟା ଏବଂ ଦକ୍ଷିଣ ଆଫ୍ରିକାରୁ ୨୦ଟି ଚିତାବାଘ ଅଣାଯାଇ ମଧ୍ୟ ପ୍ରଦେଶର କୁନୋ […]

ଭୋପାଳ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଖି ବୁଝିଲା ପୁଣି ଏକ ଚିତା । ପରସ୍ପର ସହ ସଂଘର୍ଷରେ ଚିତାଟିର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଏହାକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ କୁନୋ ଜାତୀୟ ଉଦ୍ୟାନରେ ସମୁଦାୟ ତିନିଟି ଚିତାଙ୍କର ମୃତ୍ୟୁ ହୋଇଛି ।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

ଭାରତରେ ବିଲୁପ୍ତ ହୋଇଯାଇଥିବା ଚିତାର ବଂଶବୃଦ୍ଧି ପାଇଁ ଅନ୍ତଃମହାଦେଶୀୟ ପ୍ରାଣୀ ସ୍ଥାନାନ୍ତର କାର୍ଯ୍ୟକ୍ରମ ଅଧୀନରେ ଭାରତକୁ ନାମିବ୍ୟା ଏବଂ ଦକ୍ଷିଣ ଆଫ୍ରିକାରୁ ୨୦ଟି ଚିତାବାଘ ଅଣାଯାଇ ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛଡ଼ା ଯାଇଥିଲା। ତେବେ ଆଜି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଜି ଆଉ ଏକ ଚିତାବାଘର ମୃତ୍ୟୁ ହୋଇଛି।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ଏହା ପୂର୍ବରୁ କୁନୋ ଜାତୀୟ ଉଦ୍ୟାନରେ ଉଦୟ ନାମକ ପୁରୁଷ ଚିତାର ମୃତ୍ୟୁ ହୋଇଥିଲା । ତାକୁ ଦକ୍ଷିଣ ଆଫ୍ରିକାରୁ କୁନୋ ଅଣାଯାଇଥିଲା । ସର୍ବପ୍ରଥମେ ମାଇ ଚିତା ଶାସାର ମୃତ୍ୟୁ ହୋଇଥିଲା । ଶାସାର ମୃତ୍ୟୁ କିଡନୀଜନିତ ରୋଗ କାରଣରୁ ହୋଇଥିଲା । ସୂଚନାଥାଉକି, ନାମ୍ବିବ୍ୟା ଏବଂ ଦକ୍ଷିଣ ଆଫ୍ରିକାରୁ କୁନୋ ଜାତୀୟ ଉଦ୍ୟାନକୁ ୨୦ଟି ଚିତା ଅଣାଯାଇଥିଲା । ସେଥିମଧ୍ୟରୁ ଏବେ ୧୭ ଜଣ ବଞ୍ଚିଛନ୍ତି । ଦକ୍ଷିଣ ଆଫ୍ରିକାରୁ ଗତ ୧୮ ଫେବ୍ରୁଆରୀରେ ୧୨ ଚିତା ଅଣାଯାଇଥିଲା । ସେହିପରି ଗତ ବର୍ଷ ସେପ୍ଟେମ୍ବରରେ ନାମ୍ବିବ୍ୟାରୁ ୮ଟି ଚିତା ଅଣାଯାଇଥିଲା ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର