ହଜିଗଲା ମାନବିକତା: ଚୋର ସନ୍ଦେହରେ ଯୁବକଙ୍କୁ ପିକଅପରେ ବାନ୍ଧି ଘୋଷାଡି ଘୋଷାଡି ନେଇ ମାରିଦେଲେ

The Sakala Picture
Published On

ନିମଚ: ଦିନକୁ ଦିନ ଅମାନବୀୟ ଘଟଣା ବଢିବାରେ ଲାଗିଛି। ଏମିତି ଘଟଣା ସାମ୍ନାକୁ ଆସୁଛି ଯାହା ମାନବିକତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏବେ ଏମିତି ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ  ହେବାରି ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଜଣେ ଯୁବକଙ୍କୁ କିଛି ଯୁବକ ମିଶି ତାର ଗୋଡ ଏକ ପିକ୍‌ଅପରେ ବନ୍ଧି ଦେଉଛନ୍ତି। ପରେ ଉକ୍ତ ପିକଅପଟି ଚାଲିବାକୁ ଲାଗୁଛି। ବନ୍ଧା ହୋଇଥିବା ଯୁବକ ଜଣଙ୍କ ଉକ୍ତ ପିକଅପ ସହ ଘୋଷାଡି ଘୋଷାଡି ହୋଇ […]

ନିମଚ: ଦିନକୁ ଦିନ ଅମାନବୀୟ ଘଟଣା ବଢିବାରେ ଲାଗିଛି। ଏମିତି ଘଟଣା ସାମ୍ନାକୁ ଆସୁଛି ଯାହା ମାନବିକତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏବେ ଏମିତି ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ  ହେବାରି ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଜଣେ ଯୁବକଙ୍କୁ କିଛି ଯୁବକ ମିଶି ତାର ଗୋଡ ଏକ ପିକ୍‌ଅପରେ ବନ୍ଧି ଦେଉଛନ୍ତି। ପରେ ଉକ୍ତ ପିକଅପଟି ଚାଲିବାକୁ ଲାଗୁଛି। ବନ୍ଧା ହୋଇଥିବା ଯୁବକ ଜଣଙ୍କ ଉକ୍ତ ପିକଅପ ସହ ଘୋଷାଡି ଘୋଷାଡି ହୋଇ ଯାଉଛନ୍ତି। ଏହି ଛାତିଥରା ଘଟଣାଟି ମଧ୍ୟ ପ୍ରଦେଶର ନିମଚରେ ଦେଖିବାକୁ ମିଳିଛି। ଚୋରି ସନ୍ଦେହରେ ଜଣେ ଯୁବକଙ୍କୁ ମାଡ଼ ମରା ଯିବା ସହ ଏକ  ପିକ୍‌ଅପରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନିଆ ଯାଇଛି। ଯିଏ କେହି ଏହି ଭିଡିଓ ଦେଖିବେ ନିଶ୍ଚିତ ଛାତି ଥରି ଉଠିବ ।

ଆହୁରି ପଢ଼ନ୍ତୁ: ଆମେରିକାରେ ଗ୍ରୀନ୍ କାର୍ଡ ଉପରେ କଟକଣା: ମାଇକ୍ରୋସଫ୍ଟ, ଟିସିଏସ୍ (TCS), ୱିପ୍ରୋ (Wipro) ସମେତ ୮ଟି ବଡ଼ ଆଇଟି କମ୍ପାନୀ ଉପରେ ପ୍ରଭାବ

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: ଅକ୍ଟୋବର ୧୦ ବିକ୍ଷୋଭ ପୂର୍ବରୁ ମେଟ୍ରୋ ସେବା ଉପରେ ସମ୍ପୂର୍ଣ୍ଣ କଟକଣାକୁ ନାକଚ

ଏତେ ଯନ୍ତ୍ରଣା ଦେବା ପରେ ସେହି ଯୁବକଙ୍କର ଜୀବନ ଚାଲି ଯାଇଛି । ପୋଲିସ ଉକ୍ତ ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୋଲିସ ଏହି ମାମଲାରେ ୮ଜଣ ଲୋକଙ୍କୁ ଚିହ୍ନଟ କରିଛି । ଯେଉଁଥିରେ ୪ଜଣ ଗିରଫ ହୋଇ ସାରିଛନ୍ତି । ଏହି ସବୁ ଲୋକଙ୍କ ନାଁରେ ହତ୍ୟା ଓ ଆଟ୍ରୋସିଟି ଆକ୍ଟର ମାମଲା ରୁଜୁ କରାଯାଇଛି। ଘଟଣାଟି ନିମଚ ଜିଲ୍ଲାର ସିଙ୍ଗୋଲୀ ଥାନା ଅଞ୍ଚଳରୁ ସାମନାକୁ ଆସିଛି। ଜଣେ ଭିଲ୍ ଆଦିବାସୀଙ୍କୁ ଚୋର ସନ୍ଦେହରେ କିଛି ଲୋକ ଅତି ନିର୍ମମ ଭାବେ ପିଟିଥିଲେ ଏବଂ ପୁଣି ଏଥିରେ ସେମାନଙ୍କର ମନ ଭରି ନ ଥିଲା , ଏକ ପିକ୍‌ଅପ୍‌ ଗାଡ଼ିର ପଛରେ ରସିରେ ପାଦକୁ ବାନ୍ଧି  ଘୋଷାଡ଼ି ନେଇଥିଲେ ।

ଆହୁରି ପଢ଼ନ୍ତୁ: ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ ହେଲେ କୋର୍ଟ କରିବେ ହସ୍ତକ୍ଷେପ: ସିଜେଆଇ ସୂର୍ଯ୍ୟ କାନ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର