କରୋନା କ୍ଷତିଗ୍ରସ୍ତ ପାଇଁ ୧.୧ ଲକ୍ଷ କୋଟିର ଋଣ ପ୍ୟାକେଜ ଘୋଷଣା କଲେ ଅର୍ଥମନ୍ତ୍ରୀ: ସ୍ୱାସ୍ଥ୍ୟ କ୍ଷେତ୍ରକୁ ୫୦ହଜାର କୋଟି, ପ୍ରଥମ ୫ଲକ୍ଷ ପର୍ଯ୍ୟଟକଙ୍କ ପାଇଁ ମାଗଣା ଭିସା

The Sakala Picture
Published On

ନୂଆଦିଲ୍ଲୀ: କରୋନା ମହାମାରୀ ସହ ଦେଶ ଲଢୁଛି। କରୋନା ଦେଶର ଆର୍ଥିକ ବ୍ଯବସ୍ଥା ଉପରେ ବଡ଼ ପ୍ରଭାବ ପକାଇଛି। ସମ୍ପୂର୍ଣ୍ଣ ଅର୍ଥନୀତିକୁ ଦୋହଲାଇ ଦେଇଛି। ଏହି ଆର୍ଥିକ ଚାପରୁ ମୁକୁଳିବା ପାଇଁ କ୍ଷତିଗ୍ରସ୍ତ ସେକ୍ଟରଗୁଡ଼ିକ ପାଇଁ କେନ୍ଦ୍ର ସରକାର ଜରୁରୀ ଋଣ ସହାୟତାର ଘୋଷଣା କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କୋଭିଡ୍ ପ୍ରଭାବିତ ସେକ୍ଟର ପାଇଁ ୧.୧ ଲକ୍ଷ କୋଟି ଟଙ୍କାର ସହାୟତା ସ୍କିମ୍ ଘୋଷଣା କରିଛନ୍ତି। କୋଭିଡ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା […]

ନୂଆଦିଲ୍ଲୀ: କରୋନା ମହାମାରୀ ସହ ଦେଶ ଲଢୁଛି। କରୋନା ଦେଶର ଆର୍ଥିକ ବ୍ଯବସ୍ଥା ଉପରେ ବଡ଼ ପ୍ରଭାବ ପକାଇଛି। ସମ୍ପୂର୍ଣ୍ଣ ଅର୍ଥନୀତିକୁ ଦୋହଲାଇ ଦେଇଛି। ଏହି ଆର୍ଥିକ ଚାପରୁ ମୁକୁଳିବା ପାଇଁ କ୍ଷତିଗ୍ରସ୍ତ ସେକ୍ଟରଗୁଡ଼ିକ ପାଇଁ କେନ୍ଦ୍ର ସରକାର ଜରୁରୀ ଋଣ ସହାୟତାର ଘୋଷଣା କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କୋଭିଡ୍ ପ୍ରଭାବିତ ସେକ୍ଟର ପାଇଁ ୧.୧ ଲକ୍ଷ କୋଟି ଟଙ୍କାର ସହାୟତା ସ୍କିମ୍ ଘୋଷଣା କରିଛନ୍ତି। କୋଭିଡ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ସେକ୍ଟର ପାଇଁ କେନ୍ଦ୍ର ସରକାର ୮ ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀର ସୀମାପୁରୀରେ ଭୁଶୁଡ଼ିଲା ୩ ମହଲା କୋଠା, ଏକାଧିକ ବ୍ୟକ୍ତି ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା

-ସ୍ୱାସ୍ଥ୍ୟ କ୍ଷେତ୍ରକୁ ୫୦ହଜାର କୋଟି ଟଙ୍କା ଦିଆଯିବ ବୋଲି କହିଛନ୍ତି। ସେହିଭଳି ଅନ୍ୟକ୍ଷେତ୍ରଙ୍କୁ ୬୦ ହଜାର କୋଟି ଟଙ୍କାର ବୁଷ୍ଟର ପ୍ୟାକେଜ୍ ଦିଆଯିବ। ଦୁଇ କ୍ଷେତ୍ରକୁ ସର୍ବମୋଟ ୧.୧ ଲକ୍ଷ କୋଟିର ସହାୟତା ଦିଆଯିବ। ଏଥିପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରକୁ ବାର୍ଷିକ ୭.୯୫ ପ୍ରତିଶତ ସୁଧ ଦେବାକୁ ପଡିବ।

