ଛାଡ଼ପତ୍ର ପାଇଁ ପତି-ପତ୍ନୀ ଏକବର୍ଷ ଅଲଗା ରହିବା ଜରୁରୀ ନୁହେଁ: ଦିଲ୍ଲୀ ହାଇକୋର୍ଟ

Deviprasad Mohanty Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଛାଡ଼ପତ୍ର ଦେବା ନେଇ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଆପୋସ ସହମତିରେ ଛାଡ଼ପ୍ରତ ଦେବାକୁ ଚାହୁଁଥିବା ପତି-ପତ୍ନୀଙ୍କ ପାଇଁ ଗୋଟିଏ ବର୍ଷ ଅଲଗା ରହିବାର ସର୍ତ୍ତ ବାଧ୍ୟତାମୂଳକ ନୁହେଁ ବୋଲି କୋର୍ଟ କହିଛନ୍ତି। କୋର୍ଟ କହିଛନ୍ତି ଯେ, ହିନ୍ଦୁ ବିବାହ ଆଇନ୍‌‌ (ଏଚ୍‌‌ଏମ୍‌‌ଏ), ୧୯୫୫ ଅନୁଯାୟୀ ଲାଗୁ ହୋଇଥିବା ଏହି ସର୍ତ୍ତକୁ କେତୋଟି ଉଚିତ ମାମଲାରେ ଛାଡ଼ କରାଯାଇପାରିବ। ଏପରିସ୍ଥିତିରେ ସ୍ୱାମୀ ଓ ସ୍ତ୍ରୀଙ୍କୁ ବିବାହ ବନ୍ଧନରୁ ମୁକ୍ତ କରିବା ପରିବର୍ତ୍ତେ, ସେମାନଙ୍କୁ ଏକ ଅବିଶ୍ୱସ୍ତ ସମ୍ପର୍କରେ ଫସାଇ ରଖିବା ଭୁଲ ହେବ ଓ ଏହା ଉଭୟଙ୍କ ପାଇଁ ଅନାବଶ୍ୟକ ମାନସିକ ଓ ଭାବନାତ୍ମକ ଚାପ ସୃଷ୍ଟି କରିବ ବୋଲି କୋର୍ଟ କହିଛନ୍ତି। ଆଇନ୍‌‌ ଅନୁଯାୟୀ ପରସ୍ପର ସମ୍ମତିରେ ଛାଡ଼ପତ୍ର ଦେବା ପାଇଁ ଆବେଦନ ଦାଖଲ କରିବାର ସମୟସୀମା ସମ୍ପର୍କରେ ମାର୍ଗଦର୍ଶନ ପାଇଁ ଏକ ଡିଭିଜନ ବେଞ୍ଚ୍‌‌ ଦେଇଥିବା ଏକ ରାୟର ଜବାବରେ କୋର୍ଟ ଏହି ସ୍ପଷ୍ଟୀକରଣ ଦେଇଛନ୍ତି। ଜଷ୍ଟିସ ନବୀନ ଚାୱାଲା, ଜଷ୍ଟିସ ଅନୁପ ଜୟରାମ ଭାମ୍ଭାନୀ ଓ ଜଷ୍ଟିସ ରେଣୁ ଭଟ୍ଟନାଗରଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ଏଚ୍‌‌ଏଏ ଧାରା ୧୩ବି(୧) ଅନୁଯାୟୀ ଗୋଟିଏ ବର୍ଷ ପାଇଁ ସ୍ୱାମୀ ସ୍ତ୍ରୀ ପୃଥକ ରହିବାର ଆଇନଗତ ସର୍ତ୍ତ ବାଧ୍ୟତାମୂଳକ ନୁହେଁ।ପୁଣି ବିବାହ ଶେଷ କରିବାରେ ବିଳମ୍ବ ହେଲେ ପତି କିମ୍ବା ପତ୍ନୀ ଆଗକୁ ବଢ଼଼ ନୂଆ ଓ ସ୍ଥିର ସମ୍ପର୍କ ସୃଷ୍ଟି କରିବାର ସୁଯୋଗ ପାଇ ନଥାନ୍ତି ବୋଲି ଖଣ୍ଡପୀଠ କହିଛନ୍ତି।

ଆହୁରି ପଢ଼ନ୍ତୁ: ପାଟନାରେ ଲଜ୍ଜା: ମାନେରରେ ଟ୍ୟୁସନ ଶିକ୍ଷକଙ୍କ ଦୁଷ୍କର୍ମ ଶିକାର ହେଲେ ନାବାଳିକା ଛାତ୍ରୀ, ଅଭିଯୁକ୍ତ ଫେରାର

19 Dec 2025 By Deviprasad Mohanty

ଛାଡ଼ପତ୍ର ପାଇଁ ପତି-ପତ୍ନୀ ଏକବର୍ଷ ଅଲଗା ରହିବା ଜରୁରୀ ନୁହେଁ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଛାଡ଼ପତ୍ର ଦେବା ନେଇ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଆପୋସ ସହମତିରେ ଛାଡ଼ପ୍ରତ ଦେବାକୁ ଚାହୁଁଥିବା ପତି-ପତ୍ନୀଙ୍କ ପାଇଁ ଗୋଟିଏ ବର୍ଷ ଅଲଗା ରହିବାର ସର୍ତ୍ତ ବାଧ୍ୟତାମୂଳକ ନୁହେଁ ବୋଲି କୋର୍ଟ କହିଛନ୍ତି। କୋର୍ଟ କହିଛନ୍ତି ଯେ, ହିନ୍ଦୁ ବିବାହ ଆଇନ୍‌‌ (ଏଚ୍‌‌ଏମ୍‌‌ଏ), ୧୯୫୫ ଅନୁଯାୟୀ ଲାଗୁ ହୋଇଥିବା ଏହି ସର୍ତ୍ତକୁ କେତୋଟି ଉଚିତ ମାମଲାରେ ଛାଡ଼ କରାଯାଇପାରିବ। ଏପରିସ୍ଥିତିରେ ସ୍ୱାମୀ ଓ ସ୍ତ୍ରୀଙ୍କୁ ବିବାହ ବନ୍ଧନରୁ ମୁକ୍ତ କରିବା ପରିବର୍ତ୍ତେ, ସେମାନଙ୍କୁ ଏକ ଅବିଶ୍ୱସ୍ତ ସମ୍ପର୍କରେ ଫସାଇ ରଖିବା ଭୁଲ ହେବ ଓ ଏହା ଉଭୟଙ୍କ ପାଇଁ ଅନାବଶ୍ୟକ ମାନସିକ ଓ ଭାବନାତ୍ମକ ଚାପ ସୃଷ୍ଟି କରିବ ବୋଲି କୋର୍ଟ କହିଛନ୍ତି। ଆଇନ୍‌‌ ଅନୁଯାୟୀ ପରସ୍ପର ସମ୍ମତିରେ ଛାଡ଼ପତ୍ର ଦେବା ପାଇଁ ଆବେଦନ ଦାଖଲ କରିବାର ସମୟସୀମା ସମ୍ପର୍କରେ ମାର୍ଗଦର୍ଶନ ପାଇଁ ଏକ ଡିଭିଜନ ବେଞ୍ଚ୍‌‌ ଦେଇଥିବା ଏକ ରାୟର ଜବାବରେ କୋର୍ଟ ଏହି ସ୍ପଷ୍ଟୀକରଣ ଦେଇଛନ୍ତି। ଜଷ୍ଟିସ ନବୀନ ଚାୱାଲା, ଜଷ୍ଟିସ ଅନୁପ ଜୟରାମ ଭାମ୍ଭାନୀ ଓ ଜଷ୍ଟିସ ରେଣୁ ଭଟ୍ଟନାଗରଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ଏଚ୍‌‌ଏଏ ଧାରା ୧୩ବି(୧) ଅନୁଯାୟୀ ଗୋଟିଏ ବର୍ଷ ପାଇଁ ସ୍ୱାମୀ ସ୍ତ୍ରୀ ପୃଥକ ରହିବାର ଆଇନଗତ ସର୍ତ୍ତ ବାଧ୍ୟତାମୂଳକ ନୁହେଁ।ପୁଣି ବିବାହ ଶେଷ କରିବାରେ ବିଳମ୍ବ ହେଲେ ପତି କିମ୍ବା ପତ୍ନୀ ଆଗକୁ ବଢ଼଼ ନୂଆ ଓ ସ୍ଥିର ସମ୍ପର୍କ ସୃଷ୍ଟି କରିବାର ସୁଯୋଗ ପାଇ ନଥାନ୍ତି ବୋଲି ଖଣ୍ଡପୀଠ କହିଛନ୍ତି।

https://www.thesakala.in/national-international/not-necessary-for-husband-and-wife-to-live-separately-for-a-year-for-divorce-delhi-high-court-says/article-43673
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର