ସିଦ୍ଧୁଙ୍କ ପାକିସ୍ତାନ ପ୍ରେମ, କହିଲେ ଇମ୍ରାନ ଖାନ୍ ମୋ ବଡ଼ ଭାଇ, ସେ ମୋତେ ବହୁତ ଭଲ ପାଆନ୍ତି

The Sakala Picture
Published On

ଚଣ୍ଡୀଗଡ଼ : ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁଙ୍କ ପାକିସ୍ତାନ ପ୍ରେମ। ପୁଣିଥରେ ବିବାଦୀୟ ବୟାନ ଦେଇ ଅଡୁଆରେ ସିଦ୍ଧୁ। ପାକିସ୍ତାନର କରତାରପୁର କରିଡର ଗୁରୁଦ୍ୱାରାରୁ କରତାରପୁର ସାହିବ ଦର୍ଶନ କରିବାକୁ ପାକିସ୍ତାନ ଯାଇଥିବା ସିଦ୍ଧୁ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନିଜ ବଡ ଭାଇ କହିଛନ୍ତି। ଆଉ ସିଦ୍ଧୁଙ୍କ ଏହି ପଦିଏ କଥାକୁ ନେଇ ଟାର୍ଗେଟ ରାଡାରକୁ ଆସିଛି କଂଗ୍ରେସ । କରତାରପୁର କରିଡରରେ ପହଞ୍ଚିବା ପରେ ସିଦ୍ଧୁଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା । […]

ଚଣ୍ଡୀଗଡ଼ : ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁଙ୍କ ପାକିସ୍ତାନ ପ୍ରେମ। ପୁଣିଥରେ ବିବାଦୀୟ ବୟାନ ଦେଇ ଅଡୁଆରେ ସିଦ୍ଧୁ। ପାକିସ୍ତାନର କରତାରପୁର କରିଡର ଗୁରୁଦ୍ୱାରାରୁ କରତାରପୁର ସାହିବ ଦର୍ଶନ କରିବାକୁ ପାକିସ୍ତାନ ଯାଇଥିବା ସିଦ୍ଧୁ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନିଜ ବଡ ଭାଇ କହିଛନ୍ତି। ଆଉ ସିଦ୍ଧୁଙ୍କ ଏହି ପଦିଏ କଥାକୁ ନେଇ ଟାର୍ଗେଟ ରାଡାରକୁ ଆସିଛି କଂଗ୍ରେସ ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ଓ ବନ୍ୟା ବିଭୀଷିକା: ଚିତ୍ରକୂଟରେ ଉଛୁଳିଲା ମନ୍ଦାକିନୀ ନଦୀ, ଜଳମଗ୍ନ ଅନେକ ଗାଁ

କରତାରପୁର କରିଡରରେ ପହଞ୍ଚିବା ପରେ ସିଦ୍ଧୁଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା । ଏହି ସମୟରେ ସିଦ୍ଧୁ କାରତାରପୁର ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ମହମ୍ମଦ ଲତିଫତାଙ୍କୁ ସ୍ୱାଗତ କରିବା ସହ ଇମ୍ରାନଙ୍କ ତରଫରୁ ଶୁଭେଚ୍ଛା ଜଣାଇଥିଲେ ।ଆଉ ଏହାପରେ ସିଦ୍ଧୁ ଇମ୍ରାନଙ୍କୁ ନିଜର ବଡ ଭାଇ କହିବା ସହ ମୋତେ ବହୁତ ଭଲ ପାଆନ୍ତି ବୋଲି କହିଥିଲେ । ଆଉ ଏହି ପିଦଏ କଥାକୁ ନେଇ କଂଗ୍ରେସ ଓ ସିଦ୍ଧୁଙ୍କୁ ଟାର୍ଗେଟ କରିଛି ବିଜେପି।

ଆହୁରି ପଢ଼ନ୍ତୁ: ଗୋଗୀ ଗ୍ୟାଙ୍ଗ୍, 'ବାଲିଆନ୍' ଗୋତ୍ର ଓ 'କୋର୍ଟ ମେ ମର୍ଡର' ଗୀତ: ଅଙ୍କିତ ବାଲିଆନ୍ ହତ୍ୟାକାଣ୍ଡର ଖୁଲାସା କଲା ପୋଲିସ

ପାକିସ୍ତାନ ସପକ୍ଷରେ ମନ୍ତବ୍ୟ ଦେବା ସିଦ୍ଧୁଙ୍କ ପାଇଁ ନୂଆ ନୁହେଁ । ଗତଥର ବି ସିଦ୍ଧୁ ଯେତେବେଳେ ପାକିସ୍ତାନ ଯାଇଥିଲେ କରତାରପୁର କରିଡର ଖୋଲିବା ପ୍ରସଙ୍ଗରେ ପାକିସ୍ତାନୀ ସେନାର ଜେନେରାଲ ବାଜୱାଙ୍କୁ ଆଲିଙ୍ଗନ କରିଥିଲେ। ଏହାପରେ ତାଙ୍କୁ କଡା ବିରୋଧ କରାଯାଇଥିଲା। ଏଥି ସହିତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ ସିଦ୍ଧୁ । ସେତେବେଳେ ସିଦ୍ଧୁଙ୍କ ବାହାନାରେ କଂଗ୍ରେସକୁ ଟାର୍ଗେଟ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ଏହାସହ ଯେତେବେଳେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଧୁଙ୍କ ନାଁକୁ ନେଇ ଚର୍ଚ୍ଚା ହୋଇଥିଲା ସେତେବେଳେ ପୂର୍ବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସିଦ୍ଧୁଙ୍କ ପାକିସ୍ତାନ ଲିଙ୍କ୍ କଥା ଉଠାଇଥିଲେ ।ଅମରିନ୍ଦର କହିଥିଲେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଓ ପାକିସ୍ତାନ ସେନାମୁଖ୍ୟ ବାଜୱାଙ୍କ ସହ ସିଦ୍ଧୁଙ୍କ ଉତ୍ତମ ସମ୍ପର୍କ ରହିଛି । ତେଣୁ ସିଦ୍ଧୁ ମୁଖ୍ୟମନ୍ତ୍ରୀ ହେଲେ ଭୟଙ୍କର ପରିଣାମ ଭୋଗିବାକୁ ପଡିବ ବୋଲି ଅମରିନ୍ଦର ସିଂ କହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର