ଚଳିତ ବର୍ଷ ଥରେ ହେବ ନିଟ୍‌ ପରୀକ୍ଷା

The Sakala Picture
Published On

ନୂଆଦିଲ୍ଲୀ : ସ୍ନାତକୋତ୍ତର ପାଇଁ ନ୍ୟାସନାଲ ଇଲିଯିବିଲିଟି ଟେଷ୍ଟ ଓ ପ୍ରବେଶିକା ପରୀକ୍ଷା (ନିଟ୍‌) ଚଳିତ ବର୍ଷ କେବଳ ଗୋଟିଏ ଥର ହେବ ଏବଂ ଏହା ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଦ୍ୱାରା ପରିଚାଳନା କରାଯିବ। ଏ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ସୂଚନା ଦେଇଛନ୍ତି। ଦେଶର କିଛି ଛାତ୍ରଛାତ୍ରୀମାନେ ପରୀକ୍ଷାକୁ ଦୁଇ ଥର କରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ଏହାକୁ ଦୁଇଥର କରିବା ପାଇଁ ଅନୁମତି ଦେଇନାହାନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଲୋକସଭାକୁ ଦେଇଥିବା […]

ନୂଆଦିଲ୍ଲୀ : ସ୍ନାତକୋତ୍ତର ପାଇଁ ନ୍ୟାସନାଲ ଇଲିଯିବିଲିଟି ଟେଷ୍ଟ ଓ ପ୍ରବେଶିକା ପରୀକ୍ଷା (ନିଟ୍‌) ଚଳିତ ବର୍ଷ କେବଳ ଗୋଟିଏ ଥର ହେବ ଏବଂ ଏହା ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଦ୍ୱାରା ପରିଚାଳନା କରାଯିବ। ଏ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ସୂଚନା ଦେଇଛନ୍ତି। ଦେଶର କିଛି ଛାତ୍ରଛାତ୍ରୀମାନେ ପରୀକ୍ଷାକୁ ଦୁଇ ଥର କରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ଏହାକୁ ଦୁଇଥର କରିବା ପାଇଁ ଅନୁମତି ଦେଇନାହାନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ।

ଆହୁରି ପଢ଼ନ୍ତୁ: ଅଯୋଧ୍ୟା ରାମ ମନ୍ଦିର ଚାନ୍ଦା ଚୋରି ମାମଲା: ୧୯ ଘଣ୍ଟା ଧରି ଚାଲିଲା SIT ତଦନ୍ତ, ଅଭିଯୋଗକୁ ଖଣ୍ଡନ କଲେ ଟିନ୍ନୁ ଯାଦବ

ଲୋକସଭାକୁ ଦେଇଥିବା ଲିଖିତ ଉତ୍ତରରେ ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ, ୨୦୨୧ମସିହାରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟର ପରାମର୍ଶ କ୍ରମେ ଏନଇଟିଏ (ୟୁଜି) କେବଳ ଗୋଟିଏ ଥର ଏନଟିଏ ଦ୍ୱାରା ପରିଚାଳିତ ହେବ। ପରୀକ୍ଷା ସମୟରେ ସମସ୍ତ ଆବଶ୍ୟକୀୟ ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରାଯିବ।

ଆହୁରି ପଢ଼ନ୍ତୁ: ୟୁକ୍ରେନର ମାରାତ୍ମକ ଡ୍ରୋନ ଆକ୍ରମଣ: ଧ୍ୱସ୍ତ ହେଲା ଋଷର ସପ୍ଲାଇ ଲାଇନ, ବଢିଲା ପୁଟିନଙ୍କ ଚିନ୍ତା

ମେଡ଼ିକାଲ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଅଗଷ୍ଟ ପହିଲାରେ ନ୍ୟାସନାଲ୍‌ ଏଲିଜିବିଲିଟି କମ୍‌ ଏନ୍‌ଣ୍ଟ୍ରାନ୍ସ ଟେ‌ଷ୍ଟ(ନିଟ୍‌) ଅନୁଷ୍ଠିତ ହେବ। ପୂର୍ବବର୍ଷ ଭଳି ଏଥର ମଧ୍ୟ ହିନ୍ଦୀ ଓ ଇଂରାଜୀ ସମେତ ୧୧ଟି ଭାଷାରେ ‘ପେନ୍‌ ଓ ପେପର୍‌ ମୋଡ୍‌’ରେ ଏହି ପରୀକ୍ଷା ହେବ। ଦେଶରେ ଥିବା ଅନୁମୋଦିତ/ସ୍ୱୀକୃତ ଡାକ୍ତରୀ/ଦନ୍ତସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ମେଡ଼ିକାଲ କଲେଜର ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମ ଲାଗି ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଏହି ପରୀକ୍ଷା ପରିଚାଳନା କରିବ। ଆବେଦନ ପ୍ରକ୍ରିୟା ଆରମ୍ଭ ହେଲେ ପରୀକ୍ଷା, ପାଠ୍ୟଖସଡ଼ା, ବୟସଗତ ଯୋଗ୍ୟତା, ସଂରକ୍ଷଣ, ସିଟ୍‌ ବର୍ଗୀକରଣ, ପରୀକ୍ଷା ଶୁଳ୍କ, ପରୀକ୍ଷା ହେବାକୁ ଥିବା ସହର, ରାଜ୍ୟ କୋଡ୍‌ ଓ ଅନ୍ୟାନ୍ୟ ସୂଚନା https://ntaneet.nic.in ରେ ଉପଲବ୍ଧ ହେବ।

ଆହୁରି ପଢ଼ନ୍ତୁ: ରାଫେଲ୍ ଓ S-400 ମୁତୟନ ଥିବା ଏୟାରବେସ୍ ପାଇଁ ଶୁଭେନ୍ଦୁ ଦେଲେ ୨୫ ଏକର ଜମି

16 Mar 2021 By The Sakala

ଚଳିତ ବର୍ଷ ଥରେ ହେବ ନିଟ୍‌ ପରୀକ୍ଷା

ନୂଆଦିଲ୍ଲୀ : ସ୍ନାତକୋତ୍ତର ପାଇଁ ନ୍ୟାସନାଲ ଇଲିଯିବିଲିଟି ଟେଷ୍ଟ ଓ ପ୍ରବେଶିକା ପରୀକ୍ଷା (ନିଟ୍‌) ଚଳିତ ବର୍ଷ କେବଳ ଗୋଟିଏ ଥର ହେବ ଏବଂ ଏହା ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଦ୍ୱାରା ପରିଚାଳନା କରାଯିବ। ଏ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ସୂଚନା ଦେଇଛନ୍ତି। ଦେଶର କିଛି ଛାତ୍ରଛାତ୍ରୀମାନେ ପରୀକ୍ଷାକୁ ଦୁଇ ଥର କରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ଏହାକୁ ଦୁଇଥର କରିବା ପାଇଁ ଅନୁମତି ଦେଇନାହାନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ।

ଲୋକସଭାକୁ ଦେଇଥିବା ଲିଖିତ ଉତ୍ତରରେ ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ, ୨୦୨୧ମସିହାରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟର ପରାମର୍ଶ କ୍ରମେ ଏନଇଟିଏ (ୟୁଜି) କେବଳ ଗୋଟିଏ ଥର ଏନଟିଏ ଦ୍ୱାରା ପରିଚାଳିତ ହେବ। ପରୀକ୍ଷା ସମୟରେ ସମସ୍ତ ଆବଶ୍ୟକୀୟ ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରାଯିବ।

ମେଡ଼ିକାଲ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଅଗଷ୍ଟ ପହିଲାରେ ନ୍ୟାସନାଲ୍‌ ଏଲିଜିବିଲିଟି କମ୍‌ ଏନ୍‌ଣ୍ଟ୍ରାନ୍ସ ଟେ‌ଷ୍ଟ(ନିଟ୍‌) ଅନୁଷ୍ଠିତ ହେବ। ପୂର୍ବବର୍ଷ ଭଳି ଏଥର ମଧ୍ୟ ହିନ୍ଦୀ ଓ ଇଂରାଜୀ ସମେତ ୧୧ଟି ଭାଷାରେ ‘ପେନ୍‌ ଓ ପେପର୍‌ ମୋଡ୍‌’ରେ ଏହି ପରୀକ୍ଷା ହେବ। ଦେଶରେ ଥିବା ଅନୁମୋଦିତ/ସ୍ୱୀକୃତ ଡାକ୍ତରୀ/ଦନ୍ତସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ମେଡ଼ିକାଲ କଲେଜର ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମ ଲାଗି ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଏହି ପରୀକ୍ଷା ପରିଚାଳନା କରିବ। ଆବେଦନ ପ୍ରକ୍ରିୟା ଆରମ୍ଭ ହେଲେ ପରୀକ୍ଷା, ପାଠ୍ୟଖସଡ଼ା, ବୟସଗତ ଯୋଗ୍ୟତା, ସଂରକ୍ଷଣ, ସିଟ୍‌ ବର୍ଗୀକରଣ, ପରୀକ୍ଷା ଶୁଳ୍କ, ପରୀକ୍ଷା ହେବାକୁ ଥିବା ସହର, ରାଜ୍ୟ କୋଡ୍‌ ଓ ଅନ୍ୟାନ୍ୟ ସୂଚନା https://ntaneet.nic.in ରେ ଉପଲବ୍ଧ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର