ଓମିକ୍ରନ୍ ଅପେକ୍ଷା ‘ଓ ମିତ୍ରୋଁ’ ଅଧିକ ବିପଜ୍ଜନକ : ଶଶି ଥରୁର୍

The Sakala Picture
Published On

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଂଗ୍ରେସ ସାଂସଦ ଶଶି ଥରୁରଙ୍କ କଟାକ୍ଷ। କଂଗ୍ରେସର ସାଂସଦ ଶଶି ଥରୁର୍ ପ୍ରଧାନମନ୍ତ୍ରୀଙ୍କ ‘ଓ ମିତ୍ରୋଁ’ ଶବ୍ଦକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି। ଶଶି ଥରୁର୍ ପ୍ରରୋକ୍ଷରେ ପ୍ରଧାନମନ୍ତ୍ରୀଙ୍କ ‘ଓ ମିତ୍ରୋଁ’କୁ ଓମିକ୍ରନ୍ ଠାରୁ ଅଧିକ ବିପଦ ଓ ଏହାର କୌଣସି ଟିକା ନାହଁ ବୋଲି କହିଛନ୍ତି। ନିର୍ବାଚନ ରାଲି ଏବଂ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କୁ ସାଧାରଣତଃ ‘ମିତ୍ରୋଁ (ବନ୍ଧୁଗଣ)’ ବୋଲି ସମ୍ବୋଧିତ କରନ୍ତି । ଆଉ ଏହି ‘ମିତ୍ରୋଁ’ […]

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଂଗ୍ରେସ ସାଂସଦ ଶଶି ଥରୁରଙ୍କ କଟାକ୍ଷ। କଂଗ୍ରେସର ସାଂସଦ ଶଶି ଥରୁର୍ ପ୍ରଧାନମନ୍ତ୍ରୀଙ୍କ ‘ଓ ମିତ୍ରୋଁ’ ଶବ୍ଦକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି। ଶଶି ଥରୁର୍ ପ୍ରରୋକ୍ଷରେ ପ୍ରଧାନମନ୍ତ୍ରୀଙ୍କ ‘ଓ ମିତ୍ରୋଁ’କୁ ଓମିକ୍ରନ୍ ଠାରୁ ଅଧିକ ବିପଦ ଓ ଏହାର କୌଣସି ଟିକା ନାହଁ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆ ସଙ୍କଟ ଏବଂ ହରମୁଜ୍ ପ୍ରଣାଳୀ ଅବରୋଧ: ଆସନ୍ତା ସପ୍ତାହରେ ହେଡ୍ସ ଅଫ୍ ମିଶନ୍ ସମ୍ମିଳନୀରେ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ନିର୍ବାଚନ ରାଲି ଏବଂ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କୁ ସାଧାରଣତଃ ‘ମିତ୍ରୋଁ (ବନ୍ଧୁଗଣ)’ ବୋଲି ସମ୍ବୋଧିତ କରନ୍ତି । ଆଉ ଏହି ‘ମିତ୍ରୋଁ’ ଶବ୍ଦକୁ ନେଇ କଂଗ୍ରେସ ସାଂସଦ ଶଶି ଥରୁର ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି । ଏପରି ସମ୍ବୋଧନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଟାକ୍ଷ କରି ଥରୁର କହିଛନ୍ତି ଯେ କରୋନାର ଓମିକ୍ରନ୍ ଭାରିଆଣ୍ଟ ଅପେକ୍ଷା ‘ଓ ମିତ୍ରୋଁ’ ଅଧିକ ବିପଜ୍ଜନକ। କଂଗ୍ରେସ ସାଂସଦ କହିଛନ୍ତି ଯେ ‘ଓ ମିତ୍ରୋଁ’ ‘ ଏପରି ଏକ ବିପଜ୍ଜନକ ଭାଇରସ୍, ଯାହାର କୌଣସି ଅନ୍ତ ନାହିଁ।ସୋମବାର ଦିନ ଶଶି ଥରୁର ଟୁଇଟ୍ କରି କହିଛନ୍ତି – ଓମିକ୍ରନ୍ ଅପେକ୍ଷା ‘ହେ ‘ମିତ୍ରୋଁ’ ‘ ଅଧିକ ବିପଜ୍ଜନକ। ଏହାର ପରିଣାମ ମଧ୍ୟ ଆମେ ସାମ୍ନା କରୁଛୁ । ପ୍ରତିଦିନ ସାମ୍ପ୍ରଦାୟିକତା, ଧ୍ରୂବୀକରଣ ଏବଂ ଘୃଣା ବୃଦ୍ଧି ପାଉଛି । ସମ୍ବିଧାନ ଏବଂ ଗଣତନ୍ତ୍ର ଦୁର୍ବଳ ହେଉଛି।

ଆହୁରି ପଢ଼ନ୍ତୁ: ଟ୍ରମ୍ପଙ୍କ ଟାରିଫକୁ ମାତ୍ ଦେଲା ମୋଦୀ ସରକାରଙ୍କ ରଣନୀତି: ୬ ବର୍ଷରେ ୯ଟି ସ୍ୱତନ୍ତ୍ର ବାଣିଜ୍ୟ ଚୁକ୍ତି (FTA) ସ୍ୱାକ୍ଷର

ପେଗାସସ୍ ଉପରେ ନୂଆ ଖୁଲାସା ପରେ କଂଗ୍ରେସ ସଂସଦରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଥରୁର । ନିକଟରେ ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟରେ କୁହାଯାଇଛି ଯେ ମୋଦି ସରକାର ପ୍ରାୟ ୧୫ ହଜାର କୋଟିର ଡିଲ୍ ଅନୁଯାୟୀ ଇସ୍ରାଏଲରୁ ପେଗାସସ୍ ସ୍ପାଏୱେୟାର କିଣିଛନ୍ତି। ୨୦୧୭ରେ ଏହି ଚୁକ୍ତି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଇସ୍ରାଏଲରେ ଥିଲେ। ଏହା ପରେ ଇସ୍ରାଏଲର ତତ୍କାଳୀନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମଧ୍ୟ ଭାରତ ଗସ୍ତ କରିଥିଲେ।ଏହି ରିପୋର୍ଟ ପ୍ରସାରିତ ହେବା ପରେ ଭାରତୀୟ ରାଜନୀତିରେ ଚହଳ ସୃଷ୍ଟି କରିଛି।

31 Jan 2022 By The Sakala

ଓମିକ୍ରନ୍ ଅପେକ୍ଷା ‘ଓ ମିତ୍ରୋଁ’ ଅଧିକ ବିପଜ୍ଜନକ : ଶଶି ଥରୁର୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଂଗ୍ରେସ ସାଂସଦ ଶଶି ଥରୁରଙ୍କ କଟାକ୍ଷ। କଂଗ୍ରେସର ସାଂସଦ ଶଶି ଥରୁର୍ ପ୍ରଧାନମନ୍ତ୍ରୀଙ୍କ ‘ଓ ମିତ୍ରୋଁ’ ଶବ୍ଦକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି। ଶଶି ଥରୁର୍ ପ୍ରରୋକ୍ଷରେ ପ୍ରଧାନମନ୍ତ୍ରୀଙ୍କ ‘ଓ ମିତ୍ରୋଁ’କୁ ଓମିକ୍ରନ୍ ଠାରୁ ଅଧିକ ବିପଦ ଓ ଏହାର କୌଣସି ଟିକା ନାହଁ ବୋଲି କହିଛନ୍ତି।

ନିର୍ବାଚନ ରାଲି ଏବଂ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କୁ ସାଧାରଣତଃ ‘ମିତ୍ରୋଁ (ବନ୍ଧୁଗଣ)’ ବୋଲି ସମ୍ବୋଧିତ କରନ୍ତି । ଆଉ ଏହି ‘ମିତ୍ରୋଁ’ ଶବ୍ଦକୁ ନେଇ କଂଗ୍ରେସ ସାଂସଦ ଶଶି ଥରୁର ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି । ଏପରି ସମ୍ବୋଧନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଟାକ୍ଷ କରି ଥରୁର କହିଛନ୍ତି ଯେ କରୋନାର ଓମିକ୍ରନ୍ ଭାରିଆଣ୍ଟ ଅପେକ୍ଷା ‘ଓ ମିତ୍ରୋଁ’ ଅଧିକ ବିପଜ୍ଜନକ। କଂଗ୍ରେସ ସାଂସଦ କହିଛନ୍ତି ଯେ ‘ଓ ମିତ୍ରୋଁ’ ‘ ଏପରି ଏକ ବିପଜ୍ଜନକ ଭାଇରସ୍, ଯାହାର କୌଣସି ଅନ୍ତ ନାହିଁ।ସୋମବାର ଦିନ ଶଶି ଥରୁର ଟୁଇଟ୍ କରି କହିଛନ୍ତି – ଓମିକ୍ରନ୍ ଅପେକ୍ଷା ‘ହେ ‘ମିତ୍ରୋଁ’ ‘ ଅଧିକ ବିପଜ୍ଜନକ। ଏହାର ପରିଣାମ ମଧ୍ୟ ଆମେ ସାମ୍ନା କରୁଛୁ । ପ୍ରତିଦିନ ସାମ୍ପ୍ରଦାୟିକତା, ଧ୍ରୂବୀକରଣ ଏବଂ ଘୃଣା ବୃଦ୍ଧି ପାଉଛି । ସମ୍ବିଧାନ ଏବଂ ଗଣତନ୍ତ୍ର ଦୁର୍ବଳ ହେଉଛି।

ପେଗାସସ୍ ଉପରେ ନୂଆ ଖୁଲାସା ପରେ କଂଗ୍ରେସ ସଂସଦରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଥରୁର । ନିକଟରେ ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟରେ କୁହାଯାଇଛି ଯେ ମୋଦି ସରକାର ପ୍ରାୟ ୧୫ ହଜାର କୋଟିର ଡିଲ୍ ଅନୁଯାୟୀ ଇସ୍ରାଏଲରୁ ପେଗାସସ୍ ସ୍ପାଏୱେୟାର କିଣିଛନ୍ତି। ୨୦୧୭ରେ ଏହି ଚୁକ୍ତି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଇସ୍ରାଏଲରେ ଥିଲେ। ଏହା ପରେ ଇସ୍ରାଏଲର ତତ୍କାଳୀନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମଧ୍ୟ ଭାରତ ଗସ୍ତ କରିଥିଲେ।ଏହି ରିପୋର୍ଟ ପ୍ରସାରିତ ହେବା ପରେ ଭାରତୀୟ ରାଜନୀତିରେ ଚହଳ ସୃଷ୍ଟି କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର