ୟୁଟ୍ୟୁବ ରେ ଭିଡିଓ ଛାଡି ୪ ଲକ୍ଷ ଟଙ୍କା କମାଉଛନ୍ତି କେନ୍ଦ୍ରମନ୍ତ୍ରୀ ନିତିନ୍ ଗଡକରୀ

The Sakala Picture
Published On

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମନ୍ତ୍ରୀ ନରେନ୍ଦ୍ର ମୋଦୀ ବିପଦକୁ ସୁଯୋଗରେ ପରିଣତ କରିବାକୁ ଆହ୍ବାନ ଦେଇ ଆସୁଛନ୍ତି। କେନ୍ଦ୍ରମନ୍ତ୍ରୀ ନିତିନ୍ ଗଡକରୀ ଏହାକୁ ସତ ପ୍ରମାଣିତ କରିଛନ୍ତି। ସେ କରୋନା ସମୟରେ ଆୟର ଏକ ନୂଆ ଉପାୟ ଖୋଜିଛନ୍ତି। ଇନ୍ଦୋରରେ ସଡ଼କ ନିର୍ମାଣ ପ୍ରକଳ୍ପର ଉଦଘାଟନ ଏବଂ ଓ ଭିଭିପ୍ରସ୍ତର ଅବସରରେ ସେ ଏହି ବିଷୟରେ କହିଛନ୍ତି । ଖେଳ ଖେଳରେ ଆରମ୍ଭ କରିଥିବା କାଲି ପର୍ଯ୍ୟନ୍ତ ଏହି କାର୍ଯ୍ୟ ତାଙ୍କୁ ପ୍ରତି ମାସରେ ୪ ଲକ୍ଷ ଟଙ୍କା […]

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମନ୍ତ୍ରୀ ନରେନ୍ଦ୍ର ମୋଦୀ ବିପଦକୁ ସୁଯୋଗରେ ପରିଣତ କରିବାକୁ ଆହ୍ବାନ ଦେଇ ଆସୁଛନ୍ତି। କେନ୍ଦ୍ରମନ୍ତ୍ରୀ ନିତିନ୍ ଗଡକରୀ ଏହାକୁ ସତ ପ୍ରମାଣିତ କରିଛନ୍ତି। ସେ କରୋନା ସମୟରେ ଆୟର ଏକ ନୂଆ ଉପାୟ ଖୋଜିଛନ୍ତି। ଇନ୍ଦୋରରେ ସଡ଼କ ନିର୍ମାଣ ପ୍ରକଳ୍ପର ଉଦଘାଟନ ଏବଂ ଓ ଭିଭିପ୍ରସ୍ତର ଅବସରରେ ସେ ଏହି ବିଷୟରେ କହିଛନ୍ତି । ଖେଳ ଖେଳରେ ଆରମ୍ଭ କରିଥିବା କାଲି ପର୍ଯ୍ୟନ୍ତ ଏହି କାର୍ଯ୍ୟ ତାଙ୍କୁ ପ୍ରତି ମାସରେ ୪ ଲକ୍ଷ ଟଙ୍କା ଦେଉଛି । ସେ କରୋନା ଲକଡାଉନ ସମୟର କଥା କହିଛନ୍ତି। କରୋନା ତାଙ୍କୁ ୨ଟି ଜିନିଷ ଦେଇଛି। ସେ ଘରେ ୟୁଟ୍ୟୁବ ଦେଖି ରୋଷେଇ କରିବା ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଭାଷଣ ଦେବା ଆରମ୍ଭ କରିଥିଲେ। ଅନ୍‌ଲାଇନରେ ସେ ନିଜର ଅଭିଭାଷଣ ରଖୁଥିଲେ । ଏହି ସମୟରେ ସେ ଆମେରିକା, ନ୍ୟୁଜିଲାଣ୍ଡ, ଜର୍ମାନୀ ଏବଂ ଅନେକ ୟୁନିଭର୍ସିଟିରେ ଭାଷଣ ଦେବାକୁ ସୁଯୋଗ ପାଇଥିଲେ। ଏହାକୁ ୟୁଟ୍ୟୁବରେ ଅପଲୋଡ କରାଯାଉଥିବାରୁ ଅନେକ ଦର୍ଶକ ଦେଖୁଥିଲେ। ସେଥିପାଇଁ ୟୁଟ୍ୟୁବ ତାଙ୍କୁ ମାସକୁ ୪ ଲକ୍ଷ ଟଙ୍କା ପ୍ରଦାନ କରୁଛି ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର