ଜମ୍ମୁ-କଶ୍ମୀର ନୌଗାମ ଥାନାରେ ବିସ୍ଫୋରଣ, ୯ ଜଣଙ୍କର ମୃତ୍ୟୁ...

Deviprasad Mohanty Picture
Published On

ଶ୍ରୀନଗର: ଜମ୍ମୁ-କଶ୍ମୀର ଶ୍ରୀନଗରର ନୌଗାମ ଥାନା ଭିତରେ ଶୁକ୍ରବାର ରାତି ପ୍ରାୟ ୧୧ଟା ୪୫ରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ୯ ଜଣଙ୍କର ମୃତ୍ଯୁ ଘଟିଛି। ସୂଚନା ପାଇ ଦମକଳ ବାହିନୀ ଏବଂ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ସେନାର ୯୨ ବେସ୍‌ ହସ୍ପିଟାଲରେ ଭର୍ତ୍ତି କରିଛି। ସମଗ୍ର ଅଞ୍ଚଳକୁ ଚେତାବନୀ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ସୂଚନା ଅନୁଯାୟୀ,  ଏହି ନୌଗାମ ଅଞ୍ଚଳରେ ଦିଲ୍ଲୀ ବିସ୍ଫୋରଣର ଯାଞ୍ଚ ହେଉଥିଲା। ଫରେନସିକ୍‌ ଟିମ୍‌ ଆଲୁମିନିୟମ ନାଇଟ୍ରେଟର ନମୁନା ନେବାକୁ ଥାନାକୁ ପହଞ୍ଚି ଥିଲା। ଫରିଦାବାଦ ଆତଙ୍କବାଦୀ ମଡ୍ୟୁଲୋରୁ ଜବତ ବିସ୍ଫୋରକ ସାମଗ୍ରୀ ପାଇଁ ଏହି ବିସ୍ଫୋରଣ ହୋଇଥିଲା। ତେବେ ଏହାକୁ ଆତଙ୍କବାଦୀ ଆକ୍ରମଣ ନୁହେଁ, ବରଂ ଦୁର୍ଘଟଣା ବୋଲି କୁହାଯାଉଛି। ନୌଗାମ ଥାନା ଏହି ବିସ୍ଫୋରକ ଜବତ କରିଥିଲା। ଏହି ଆତଙ୍କବାଦୀ ମଡ୍ୟୁଲୋ ହିଁ ଦିଲ୍ଲୀର ଲାଲକିଲ୍ଲାରେ ବିସ୍ଫୋରଣ କରାଇ ଥିଲା। ଏହି ଅଞ୍ଚଳରେ ପ୍ରଥମ ଥର ପାଇଁ ସେନାର ଯବାନଙ୍କୁ ଚେତାବନୀ ଦିଆଯାଇଥିବା ପୋଷ୍ଟର ଲାଗିଥିଲା। ଏହି ପୋଷ୍ଟର ଆଧାରରେ ସୁରକ୍ଷା ଏଜେନ୍ସି ଦିଲ୍ଲୀ ବିସ୍ଫୋରଣ ସମ୍ବନ୍ଧିତ ଆତଙ୍କବାଦୀ ମଡ୍ୟୁଲୋ ପର୍ଯ୍ୟନ୍ତ ପହଞ୍ଚି ଥିଲା। 

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର