କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ହତ୍ୟା ଧମକ ଘଟଣା: ଜେଲ ଭିତରୁ ହତ୍ୟା ଧମକ ଦେଇଥିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର

The Sakala Picture
Published On

ନାଗପୁର: କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତର ପରିଚୟ ପାଇଛି ପୁଲିସ। କର୍ଣ୍ଣାଟକର ବେଲାଗାଭିରେ କାରାଗାରରେ ଥିବା ଜଣେ ଗ୍ୟାଙ୍ଗଷ୍ଟର କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ହତ୍ୟା ଧମକ ଦେଇଥିବା ଜଣାପଡ଼ିଛି। କୁଖ୍ୟାତ ଗ୍ୟାଙ୍ଗଷ୍ଟର ତଥା ହତ୍ୟା ଅଭିଯୁକ୍ତ ଜୟେଶ କାନ୍ତା ଏବେ ବେଲାଗାଭି ଜେଲରେ ବନ୍ଦୀ ଅଛନ୍ତି। ସେ ଜେଲ ଭିତରେ ବେଆଇନ ଭାବେ ଫୋନ ବ୍ୟବହାର କରି ଗଡକରୀଙ୍କ କାର୍ଯ୍ଯାଳୟକୁ ଧମକ ଦେଇଥିଲେ ବୋଲି ନାଗପୁର ପୁଲିସ କମିଶନର ଅମିତେଶ କୁମାର […]

ନାଗପୁର: କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତର ପରିଚୟ ପାଇଛି ପୁଲିସ। କର୍ଣ୍ଣାଟକର ବେଲାଗାଭିରେ କାରାଗାରରେ ଥିବା ଜଣେ ଗ୍ୟାଙ୍ଗଷ୍ଟର କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ହତ୍ୟା ଧମକ ଦେଇଥିବା ଜଣାପଡ଼ିଛି। କୁଖ୍ୟାତ ଗ୍ୟାଙ୍ଗଷ୍ଟର ତଥା ହତ୍ୟା ଅଭିଯୁକ୍ତ ଜୟେଶ କାନ୍ତା ଏବେ ବେଲାଗାଭି ଜେଲରେ ବନ୍ଦୀ ଅଛନ୍ତି। ସେ ଜେଲ ଭିତରେ ବେଆଇନ ଭାବେ ଫୋନ ବ୍ୟବହାର କରି ଗଡକରୀଙ୍କ କାର୍ଯ୍ଯାଳୟକୁ ଧମକ ଦେଇଥିଲେ ବୋଲି ନାଗପୁର ପୁଲିସ କମିଶନର ଅମିତେଶ କୁମାର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ନାଗପୁର ପୋଲିସର ଏକ ଟିମ୍ ତଦନ୍ତ ପାଇଁ ବେଲାଗାଭି ଯାଇ ତାଙ୍କୁ ରିମାଣ୍ଡରେ ନେବାକୁ ଯୋଜନା କରାଯାଉଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ସୂଚନା ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ହତ୍ୟା ଧମକ ଦିଆଯାଇଥଲା ।  ତାଙ୍କର ନାଗପୁର ସ୍ଥିତ ଅଫିସକୁ ଗତକାଲି ସକାଳେ ତିନି ଥର କଲ୍‌ କରି ଟଙ୍କା ମଗାଯାଇଥିଲା। ସକାଳ ୧୧ଟା ୨୫, ୧୧ଟା ୩୨ ଏବଂ ୧୨ଟା ୩୨ ସମୟରେ ବିଏସ୍‌ଏନ୍‌ଏଲ୍‌ ନେଟୱର୍କରୁ କଲ୍‌ ଆସିଥିଲା। ଏହାକୁ ନେଇ ନାଗପୁର ଡିସିପି ରାହୁଲ ମଦାନେ କହିଥିଲେ ଯେ ସମସ୍ତ କଲ୍‌ର ତଥ୍ୟ ସଂଗ୍ରହ କରାଯାଉଛି। ଏହି ମାମଲାରେ କ୍ରାଇମବ୍ରାଞ୍ଚ ଯାଞ୍ଚ ଆରମ୍ଭ କରିଥିଲା। ଧମକ ପରେ ଗଡକରୀଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ଏହା ବ୍ୟତୀତ ଗଡ଼କରୀଙ୍କ କାର୍ଯ୍ୟକ୍ରମ ହେବାକୁ ଥିବା ସ୍ଥାନଗୁଡ଼ିକରେ ଅଧିକ ସୁରକ୍ଷାବାହିନୀ ମୁତୟନ କରାଯାଇଛି।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

 

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର