ଓମିକ୍ରନର ବିଏ.୨ ଭାରିଆଣ୍ଟ ୩୩ ପ୍ରତିଶତ ଅଧିକ ସଂକ୍ରାମକ

The Sakala Picture
Published On

ନୂଆଦିଲ୍ଲୀ : ଓମିକ୍ରନର ଉପ- ପ୍ରଜାତି ବିଏ.୨ ଭାରିଆଣ୍ଟ ଡେନମାର୍କରେ କାୟା ମେଲାଇ ଚାଲିଛି। ଏହା ଉପରେ ହୋଇଥିବା ଏକ ଗବେଷଣାରୁ ଚିନ୍ତାଜନକ ରିପୋର୍ଟ ପ୍ରକାଶ ପାଇଛି। ଓମିକ୍ରନ ପ୍ରଥମ ଉପ ପ୍ରଜାତି (ବିଏ.୧୦ ରୁ ବିଏ.୨) ୩୩ ପ୍ରତିଶତ ଅଧିକ ସଂକ୍ରାମକ ବୋଲି ଜଣାପଡିଛି। ଏହା ଆଗରେ ବୁଷ୍ଟର ଡୋଜ୍ କାମ କରୁନି । ଡୋଜ୍ ନେଇଥିବା ଲୋକ ଏହି ଭାରିଆଣ୍ଟରେ ସଂକ୍ରମିତ ହେଉଛନ୍ତି। ଉପ-ପ୍ରଜାତି ମୂଳ ଭାରିଆଣ୍ଟର ପରିବାର ସଦସ୍ୟ ହୋଇଥାଏ । ଓମିକ୍ରନ […]

ନୂଆଦିଲ୍ଲୀ : ଓମିକ୍ରନର ଉପ- ପ୍ରଜାତି ବିଏ.୨ ଭାରିଆଣ୍ଟ ଡେନମାର୍କରେ କାୟା ମେଲାଇ ଚାଲିଛି। ଏହା ଉପରେ ହୋଇଥିବା ଏକ ଗବେଷଣାରୁ ଚିନ୍ତାଜନକ ରିପୋର୍ଟ ପ୍ରକାଶ ପାଇଛି। ଓମିକ୍ରନ ପ୍ରଥମ ଉପ ପ୍ରଜାତି (ବିଏ.୧୦ ରୁ ବିଏ.୨) ୩୩ ପ୍ରତିଶତ ଅଧିକ ସଂକ୍ରାମକ ବୋଲି ଜଣାପଡିଛି। ଏହା ଆଗରେ ବୁଷ୍ଟର ଡୋଜ୍ କାମ କରୁନି । ଡୋଜ୍ ନେଇଥିବା ଲୋକ ଏହି ଭାରିଆଣ୍ଟରେ ସଂକ୍ରମିତ ହେଉଛନ୍ତି। ଉପ-ପ୍ରଜାତି ମୂଳ ଭାରିଆଣ୍ଟର ପରିବାର ସଦସ୍ୟ ହୋଇଥାଏ । ଓମିକ୍ରନ କରୋନା ଭୂତାଣୁର ଏକ ମୂଳ ଭାରିଆଣ୍ଟ । ଏଥୁରୁ ତିନୋଟି ଉପ-ପ୍ରଜାତି ବିଏ.୧, ବିଏ.୨ ଏବଂ ବିଏ.୩ ସୃଷ୍ଟି ହେଲାଣି। ଏହି ସବୁ ଭାରିଆଣ୍ଟ ଓମିକ୍ରନ ଭଳି ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି।ବର୍ତମାନ ସୁଦ୍ଧା ଏହି ଭ୍ୟାରିଆଂଟ ୫୭ଟି ଦେଶକୁ ବ୍ୟାପିସାରିଲାଣି।

ଆହୁରି ପଢ଼ନ୍ତୁ: ମୁମ୍ବାଇ ଟ୍ରାଫିକ୍‌ ଜାମ୍‌ ବିବାଦ: ମନ୍ତ୍ରୀଙ୍କୁ ସମାଲୋଚନା କରିଥିବା ମହିଳାଙ୍କ ନାମରେ ଅଭିଯୋଗ, କୌଣସି ଏଫଆଇଆର୍‌ ରୁଜୁ ହୋଇନଥିବା ସ୍ପଷ୍ଟ କଲା ପୋଲିସ

ଷ୍ଟଟନ୍ସ ସିରମ ଇନଷ୍ଟିଚ୍ୟୁଟ, କୋପେନହେଗେନ ୟୁନିଭର୍ସିଟି, ଷ୍ଟାଟିଷ୍ଟିକ ଡେନ୍‌ମାର୍କ ଏବଂ ଟେକ୍ନିକାଲ ୟୁନିଭର୍ସିଟି ଅଫ ଡେନମାର୍କର ବୈଜ୍ଞାନିକମାନେ ଡିସେମ୍ବରରୁ ଜାନୁଆରୀ ମଧ୍ୟରେ ଏହି ଅଧ୍ୟୟନ କରିଥିଲେ। ଗବେଷକମାନେ ୮ ହଜାର୫୦୦ ନମୁନା ଯାଞ୍ଚ କରିଥିଲେ। ବିଏ.୧ ତୁଳନାରେ ବିଏ.୨.୩୩ ପ୍ରତିଶତ ଅଧିକ ସଂକ୍ରାମକ ବୋଲି ସେମାନେ ଜାଣିବାକୁ ପାଇଥିଲେ । ଗବେଷକଙ୍କ ଅନୁଯାୟୀ ଯଦି ଘରେ କେହି ବିଏ.୨ରେ ସଂକ୍ରମିତ ହୋଇଛନ୍ତି ତେବେ ଅନ୍ୟ ମାନେ ସଂକ୍ରମିତ ହେବାର ୩୯ ପ୍ରତିଶତ ସମ୍ଭାବନା ରହିଛି। ବିଏ.୨ରେ କିଛି ବଂଶାନୁକ୍ରମିକ ଗୁଣ ରହିଛି ଯାହା ଭାରିଆଣ୍ଟକୁ ପୂର୍ବାପେକ୍ଷା ଅଧିକ ସଂକ୍ରାମକ କରାଇଛି।

ଆହୁରି ପଢ଼ନ୍ତୁ: UIDAI ର ବଡ଼ ସ୍ପଷ୍ଟୀକରଣ: ଆଧାର କାର୍ଡକୁ ଜନ୍ମ ତାରିଖର ପ୍ରମାଣ ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ

ଏହା ମନୁଷ୍ୟର ପ୍ରତିରୋଧୀ ବ୍ୟବସ୍ଥାକୁ ସହଜରେ ପ୍ରଭାବିତ କରିଦେଇଛି। ଏଥିଯୋଗୁଁ ଟିକାର ଉଭୟ ଡୋଜ ଏବଂ ବୁଷ୍ଟର ଡୋଜ ନେଇଥିବା ବ୍ୟକ୍ତି ମଧ୍ୟ ଏଥିରେ ସଂକ୍ରମିତ ହେଉଛନ୍ତି। ତେବେ ଟିକା ଯୋଗୁଁ ହସ୍ପିଟାଲ ଭର୍ତ୍ତି ହେବା ହାର ଏବଂ ଗୁରୁତର ହ୍ରାସ ପାଉଛି।

ଆହୁରି ପଢ଼ନ୍ତୁ: ପେଟ୍ରୋଲ ଓ ଡିଜେଲ ଗାଡ଼ିର ଭବିଷ୍ୟତ ଶୂନ୍: ଅଟୋମୋବାଇଲ କମ୍ପାନୀଗୁଡ଼ିକୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଚେତାବନୀ

02 Feb 2022 By The Sakala

ଓମିକ୍ରନର ବିଏ.୨ ଭାରିଆଣ୍ଟ ୩୩ ପ୍ରତିଶତ ଅଧିକ ସଂକ୍ରାମକ

ନୂଆଦିଲ୍ଲୀ : ଓମିକ୍ରନର ଉପ- ପ୍ରଜାତି ବିଏ.୨ ଭାରିଆଣ୍ଟ ଡେନମାର୍କରେ କାୟା ମେଲାଇ ଚାଲିଛି। ଏହା ଉପରେ ହୋଇଥିବା ଏକ ଗବେଷଣାରୁ ଚିନ୍ତାଜନକ ରିପୋର୍ଟ ପ୍ରକାଶ ପାଇଛି। ଓମିକ୍ରନ ପ୍ରଥମ ଉପ ପ୍ରଜାତି (ବିଏ.୧୦ ରୁ ବିଏ.୨) ୩୩ ପ୍ରତିଶତ ଅଧିକ ସଂକ୍ରାମକ ବୋଲି ଜଣାପଡିଛି। ଏହା ଆଗରେ ବୁଷ୍ଟର ଡୋଜ୍ କାମ କରୁନି । ଡୋଜ୍ ନେଇଥିବା ଲୋକ ଏହି ଭାରିଆଣ୍ଟରେ ସଂକ୍ରମିତ ହେଉଛନ୍ତି। ଉପ-ପ୍ରଜାତି ମୂଳ ଭାରିଆଣ୍ଟର ପରିବାର ସଦସ୍ୟ ହୋଇଥାଏ । ଓମିକ୍ରନ କରୋନା ଭୂତାଣୁର ଏକ ମୂଳ ଭାରିଆଣ୍ଟ । ଏଥୁରୁ ତିନୋଟି ଉପ-ପ୍ରଜାତି ବିଏ.୧, ବିଏ.୨ ଏବଂ ବିଏ.୩ ସୃଷ୍ଟି ହେଲାଣି। ଏହି ସବୁ ଭାରିଆଣ୍ଟ ଓମିକ୍ରନ ଭଳି ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି।ବର୍ତମାନ ସୁଦ୍ଧା ଏହି ଭ୍ୟାରିଆଂଟ ୫୭ଟି ଦେଶକୁ ବ୍ୟାପିସାରିଲାଣି।

ଷ୍ଟଟନ୍ସ ସିରମ ଇନଷ୍ଟିଚ୍ୟୁଟ, କୋପେନହେଗେନ ୟୁନିଭର୍ସିଟି, ଷ୍ଟାଟିଷ୍ଟିକ ଡେନ୍‌ମାର୍କ ଏବଂ ଟେକ୍ନିକାଲ ୟୁନିଭର୍ସିଟି ଅଫ ଡେନମାର୍କର ବୈଜ୍ଞାନିକମାନେ ଡିସେମ୍ବରରୁ ଜାନୁଆରୀ ମଧ୍ୟରେ ଏହି ଅଧ୍ୟୟନ କରିଥିଲେ। ଗବେଷକମାନେ ୮ ହଜାର୫୦୦ ନମୁନା ଯାଞ୍ଚ କରିଥିଲେ। ବିଏ.୧ ତୁଳନାରେ ବିଏ.୨.୩୩ ପ୍ରତିଶତ ଅଧିକ ସଂକ୍ରାମକ ବୋଲି ସେମାନେ ଜାଣିବାକୁ ପାଇଥିଲେ । ଗବେଷକଙ୍କ ଅନୁଯାୟୀ ଯଦି ଘରେ କେହି ବିଏ.୨ରେ ସଂକ୍ରମିତ ହୋଇଛନ୍ତି ତେବେ ଅନ୍ୟ ମାନେ ସଂକ୍ରମିତ ହେବାର ୩୯ ପ୍ରତିଶତ ସମ୍ଭାବନା ରହିଛି। ବିଏ.୨ରେ କିଛି ବଂଶାନୁକ୍ରମିକ ଗୁଣ ରହିଛି ଯାହା ଭାରିଆଣ୍ଟକୁ ପୂର୍ବାପେକ୍ଷା ଅଧିକ ସଂକ୍ରାମକ କରାଇଛି।

ଏହା ମନୁଷ୍ୟର ପ୍ରତିରୋଧୀ ବ୍ୟବସ୍ଥାକୁ ସହଜରେ ପ୍ରଭାବିତ କରିଦେଇଛି। ଏଥିଯୋଗୁଁ ଟିକାର ଉଭୟ ଡୋଜ ଏବଂ ବୁଷ୍ଟର ଡୋଜ ନେଇଥିବା ବ୍ୟକ୍ତି ମଧ୍ୟ ଏଥିରେ ସଂକ୍ରମିତ ହେଉଛନ୍ତି। ତେବେ ଟିକା ଯୋଗୁଁ ହସ୍ପିଟାଲ ଭର୍ତ୍ତି ହେବା ହାର ଏବଂ ଗୁରୁତର ହ୍ରାସ ପାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର