ମୁମ୍ବାଇରେ ୨୬/୧୧ ଭଳି ଆତଙ୍କବାଦୀ ଆକ୍ରମଣ ଆଶଙ୍କା; ପୋଲିସକୁ ମିଳିଲା ଧମକପୂର୍ଣ୍ଣ ମେସେଜ୍

The Sakala Picture
Published On

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ହେବ ୨୬/୧୧ ଭଳି ଆତଙ୍କବାଦୀ ଆକ୍ରମଣ ! କିଛି ଏଭଳି ଧମକପୂର୍ଣ୍ଣ ମେସେଜ ମେସେଜ ମିଳିଛି ମୁମ୍ବାଇର ଟ୍ରାଫିକ ପୋଲିସକୁ । ମୁମ୍ବାଇ ଟ୍ରାଫିକ ପୋଲିସର ହ୍ଵାଟସଆପ୍‌ ନମ୍ବରକୁ ପୁଣିଥରେ ୨୬/୧୧ ଭଳି ଆଟାକ୍‌ ହୋଇପାରେ ବୋଲି ବ୍ୟକ୍ତି ଧମକ ମିଳିଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଯେଉଁ ନମ୍ବରରୁ ମେସେଜ୍ ଆସିଛି ତାହା ପାକିସ୍ତାନୀ ନମ୍ବର । ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରୁଛି। ଆଉ ମେସେଜ […]

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ହେବ ୨୬/୧୧ ଭଳି ଆତଙ୍କବାଦୀ ଆକ୍ରମଣ ! କିଛି ଏଭଳି ଧମକପୂର୍ଣ୍ଣ ମେସେଜ ମେସେଜ ମିଳିଛି ମୁମ୍ବାଇର ଟ୍ରାଫିକ ପୋଲିସକୁ । ମୁମ୍ବାଇ ଟ୍ରାଫିକ ପୋଲିସର ହ୍ଵାଟସଆପ୍‌ ନମ୍ବରକୁ ପୁଣିଥରେ ୨୬/୧୧ ଭଳି ଆଟାକ୍‌ ହୋଇପାରେ ବୋଲି ବ୍ୟକ୍ତି ଧମକ ମିଳିଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଯେଉଁ ନମ୍ବରରୁ ମେସେଜ୍ ଆସିଛି ତାହା ପାକିସ୍ତାନୀ ନମ୍ବର ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରୁଛି। ଆଉ ମେସେଜ କରିଥିବା ଲୋକ କହିଛି କି, ଲୋକେସନ ଟ୍ରେସ କରିବ ତ ଭାରତ ବାହାରେ ଦେଖାଇବ କିନ୍ତୁ ଧମାକା ମୁମ୍ବାଇରେ ହେବ। ଆଉ ଏହି ଆକ୍ରମଣରେ ଭାରତର ୬ ଜଣ ସାମିଲ ରହିଛନ୍ତି ବୋଲି ଅଜ୍ଞାତ ମେସେଜରୁ ଧମକ ଆସିଛି। ଏ ସମ୍ପର୍କରେ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥାକୁ ମଧ୍ୟ ସୂଚନା ଦିଆଯାଇଛି ଏବଂ ଏଟିଏସ୍ ମଧ୍ୟ ତଦନ୍ତରେ ସାମିଲ ହୋଇ ତଦନ୍ତ ଚଳାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ଏପରି ଧମକପୂର୍ଣ୍ଣ ମେସେଜ୍ ମିଳିବା ପରେ ଆଲର୍ଟ ମୋଡକୁ ଆସିଛି ମୁମ୍ବାଇ ପୋଲିସ । ଏହି ମାମଲାରେ ତନଘନା ଆରମ୍ଭ କରିଛି ମୁମ୍ବାଇ ପୋଲିସ । ଏହାସହ ଦେଶର ଅନ୍ୟ ଗୁଇନ୍ଦା ଏଜେନ୍ସିକୁ ବି ଆଲର୍ଟ କରାଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ,୨୬ ନଭେମ୍ବର ୨୦୦୮ରେ ମୁମ୍ବାଇରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ପଛରେ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବାର ହାତ ରହିଥିଲା। ଯାହାର ମାଷ୍ଟରମାଇଣ୍ଡ ଥିଲା ହାଫିଜ୍ ସଇଦ୍। ଏହି ଆକ୍ରମଣରେ ୧୬୬ ଜଣ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆତଙ୍କୀ ପୁଲିସ୍ ଗୁଳିରେ ଟଳି ପଡ଼ିଥିଲେ। ଜୀବନ୍ତ ଅବସ୍ଥାରେ ମହମ୍ମଦ କସାବକୁ ଗିରଫ କରାଯାଇଥିଲା, ତାକୁ ୨୦୧୨ରେ ଫାଶୀ ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର