ଜମ୍ମୁ-କଶ୍ମୀର ନୌଗାମ ଥାନାରେ ବିସ୍ଫୋରଣ, ୯ ଜଣଙ୍କର ମୃତ୍ୟୁ...

Deviprasad Mohanty Picture
Published On

ଶ୍ରୀନଗର: ଜମ୍ମୁ-କଶ୍ମୀର ଶ୍ରୀନଗରର ନୌଗାମ ଥାନା ଭିତରେ ଶୁକ୍ରବାର ରାତି ପ୍ରାୟ ୧୧ଟା ୪୫ରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ୯ ଜଣଙ୍କର ମୃତ୍ଯୁ ଘଟିଛି। ସୂଚନା ପାଇ ଦମକଳ ବାହିନୀ ଏବଂ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ସେନାର ୯୨ ବେସ୍‌ ହସ୍ପିଟାଲରେ ଭର୍ତ୍ତି କରିଛି। ସମଗ୍ର ଅଞ୍ଚଳକୁ ଚେତାବନୀ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ହରିୟାଣାରେ ଋଣ କାରବାରର ‘ଅଦୃଶ୍ୟ’ ଖେଳ: ବିନା କାଗଜପତ୍ରରେ ମିଳିଯାଉଛି ୪୦୦ କୋଟିର ଋଣ

ସୂଚନା ଅନୁଯାୟୀ,  ଏହି ନୌଗାମ ଅଞ୍ଚଳରେ ଦିଲ୍ଲୀ ବିସ୍ଫୋରଣର ଯାଞ୍ଚ ହେଉଥିଲା। ଫରେନସିକ୍‌ ଟିମ୍‌ ଆଲୁମିନିୟମ ନାଇଟ୍ରେଟର ନମୁନା ନେବାକୁ ଥାନାକୁ ପହଞ୍ଚି ଥିଲା। ଫରିଦାବାଦ ଆତଙ୍କବାଦୀ ମଡ୍ୟୁଲୋରୁ ଜବତ ବିସ୍ଫୋରକ ସାମଗ୍ରୀ ପାଇଁ ଏହି ବିସ୍ଫୋରଣ ହୋଇଥିଲା। ତେବେ ଏହାକୁ ଆତଙ୍କବାଦୀ ଆକ୍ରମଣ ନୁହେଁ, ବରଂ ଦୁର୍ଘଟଣା ବୋଲି କୁହାଯାଉଛି। ନୌଗାମ ଥାନା ଏହି ବିସ୍ଫୋରକ ଜବତ କରିଥିଲା। ଏହି ଆତଙ୍କବାଦୀ ମଡ୍ୟୁଲୋ ହିଁ ଦିଲ୍ଲୀର ଲାଲକିଲ୍ଲାରେ ବିସ୍ଫୋରଣ କରାଇ ଥିଲା। ଏହି ଅଞ୍ଚଳରେ ପ୍ରଥମ ଥର ପାଇଁ ସେନାର ଯବାନଙ୍କୁ ଚେତାବନୀ ଦିଆଯାଇଥିବା ପୋଷ୍ଟର ଲାଗିଥିଲା। ଏହି ପୋଷ୍ଟର ଆଧାରରେ ସୁରକ୍ଷା ଏଜେନ୍ସି ଦିଲ୍ଲୀ ବିସ୍ଫୋରଣ ସମ୍ବନ୍ଧିତ ଆତଙ୍କବାଦୀ ମଡ୍ୟୁଲୋ ପର୍ଯ୍ୟନ୍ତ ପହଞ୍ଚି ଥିଲା। 

ଆହୁରି ପଢ଼ନ୍ତୁ: ଓଡ଼ିଶାକୁ ଆସି ଅପରାଧ ସାମ୍ରାଜ୍ୟକୁ ଅପରେଟ୍‌‌ କରୁଛନ୍ତି ପଡ଼ୋଶୀ ରାଜ୍ୟର ଅପରାଧୀ

Join Us @ WhatsApp

About The Author

Google News
Join Us @ WhatsApp