ଆହୁରି ପଢ଼ନ୍ତୁ: ରସାୟନ ବିଜ୍ଞାନରେ ନୋବେଲ୍‌ ପୁରସ୍କାର ପାଇବେ ହେନେରୀ ବି କାଗନ ଓ କେନ୍ସୋ ସୋଆଇ

-ଅତିରିକ୍ତ କ୍ରେଡିଟ୍ ଗ୍ୟାରେଣ୍ଟି ଯୋଜନା ଘୋଷଣା କରାଯାଇଛି। ଋଣ ପାଇଁ ପୂର୍ବରୁ ଗ୍ୟାରେଣ୍ଟି ଦରକାର ପଡ଼ୁଥିବା ବେଳେ ଏହି ୧.୧ ଲକ୍ଷ କୋଟି ଟଙ୍କାର ଋଣ ପାଇଁ ସରକାର ନିଜେ ଗ୍ୟାରେଣ୍ଟର ରହିବେ। ତିନି ବର୍ଷ ପାଇଁ କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ୍ ଜାରି କରାଯାଇଛି। 

ଆହୁରି ପଢ଼ନ୍ତୁ: ଭାରତୀୟ ବଂଶୋଦ୍ଭବ ଆଇନଜୀବୀ ନାଭି ପିଲ୍ଲାଇଙ୍କୁ ୨୦୨୬ ନୋବେଲ ଶାନ୍ତି ପୁରସ୍କାର

– ମାଇକ୍ରୋ ଫାଇନାନ୍ସ ସଂସ୍ଥା ଜରିଆରେ ୨୫ ଲକ୍ଷ ଲୋକଙ୍କୁ ଋଣ ମିଳିବ। ଏହାସହ ଛୋଟ ବ୍ୟବସାୟୀଙ୍କୁ ସର୍ବାଧିକ ୧ ଲକ୍ଷ ୨୫ ହଜାର ଯାଏ ଋଣ ମିଳିବା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି।

– ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ମାଗଣା ଟୁରିଷ୍ଟ ଭିସା ଦିଆଯିବ । ପ୍ରଥମ ୫ଲକ୍ଷ ପର୍ଯ୍ୟଟକଙ୍କ ପାଇଁ ମାଗଣା ଭିସା ଯୋଜନା ଲାଗୁ କରାଯିବ।

-୧୦, ୭୦୦ ପଞ୍ଜୀକୃତ ଟୁରିଷ୍ଟ ଗାଇଡଙ୍କ ପାଇଁ ମଧ୍ୟ ସହାୟତା ଘୋଷଣା କରାଯାଇଛି। ଏମାନେ ୧ ଲକ୍ଷ ପର୍ଯ୍ଯନ୍ତ ବ୍ୟକ୍ତିଗତ ଋଣ ନେଇ ଅର୍ଥ ବିନିଯୋଗ କରିପାରିବେ ବୋଲି ସୂଚନା ମିଳିଛି।

– ଟୁର୍ ଏଜେନ୍ସିଗୁଡିକ ୧୧  ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇବେ ।

– ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ, ରବି ଋତୁ ୨୦୨୦-୨୧ରେ ସରକାର ୩୮୯.୯୨ ଲକ୍ଷ ମେଟ୍ରିକ୍ ଟନ୍ ଗହମ କିଣିଥିଲେ । ଅନ୍ୟପକ୍ଷରେ ୨୦୨୧-୨୨ରେ ୪୩୨.୪୮ ଲକ୍ଷ ଟନ୍ ଗହମ କିଣିଛନ୍ତି । ଏଥିପାଇଁ ୮୫ ଲକ୍ଷ କୋଟିରୁ ଅଧିକ ଟଙ୍କା ଦିଆଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର