ଟେକ୍ସାସରେ ନାସା ବିମାନର ଜରୁରୀକାଳୀନ ଅବତରଣ: ରନୱେରେ ଘୋଷାରି ହୋଇଗଲା ପ୍ଲେନ୍, ବାହାରିଲା ନିଆଁ ଓ ଧୂଆଁ, ଦେଖନ୍ତୁ ଭିଡିଓ

Tapas Ranjan Nanda Picture
Published On

ଆମେରିକାର ଟେକ୍ସାସ ସ୍ଥିତ ଏକ ବିମାନବନ୍ଦରରେ ମଙ୍ଗଳବାର ଦିନ ଏକ ବଡ଼ ଧରଣର ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ଯାନ୍ତ୍ରିକ ତ୍ରୁଟି ହେତୁ NASA (ନାସା)ର ଏକ ଗବେଷଣା ବିମାନକୁ ଜରୁରୀକାଳୀନ ପରିସ୍ଥିତିରେ 'ବେଲି ଲ୍ୟାଣ୍ଡିଂ' (ଚକ ବିନା ଅବତରଣ) କରିବାକୁ ପଡିଥିଲା। ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବିମାନଟି ରନ୍‌ୱେ ଉପରେ ଘୋଷାଡି ହୋଇ ଯାଉଥିବାର ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ହ୍ୟୁଷ୍ଟନ୍‌ର ଦକ୍ଷିଣ-ପୂର୍ବରେ ଥିବା Ellington Airport (ଏଲିଙ୍ଗଟନ୍ ବିମାନବନ୍ଦର)ରେ ଏହି ଘଟଣା ଘଟିଛି। ବିମାନର ଲ୍ୟାଣ୍ଡିଂ ଗିଅର୍ ଖୋଲି ନ ପାରିବାରୁ ପାଇଲଟ୍ ବିମାନଟିକୁ ବିନା ଚକରେ ଅବତରଣ କରାଇଥିଲେ। ଭିଡିଓ ଫୁଟେଜରେ ଦେଖାଯାଇଛି ଯେ, ବିମାନଟି ନିୟନ୍ତ୍ରିତ ଭାବରେ ତଳକୁ ଖସୁଥିଲା, କିନ୍ତୁ ମାଟି ଛୁଇଁବା ମାତ୍ରେ ଏହା ରନ୍‌ୱେରେ ଘୋଷାଡି ହୋଇଯାଇଥିଲା। ଫଳରେ ବିମାନର ତଳ ଭାଗରୁ ପ୍ରବଳ ଧୂଆଁ ଓ ନିଆଁ ବାହାରିଥିଲା। ତେବେ ଆଶ୍ୱସ୍ତିର ବିଷୟ ଯେ, ବିମାନରେ ଥିବା ଉଭୟ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି ଏବଂ କୌଣସି ଆହତ ହୋଇନାହାନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ନାସା ପକ୍ଷରୁ 'X' (ପୂର୍ବରୁ ଟ୍ୱିଟର)ରେ ସ୍ପଷ୍ଟ କରାଯାଇଛି ଯେ, ଏକ ଯାନ୍ତ୍ରିକ ସମସ୍ୟା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିଲା। ଦୁର୍ଘଟଣାଗ୍ରସ୍ତ ବିମାନଟି ହେଉଛି WB-57, ଯାହା ଏକ ଉଚ୍ଚ ଉଚ୍ଚତା ବିଶିଷ୍ଟ ଗବେଷଣା ବିମାନ। ଏହା ୬୦,୦୦୦ ଫୁଟରୁ ଅଧିକ ଉଚ୍ଚତାରେ ଉଡିପାରେ ଏବଂ ୧୯୭୦ ଦଶକରୁ ବୈଜ୍ଞାନିକ ଗବେଷଣା ପାଇଁ ଏହାକୁ ବ୍ୟବହାର କରାଯାଉଛି।

ଦୁର୍ଘଟଣା ପରେ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିମାନଟି ସମ୍ପୂର୍ଣ୍ଣ ଅଟକିବା ପରେ ଏହାର କକପିଟ୍ ଖୋଲାଯାଇଥିଲା। ଲ୍ୟାଣ୍ଡିଂ ଗିଅର୍ ବିଫଳ ହେବାର ପ୍ରକୃତ କାରଣ ଜାଣିବା ପାଇଁ ଏକ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର