ଗ୍ରାହକଙ୍କୁ ମିଳିବ ଓଲା ଇ-ସ୍କୁଟରର ଟେଷ୍ଟ ରାଇଡ୍‌ ସୁବିଧା, ଥରେ ଚାର୍ଜ ହେଲେ ଯିବ ୧୮୧ କିଲୋମିଟର

The Sakala Picture
Published On

ସାଧାରଣତଃ କୌଣସି ନୂଆ ଗାଡି କିଣିବା ପୂର୍ବରୁ ଆପଣ ଏହାକୁ ଟେଷ୍ଟ ଡ୍ରାଇଭିଂରେ ନେବାକୁ ଚାହାଁନ୍ତି। ଏହା ଦ୍ବାରା ଆପଣଙ୍କ ଗାଡିଟି କିପରି ଲାଗୁଛି ଏବଂ ତାହାର ମାଇଲେଜ୍‌, କମ୍ଫଟନେସ୍‌, ବ୍ରେକିଂ ସିଷ୍ଟମ ଇତ୍ୟାଦି ବିଷୟରେ ଜଣାପଡିଥାଏ। ଯଦି ଆପଣ ବର୍ତ୍ତମାନ ସମୟରେ ମାର୍କେଟରେ ଚହଳ ପକାଇଥିବା ଓଲା ଇ-ସ୍କୁଟର କିଣିବାକୁ ଆଗ୍ରହୀ କିମ୍ବା ବଢୁଥିବା ତେଲ ଦରକୁ ଦେଖି ଇଲେକ୍ଟ୍ରିକ୍‌ ଗାଡି କିଣିବାକୁ ଯୋଜନା କରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। କାରଣ ଖୁବ୍‌ […]

ସାଧାରଣତଃ କୌଣସି ନୂଆ ଗାଡି କିଣିବା ପୂର୍ବରୁ ଆପଣ ଏହାକୁ ଟେଷ୍ଟ ଡ୍ରାଇଭିଂରେ ନେବାକୁ ଚାହାଁନ୍ତି। ଏହା ଦ୍ବାରା ଆପଣଙ୍କ ଗାଡିଟି କିପରି ଲାଗୁଛି ଏବଂ ତାହାର ମାଇଲେଜ୍‌, କମ୍ଫଟନେସ୍‌, ବ୍ରେକିଂ ସିଷ୍ଟମ ଇତ୍ୟାଦି ବିଷୟରେ ଜଣାପଡିଥାଏ। ଯଦି ଆପଣ ବର୍ତ୍ତମାନ ସମୟରେ ମାର୍କେଟରେ ଚହଳ ପକାଇଥିବା ଓଲା ଇ-ସ୍କୁଟର କିଣିବାକୁ ଆଗ୍ରହୀ କିମ୍ବା ବଢୁଥିବା ତେଲ ଦରକୁ ଦେଖି ଇଲେକ୍ଟ୍ରିକ୍‌ ଗାଡି କିଣିବାକୁ ଯୋଜନା କରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। କାରଣ ଖୁବ୍‌ ଶିଘ୍ର ଓଲା ତାର ଇ-ସ୍କୁଟର ପାଇଁ ଦ୍ବିତୀୟ ପର୍ଯ୍ୟାୟ ବୁକିଂ ସହ ଟେଷ୍ଟ ରାଇଡ୍‌ର ସୁବିଧା ମଧ୍ୟ ଦେବ। ଓଲା ଘୋଷଣା କରିଛି ଯେ ଏହାର ଗ୍ରାହକଙ୍କୁ ଏହାର S1 ଏବଂ S1 Pro ଇଲେକ୍ଟ୍ରିକ୍ ସ୍କୁଟର ପୋଷ୍ଟ ଦିୱାଲିର ଏକ ଟେଷ୍ଟ ରାଇଡର ସୁବିଧା ଦେବ। ଚେନ୍ନାଇ ସ୍ଥିତ ଓଲା ଇଲେକ୍ଟ୍ରିକ୍ ସ୍କୁଟର ନିର୍ମାତା କମ୍ପାନୀ କହିଛି କି ନଭେମ୍ବର ୧୦ ରୁ ଇଲେକ୍ଟ୍ରିକ୍ ସ୍କୁଟର ଟେଷ୍ଟ ରାଇଡ୍‌ ପାଇଁ ଉପଲବ୍ଧ ହେବ।

ଆହୁରି ପଢ଼ନ୍ତୁ: ରାଜସ୍ଥାନରେ ଭାଇଙ୍କ ଅନନ୍ୟ ପ୍ରେମ: ଭଉଣୀ ପାଇଁ ଆଣିଲେ ୧ କୋଟି ୫୧ ଲକ୍ଷ ଟଙ୍କାର ଐତିହାସିକ 'ମାୟରା'

ଆହୁରି ପଢ଼ନ୍ତୁ: ଟିସିଏସ୍ ନାସିକ୍ ମାମଲା: ନିଦା ଖାନ୍ ଏଚଆର ମୁଖ୍ୟ ନା ବିପିଓ ଟେଲିକଲର? ସାମ୍ନାକୁ ଆସିଲା ବଡ଼ ସତ

ଶୀଘ୍ର ଦ୍ବିତୀୟ ପର୍ଯ୍ୟାୟ ବୁକିଂ

ଓଲା ଇଲେକ୍ଟ୍ରିକ୍ ଏହାର ଦୁଇଟି ଇଲେକ୍ଟ୍ରିକ୍ ସ୍କୁଟର S1 ଏବଂ S1 Pro କୁ ଅଗଷ୍ଟ ୧୫ ରେ ଭାରତୀୟ ବଜାରରେ ଲଞ୍ଚ କରିଥିଲା। ଏହି ଉଭୟ ସ୍କୁଟର ଲଞ୍ଚ ହେବାର ଏକ ମାସ ପରେ, ଓଲା ଇଲେକ୍ଟ୍ରିକ୍ ଦୁଇ ଦିନ ପାଇଁ ପ୍ରଥମ ପର୍ଯ୍ୟାୟ ବୁକିଂ କରିଥିଲା। କମ୍ପାନୀ କହିଛି ଯେ ମାତ୍ର ଦୁଇ ଦିନ ମଧ୍ୟରେ ୧୧୦୦ କୋଟିରୁ ଅଧିକ ଅନ୍‌ଲାଇନ୍‌ ବ୍ୟବସାୟ କରିଛି। କମ୍ପାନୀ ପ୍ରଥମ ୨୪ ଘଣ୍ଟା ମଧ୍ୟରେ ୬୦୦ କୋଟି ଟଙ୍କା ବୁକିଂ ପାଇଥିଲା। ବର୍ତ୍ତମାନ ଏହି ସ୍କୁଟରଗୁଡ଼ିକର ଦ୍ୱିତୀୟ ପର୍ଯ୍ୟାୟ ବୁକିଂ ଦିୱାଲୀ ପୂର୍ବରୁ ନଭେମ୍ବର ୧ ରେ ଆରମ୍ଭ ହେବାକୁ ଯାଉଛି।

ଆହୁରି ପଢ଼ନ୍ତୁ: "ନାଟୋ ଏକ ପେପର ଟାଇଗର": ହୋରମୁଜ୍ ପ୍ରଣାଳୀ ଓ ଇରାନ ଚୁକ୍ତି ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ

ଓଲା ଇ-ସ୍କୁଟରର ଡ୍ରାଇଭିଂ ରେଞ୍ଜ  ଏବଂ ଗତି

ଓଲା ଇଲେକ୍ଟ୍ରିକ୍ ସ୍କୁଟରର S1 ଫୁଲ୍‌ ଚାର୍ଜରେ ୧୨୧  କିଲୋମିଟର ଦୂରତା ଅତିକ୍ରମ କରିପାରିବ । ଯେଉଁଠାରେ S1 Pro ଭାରିଆଣ୍ଟ ଥରେ ଫୁଲ ଚାର୍ଜିଂ ପରେ ୧୮୧ କିଲୋମିଟର ଦୂରତା ଅତିକ୍ରମ କରିପାରିବ। ଓଲା S1 ଇ-ସ୍କୁଟର  ୩.୬  ସେକେଣ୍ଡରେ ୦ ରୁ ୪୦ କିଲୋମିଟର ପର୍ଯ୍ୟନ୍ତ ପ୍ରତି ଘଣ୍ଟା ସ୍ପିଡ୍‌ ଧରିବ । ଯେତେବେଳେ କି S1 Pro ଭାରିଆଣ୍ଟ ୩ ସେକେଣ୍ଡରେ ଘଣ୍ଟା ପ୍ରତି ୦ ରୁ ୪୦ କିଲୋମିଟର ବେଗ ଧରିପାରେ। ଏଥି ସହିତ ଏହି ସ୍କୁଟରର ସର୍ବୋଚ୍ଚ ଗତି ହେଉଛି ୧୧୫ କିଲୋମିଟ।

ବ୍ୟାଟେରୀ ଏବଂ ଚାର୍ଜିଂ

Ola S1 Pro ରେ ୩.୯୭ kWh ର ବହୁତ ଭଲ ବ୍ୟାଟେରୀ କ୍ଷମତା ଦିଆଯାଇଛି । Ola S1 Pro ର ବ୍ୟାଟେରୀ ଏକ ଉଚ୍ଚ କ୍ଷମତା ୟୁନିଟ୍ ହୋଇଥିବାରୁ, ସମ୍ପୂର୍ଣ୍ଣ ଚାର୍ଜ ହେବାକୁ ଅଧିକ ସମୟ ଲାଗେ। ଫୁଲ୍‌ଚାର୍ଜ ପାଇଁ ଏହା ୬ ଘଣ୍ଟା ୩୦ ମିନିଟ୍ ନେଇଥାଏ। ଓଲା ଇଲେକ୍ଟ୍ରିକ୍ ଦାବି କରିଛି ଯେ S1 Pro ର ବ୍ୟାଟେରୀକୁ ମାତ୍ର ୧୮ ମିନିଟରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ କରାଯାଇପାରିବ ଏବଂ ସେହି ଚାର୍ଜ ରେ  ଏହା ୭୫ କିଲୋମିଟର ଡ୍ରାଇଭିଂ ପରିସର ପହଞ୍ଚାଇବା ପାଇଁ ଯଥେଷ୍ଟ ହେବ।

ରଙ୍ଗ ବିକଳ୍ପ

ଓଲା ଇଲେକ୍ଟ୍ରିକ୍ ସ୍କୁଟର ୧୦ ଟି ରଙ୍ଗରେ ଉପଲବ୍ଧ ହେବ। ବୁକିଂ ସମୟରେ ପସନ୍ଦିତ ରଙ୍ଗ ଚୟନ କରାଯାଇପାରିବ ଏବଂ କମ୍ପାନୀର ୱେବସାଇଟ୍ ଅନୁଯାୟୀ, ଗ୍ରାହକ ଚାହିଁଲେ ସ୍କୁଟରର ରଙ୍ଗ ବିକଳ୍ପ ପରେ ପରିବର୍ତ୍ତନ କରାଯାଇପାରିବ।

ମୂଲ୍ୟ କେତେ?

ଓଲା ଇଲେକ୍ଟ୍ରିକ୍ ଏହି ଉଭୟ ଇଲେକ୍ଟ୍ରିକ୍ ସ୍କୁଟରର ମୂଲ୍ୟ ଘୋଷଣା କରିସାରିଛି। ଓଲା ଇଲେକ୍ଟ୍ରିକ୍ ସ୍କୁଟରର S1 ଭାରିଆଣ୍ଟର ଏକ୍ସ-ଶୋରୁମ୍ ମୂଲ୍ୟ ହେଉଛି ୯୯,୯୯୯ ଟଙ୍କା । S1 Pro ଭାରିଆଣ୍ଟର ଏକ୍ସ-ଶୋ’ରୁମ୍ ମୂଲ୍ୟ ୧,୨୯,୯୯୯ ଟଙ୍କା। ଏଥି ସହିତ ଆପଣ ଚାହିଁଲେ ଇଏମଆଇ ରେ ମଧ୍ୟ ଓଲା ସ୍କୁଟର କିଣିପାରିବେ । ସେପ୍ଟେମ୍ବର ୭ ରେ ଓଲା ଇଲେକ୍ଟ୍ରିକ୍ ଏକ ବିବୃତ୍ତିରେ କହିଛି ଯେ S1 ସ୍କୁଟର ଏକ ଇକ୍ୱାଟେଡ୍ ମାସିକ କିସ୍ତି (EMI) ରେ ମାସକୁ ୨,୯୯୯ ଟଙ୍କା ରହିବ ଏବଂ  Ola S1 Pro ର ଉନ୍ନତ ସଂସ୍କରଣ ପାଇଁ EMI ୩,୯୯୯ରୁ ଆରମ୍ଭ ହେବ। ଏଥି ସହିତ ଗାଡି ପାଇଁ ସହଜ ଋଣ ଯୋଗାଇବା ପାଇଁ ଓଲା ଇଲେକ୍ଟ୍ରିକ୍ ନିକଟରେ HDFC ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ , କୋଟାକ୍ ମହିନ୍ଦ୍ରା ପ୍ରାଇମ୍  ଏବଂ ଟାଟା କ୍ୟାପିଟାଲ୍ (ଟାଟା କ୍ୟାପିଟାଲ୍) ପରି ବିଭିନ୍ନ ଅଗ୍ରଣୀ ବ୍ୟାଙ୍କ ସହିତ କଥା ହୋଇଛି। ଏଥି ସହିତ ଆଗକୁ ଓଲା ଗାଡି କିଣିବାକୁ ଥିବା ଗ୍ରାହକଙ୍କୁ ସୁବିଧାରେ  ଋଣ ଯୋଗଇ ଦେବା ପାଇଁ ବ୍ୟାଙ୍କ ଅଫ୍ ବରୋଦା , ଆକ୍ସିସ୍ ବ୍ୟାଙ୍କ , ଆଇଡିଏଫସି ଫାଷ୍ଟ ବ୍ୟାଙ୍କ  YES ବ୍ୟାଙ୍କ  ପରି ବ୍ୟାଙ୍କ ସହ ମଧ୍ୟ ଯୋଗାଯୋଗରେ ରହିଛି।

20 Oct 2021 By The Sakala

ଗ୍ରାହକଙ୍କୁ ମିଳିବ ଓଲା ଇ-ସ୍କୁଟରର ଟେଷ୍ଟ ରାଇଡ୍‌ ସୁବିଧା, ଥରେ ଚାର୍ଜ ହେଲେ ଯିବ ୧୮୧ କିଲୋମିଟର

ସାଧାରଣତଃ କୌଣସି ନୂଆ ଗାଡି କିଣିବା ପୂର୍ବରୁ ଆପଣ ଏହାକୁ ଟେଷ୍ଟ ଡ୍ରାଇଭିଂରେ ନେବାକୁ ଚାହାଁନ୍ତି। ଏହା ଦ୍ବାରା ଆପଣଙ୍କ ଗାଡିଟି କିପରି ଲାଗୁଛି ଏବଂ ତାହାର ମାଇଲେଜ୍‌, କମ୍ଫଟନେସ୍‌, ବ୍ରେକିଂ ସିଷ୍ଟମ ଇତ୍ୟାଦି ବିଷୟରେ ଜଣାପଡିଥାଏ। ଯଦି ଆପଣ ବର୍ତ୍ତମାନ ସମୟରେ ମାର୍କେଟରେ ଚହଳ ପକାଇଥିବା ଓଲା ଇ-ସ୍କୁଟର କିଣିବାକୁ ଆଗ୍ରହୀ କିମ୍ବା ବଢୁଥିବା ତେଲ ଦରକୁ ଦେଖି ଇଲେକ୍ଟ୍ରିକ୍‌ ଗାଡି କିଣିବାକୁ ଯୋଜନା କରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। କାରଣ ଖୁବ୍‌ ଶିଘ୍ର ଓଲା ତାର ଇ-ସ୍କୁଟର ପାଇଁ ଦ୍ବିତୀୟ ପର୍ଯ୍ୟାୟ ବୁକିଂ ସହ ଟେଷ୍ଟ ରାଇଡ୍‌ର ସୁବିଧା ମଧ୍ୟ ଦେବ। ଓଲା ଘୋଷଣା କରିଛି ଯେ ଏହାର ଗ୍ରାହକଙ୍କୁ ଏହାର S1 ଏବଂ S1 Pro ଇଲେକ୍ଟ୍ରିକ୍ ସ୍କୁଟର ପୋଷ୍ଟ ଦିୱାଲିର ଏକ ଟେଷ୍ଟ ରାଇଡର ସୁବିଧା ଦେବ। ଚେନ୍ନାଇ ସ୍ଥିତ ଓଲା ଇଲେକ୍ଟ୍ରିକ୍ ସ୍କୁଟର ନିର୍ମାତା କମ୍ପାନୀ କହିଛି କି ନଭେମ୍ବର ୧୦ ରୁ ଇଲେକ୍ଟ୍ରିକ୍ ସ୍କୁଟର ଟେଷ୍ଟ ରାଇଡ୍‌ ପାଇଁ ଉପଲବ୍ଧ ହେବ।

ଶୀଘ୍ର ଦ୍ବିତୀୟ ପର୍ଯ୍ୟାୟ ବୁକିଂ

ଓଲା ଇଲେକ୍ଟ୍ରିକ୍ ଏହାର ଦୁଇଟି ଇଲେକ୍ଟ୍ରିକ୍ ସ୍କୁଟର S1 ଏବଂ S1 Pro କୁ ଅଗଷ୍ଟ ୧୫ ରେ ଭାରତୀୟ ବଜାରରେ ଲଞ୍ଚ କରିଥିଲା। ଏହି ଉଭୟ ସ୍କୁଟର ଲଞ୍ଚ ହେବାର ଏକ ମାସ ପରେ, ଓଲା ଇଲେକ୍ଟ୍ରିକ୍ ଦୁଇ ଦିନ ପାଇଁ ପ୍ରଥମ ପର୍ଯ୍ୟାୟ ବୁକିଂ କରିଥିଲା। କମ୍ପାନୀ କହିଛି ଯେ ମାତ୍ର ଦୁଇ ଦିନ ମଧ୍ୟରେ ୧୧୦୦ କୋଟିରୁ ଅଧିକ ଅନ୍‌ଲାଇନ୍‌ ବ୍ୟବସାୟ କରିଛି। କମ୍ପାନୀ ପ୍ରଥମ ୨୪ ଘଣ୍ଟା ମଧ୍ୟରେ ୬୦୦ କୋଟି ଟଙ୍କା ବୁକିଂ ପାଇଥିଲା। ବର୍ତ୍ତମାନ ଏହି ସ୍କୁଟରଗୁଡ଼ିକର ଦ୍ୱିତୀୟ ପର୍ଯ୍ୟାୟ ବୁକିଂ ଦିୱାଲୀ ପୂର୍ବରୁ ନଭେମ୍ବର ୧ ରେ ଆରମ୍ଭ ହେବାକୁ ଯାଉଛି।

ଓଲା ଇ-ସ୍କୁଟରର ଡ୍ରାଇଭିଂ ରେଞ୍ଜ  ଏବଂ ଗତି

ଓଲା ଇଲେକ୍ଟ୍ରିକ୍ ସ୍କୁଟରର S1 ଫୁଲ୍‌ ଚାର୍ଜରେ ୧୨୧  କିଲୋମିଟର ଦୂରତା ଅତିକ୍ରମ କରିପାରିବ । ଯେଉଁଠାରେ S1 Pro ଭାରିଆଣ୍ଟ ଥରେ ଫୁଲ ଚାର୍ଜିଂ ପରେ ୧୮୧ କିଲୋମିଟର ଦୂରତା ଅତିକ୍ରମ କରିପାରିବ। ଓଲା S1 ଇ-ସ୍କୁଟର  ୩.୬  ସେକେଣ୍ଡରେ ୦ ରୁ ୪୦ କିଲୋମିଟର ପର୍ଯ୍ୟନ୍ତ ପ୍ରତି ଘଣ୍ଟା ସ୍ପିଡ୍‌ ଧରିବ । ଯେତେବେଳେ କି S1 Pro ଭାରିଆଣ୍ଟ ୩ ସେକେଣ୍ଡରେ ଘଣ୍ଟା ପ୍ରତି ୦ ରୁ ୪୦ କିଲୋମିଟର ବେଗ ଧରିପାରେ। ଏଥି ସହିତ ଏହି ସ୍କୁଟରର ସର୍ବୋଚ୍ଚ ଗତି ହେଉଛି ୧୧୫ କିଲୋମିଟ।

ବ୍ୟାଟେରୀ ଏବଂ ଚାର୍ଜିଂ

Ola S1 Pro ରେ ୩.୯୭ kWh ର ବହୁତ ଭଲ ବ୍ୟାଟେରୀ କ୍ଷମତା ଦିଆଯାଇଛି । Ola S1 Pro ର ବ୍ୟାଟେରୀ ଏକ ଉଚ୍ଚ କ୍ଷମତା ୟୁନିଟ୍ ହୋଇଥିବାରୁ, ସମ୍ପୂର୍ଣ୍ଣ ଚାର୍ଜ ହେବାକୁ ଅଧିକ ସମୟ ଲାଗେ। ଫୁଲ୍‌ଚାର୍ଜ ପାଇଁ ଏହା ୬ ଘଣ୍ଟା ୩୦ ମିନିଟ୍ ନେଇଥାଏ। ଓଲା ଇଲେକ୍ଟ୍ରିକ୍ ଦାବି କରିଛି ଯେ S1 Pro ର ବ୍ୟାଟେରୀକୁ ମାତ୍ର ୧୮ ମିନିଟରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ କରାଯାଇପାରିବ ଏବଂ ସେହି ଚାର୍ଜ ରେ  ଏହା ୭୫ କିଲୋମିଟର ଡ୍ରାଇଭିଂ ପରିସର ପହଞ୍ଚାଇବା ପାଇଁ ଯଥେଷ୍ଟ ହେବ।

ରଙ୍ଗ ବିକଳ୍ପ

ଓଲା ଇଲେକ୍ଟ୍ରିକ୍ ସ୍କୁଟର ୧୦ ଟି ରଙ୍ଗରେ ଉପଲବ୍ଧ ହେବ। ବୁକିଂ ସମୟରେ ପସନ୍ଦିତ ରଙ୍ଗ ଚୟନ କରାଯାଇପାରିବ ଏବଂ କମ୍ପାନୀର ୱେବସାଇଟ୍ ଅନୁଯାୟୀ, ଗ୍ରାହକ ଚାହିଁଲେ ସ୍କୁଟରର ରଙ୍ଗ ବିକଳ୍ପ ପରେ ପରିବର୍ତ୍ତନ କରାଯାଇପାରିବ।

ମୂଲ୍ୟ କେତେ?

ଓଲା ଇଲେକ୍ଟ୍ରିକ୍ ଏହି ଉଭୟ ଇଲେକ୍ଟ୍ରିକ୍ ସ୍କୁଟରର ମୂଲ୍ୟ ଘୋଷଣା କରିସାରିଛି। ଓଲା ଇଲେକ୍ଟ୍ରିକ୍ ସ୍କୁଟରର S1 ଭାରିଆଣ୍ଟର ଏକ୍ସ-ଶୋରୁମ୍ ମୂଲ୍ୟ ହେଉଛି ୯୯,୯୯୯ ଟଙ୍କା । S1 Pro ଭାରିଆଣ୍ଟର ଏକ୍ସ-ଶୋ’ରୁମ୍ ମୂଲ୍ୟ ୧,୨୯,୯୯୯ ଟଙ୍କା। ଏଥି ସହିତ ଆପଣ ଚାହିଁଲେ ଇଏମଆଇ ରେ ମଧ୍ୟ ଓଲା ସ୍କୁଟର କିଣିପାରିବେ । ସେପ୍ଟେମ୍ବର ୭ ରେ ଓଲା ଇଲେକ୍ଟ୍ରିକ୍ ଏକ ବିବୃତ୍ତିରେ କହିଛି ଯେ S1 ସ୍କୁଟର ଏକ ଇକ୍ୱାଟେଡ୍ ମାସିକ କିସ୍ତି (EMI) ରେ ମାସକୁ ୨,୯୯୯ ଟଙ୍କା ରହିବ ଏବଂ  Ola S1 Pro ର ଉନ୍ନତ ସଂସ୍କରଣ ପାଇଁ EMI ୩,୯୯୯ରୁ ଆରମ୍ଭ ହେବ। ଏଥି ସହିତ ଗାଡି ପାଇଁ ସହଜ ଋଣ ଯୋଗାଇବା ପାଇଁ ଓଲା ଇଲେକ୍ଟ୍ରିକ୍ ନିକଟରେ HDFC ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ , କୋଟାକ୍ ମହିନ୍ଦ୍ରା ପ୍ରାଇମ୍  ଏବଂ ଟାଟା କ୍ୟାପିଟାଲ୍ (ଟାଟା କ୍ୟାପିଟାଲ୍) ପରି ବିଭିନ୍ନ ଅଗ୍ରଣୀ ବ୍ୟାଙ୍କ ସହିତ କଥା ହୋଇଛି। ଏଥି ସହିତ ଆଗକୁ ଓଲା ଗାଡି କିଣିବାକୁ ଥିବା ଗ୍ରାହକଙ୍କୁ ସୁବିଧାରେ  ଋଣ ଯୋଗଇ ଦେବା ପାଇଁ ବ୍ୟାଙ୍କ ଅଫ୍ ବରୋଦା , ଆକ୍ସିସ୍ ବ୍ୟାଙ୍କ , ଆଇଡିଏଫସି ଫାଷ୍ଟ ବ୍ୟାଙ୍କ  YES ବ୍ୟାଙ୍କ  ପରି ବ୍ୟାଙ୍କ ସହ ମଧ୍ୟ ଯୋଗାଯୋଗରେ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର