ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ସିଏସ୍‌ଇ ଗବେଷଣାରୁ ମିଳିଲା ଜଳବାୟୁର ବିଲକ୍ଷଣ : ମୌସୁମୀରେ ବି ବଢୁଛି ଗରମ

The Sakala Picture
Published On

ଭୁବନେଶ୍ୱର : ସାଧାରଣ ଖରା ତଥା ପ୍ରଚଣ୍ଡ ରୌଦ୍ର ତାପରୁ ରକ୍ଷା ପାଇବା ପାଇଁ ସମସ୍ତେ ମୌସୁମୀ ଅପେକ୍ଷାରେ ରହିଥାନ୍ତି। କାରଣ ମୌସୁମୀର ଆଗମନ ପାଣିପାଗକୁ ଥଣ୍ଡା କରିଥାଏ। ମାତ୍ର ବିଶ୍ୱ ତାପାୟନର ପ୍ରଭାବରେ ମୌସୁମୀ ପୂର୍ବପରି ସ୍ୱାଭାବିକ ହେବା ପରିବର୍ତ୍ତେ ଅଧିକ ଉତ୍ତପ୍ତ ହେଉଛି। ସାଧାରଣତଃ ବର୍ଷର ଜୁନ୍‍ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ମୌସୁମୀର ପ୍ରଭାବ ଅନୁଭୂତ ହୋଇଥାଏ। ସାମ୍ପ୍ରତିକ ସମୟରେ ଏହି ମାସ ଗୁଡ଼ିକ ଅଧିକ ଉତ୍ତପ୍ତ ହେବାରେ ଲାଗିଛି ବୋଲି ଦୀର୍ଘଦିନ ଧରି […]

ଭୁବନେଶ୍ୱର : ସାଧାରଣ ଖରା ତଥା ପ୍ରଚଣ୍ଡ ରୌଦ୍ର ତାପରୁ ରକ୍ଷା ପାଇବା ପାଇଁ ସମସ୍ତେ ମୌସୁମୀ ଅପେକ୍ଷାରେ ରହିଥାନ୍ତି। କାରଣ ମୌସୁମୀର ଆଗମନ ପାଣିପାଗକୁ ଥଣ୍ଡା କରିଥାଏ। ମାତ୍ର ବିଶ୍ୱ ତାପାୟନର ପ୍ରଭାବରେ ମୌସୁମୀ ପୂର୍ବପରି ସ୍ୱାଭାବିକ ହେବା ପରିବର୍ତ୍ତେ ଅଧିକ ଉତ୍ତପ୍ତ ହେଉଛି। ସାଧାରଣତଃ ବର୍ଷର ଜୁନ୍‍ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ମୌସୁମୀର ପ୍ରଭାବ ଅନୁଭୂତ ହୋଇଥାଏ। ସାମ୍ପ୍ରତିକ ସମୟରେ ଏହି ମାସ ଗୁଡ଼ିକ ଅଧିକ ଉତ୍ତପ୍ତ ହେବାରେ ଲାଗିଛି ବୋଲି ଦୀର୍ଘଦିନ ଧରି ଗବେଷଣା କରୁଥିବା ସେଣ୍ଟର ଫର ସାଇନ୍ସ ଏଣ୍ଡ ଏନଭରମେଣ୍ଟ(ସିଏସଇ) ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଆମେରିକା କୋର୍ଟଙ୍କ ବଡ଼ ନିଷ୍ପତ୍ତି: ବେଆଇନ ଘୋଷିତ ହେଲା ଟ୍ରମ୍ପଙ୍କ ୧ ଲକ୍ଷ ଡଲାରର H-1B ଭିସା ଫି', ଭାରତୀୟଙ୍କ ପାଇଁ ଆଶ୍ୱସ୍ତି

ସର୍ବଭାରତୀୟସ୍ତରରେ ଜୁନ୍‍ରୁ ସେପ୍ଟେମ୍ବର ମାସ ମଧ୍ୟରେ ହାରାହାରି ତାପମାତ୍ରା ଠାରୁ ଗ୍ରୀଷ୍ମ ମାସ (ମାର୍ଚ୍ଚ, ଏପ୍ରିଲ, ମେ) ମାସରେ ତାପମାତ୍ରା ୩ଂ ଅଧିକ ରହିଆସୁଛି। ସିଏସଇ ପକ୍ଷରୁ ୧୯୫୧ ମସିହାରୁ ୧୯୮୦ ମସିହାର ତାପାମାତ୍ର ସହ ଗତ ୨୦୧୨-୨୦୨୧ ମସିହାର ତାପମାତ୍ରାର ମଧ୍ୟରେ ତୁଳନାତ୍ମକ ଅଧ୍ୟୟନରୁ ଏହା ଜଣାପଡିଛି। ସାମଗ୍ରିକ ଭାବେ ତାପମାତ୍ରା ୦.୪ଂ ସେଲସିୟସ ବୃଦ୍ଧି ପାଇଛି। ୧୯୦୧ରୁ ୨୦୨୦ ମସିହା ମଧ୍ୟରେ ସର୍ବଭାରତୀୟ ହାରାହାରି ତାପମାତ୍ରା ୦.୬୨ ସେଲସିୟସ ବୃଦ୍ଧି ପାଇଛି। ଏହା ଭାରତୀୟ ପାଣିପାଗ ସଂସ୍ଥା ଦ୍ୱାରା ରଖାଯାଇଥିବା ରେକର୍ଡ କହୁଛି। କେବଳ ମୌସୁମୀ ସମୟରେ ଯେ ତାପମାତ୍ରା ବଢିବାରେ ଲାଗିନାହିଁ। ମୌସୁମୀର ପରବର୍ତ୍ତୀ ମାସ ଗୁଡ଼ିକର ତାପମାତ୍ରା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ବିଗତ ବର୍ଷ ଗୁଡ଼ିକ ଅପେକ୍ଷା ଅକ୍ଟୋବରରୁ ଡିସେମ୍ବର ମାସ ଗୁଡ଼ିକରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ଅଧିକୃତ କାଶ୍ମୀରରେ ଜଳୁଛି ବିଦ୍ରୋହର ନିଆଁ: ଜେଏଏସି (JAAC)ର ଲଙ୍ଗ୍ ମାର୍ଚ୍ଚ ବେଳେ ହିଂସାତ୍ମକ ସଂଘର୍ଷ

ମୌସୁମୀ ପରବର୍ତ୍ତୀ ମାସ ଗୁଡ଼ିକର ତାପମାତ୍ରା ହାରାହାରି ୦.୭୯ଂ ବୃଦ୍ଧି ପାଇଛି। ବର୍ଷ ଆରମ୍ଭରୁ ଶୀତ ଅନୁଭୂତ ହୋଇଥାଏ। ମାତ୍ର ମାଘମାସର ବାଘ ଭଳି ଶୀତ ଏବେ ଆଇ ମା କାହାଣୀ ହୋଇଯାଇଛି। ଏହା ୨ ମାସର ହାରାହାରି ତାପମାତ୍ରା ୦.୫୮ଂ ସେଲସିୟସ୍‍ ବୃଦ୍ଧି ପାଇଛି। ଚଳିତ ବର୍ଷ ଉତ୍ତର ଏବଂ ପଶ୍ଚିମ ଭାରତୀୟ ରାଜ୍ୟ ଗୁଡ଼ିକରେ ପ୍ରାକ୍‍ ମୌସୁମୀ ବର୍ଷାର ପରିମାଣ ଅହେତୁକ ହ୍ରାସ ପାଇଛି। ପ୍ରାକ୍‍ ମୌସୁମୀ ଏବଂ ଗ୍ରୀଷ୍ମଦିନରେ ମଧ୍ୟ ଭାରତ (ଓଡ଼ିଶା ସମେତ ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଗୋଆ, ଡାମନ ଓ ଡିଉ, ଦାଦ୍ରା ନଗର ହାବେଳୀ ଓ ଛତିଶଗଡ଼) ଏବଂ ଦକ୍ଷିଣ ପେନିନସୁଲାର ଅଞ୍ଚଳ(ଆଣ୍ଡାମାନ ନିକୋବର, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, କେରଳ, ଲକ୍ଷଦ୍ୱୀପ, ପୁଡୁଚେରୀ,ତାମିଲନାଡୁ ଏବଂ ତେଲେଙ୍ଗାନା)ର ହାରାହାରି ତାପମାତ୍ରା ଉତ୍ତର-ପଶ୍ଚିମ ଅଞ୍ଚଳ ଠାରୁ ଅଧିକ ରହୁଛି। ମଧ୍ୟ ଭାରତର ତାପମାତ୍ରା ୨ରୁ ୭ଂ ସେଲସିୟସ୍‍ ବୃଦ୍ଧି ପାଇଛି। ଅପରପକ୍ଷରେ ଦକ୍ଷିଣ ପେନିନ୍‍ସୁଲାର ରାଜ୍ୟ ଗୁଡ଼ିକ ଠାରୁ ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକର ତାପାମାତ୍ରା ୪ରୁ ୧୦ଂ ସେଲସିୟସ ବୃଦ୍ଧି ପାଇବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ନିଟ୍‌-ୟୁଜି ପୁନଃ ପରୀକ୍ଷା ପାଇଁ NTA ର ବଡ଼ ଘୋଷଣା: ବଢ଼ିଲା ପରୀକ୍ଷା ସମୟ ଓ ରଫ୍‌ ସିଟ୍‌ ସଂଖ୍ୟା

୧୯୮୧ରୁ ୨୦୧୦ ମସିହା ମାର୍ଚ୍ଚ ଓ ଏପ୍ରିଲ ମାସରେ ୟୁପି, ଉତ୍ତରାଖଣ୍ଡ, ରାଜସ୍ଥାନ, ପଞ୍ଜାବ, ଲଦାଖ, ଜମ୍ମୁ ଓ କଶ୍ମୀର, ହିମାଚଳ ପ୍ରଦେଶ, ହରିୟାଣା, ଦିଲ୍ଲୀ ଏବଂ ଚଣ୍ଡିଗଡ଼ର ଦୈନିକ ହାରାହାରି ତାପାମାତ୍ରା ଠାରୁ ବର୍ତ୍ତମାନ ତାପମାତ୍ରା ପ୍ରାୟ ୪ଂ ସେଲସିୟସ୍‍ ପର୍ଯ୍ୟନ୍ତ ବୃଦ୍ଧି ପାଇସାରିଲାଣି। ବର୍ତ୍ତମାନ ସାଧାରଣତଃ ମେ ମାସରେ ତାପାମାତ୍ରା ଅପେକ୍ଷାକୃତ ସ୍ୱାଭାବିକ ରହୁଛି। ଉତ୍ତର-ପଶ୍ଚିମ ଭାରତୀୟ ରାଜ୍ୟ ଗୁଡ଼ିକରେ ହାରାହାରି ତାପମାତ୍ରା ମାର୍ଚ୍ଚ ମାସରେ ୩୦.୭ଂ ସେଲସିୟସ ରହୁଛି। ମାତ୍ର ସମାନ ମାସରେ ସର୍ବଭାରତୀୟ ହାରାହାରି ତାପମାତ୍ରା ୩୩.୧ଂ ସେଲସିୟସ ରହୁଛି। ଯାହା ଉତ୍ତର-ପଶ୍ଚିମ ରାଜ୍ୟ ଗୁଡ଼ିକ ତାପମାତ୍ରାଠାରୁ ପ୍ରାୟ ୨.୪ଂ ସେଲସିୟସ ଅଧିକ ଉତ୍ତପ୍ତ। କେତେକ ଦିନ ଗୁଡ଼ିକରେ ହାରାହାରି ତାପମାତ୍ରାର ତାରତମ୍ୟ ୪.୯ଂ ସେଲସିୟସ ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି।

10 Jul 2022 By The Sakala

ସିଏସ୍‌ଇ ଗବେଷଣାରୁ ମିଳିଲା ଜଳବାୟୁର ବିଲକ୍ଷଣ : ମୌସୁମୀରେ ବି ବଢୁଛି ଗରମ

ଭୁବନେଶ୍ୱର : ସାଧାରଣ ଖରା ତଥା ପ୍ରଚଣ୍ଡ ରୌଦ୍ର ତାପରୁ ରକ୍ଷା ପାଇବା ପାଇଁ ସମସ୍ତେ ମୌସୁମୀ ଅପେକ୍ଷାରେ ରହିଥାନ୍ତି। କାରଣ ମୌସୁମୀର ଆଗମନ ପାଣିପାଗକୁ ଥଣ୍ଡା କରିଥାଏ। ମାତ୍ର ବିଶ୍ୱ ତାପାୟନର ପ୍ରଭାବରେ ମୌସୁମୀ ପୂର୍ବପରି ସ୍ୱାଭାବିକ ହେବା ପରିବର୍ତ୍ତେ ଅଧିକ ଉତ୍ତପ୍ତ ହେଉଛି। ସାଧାରଣତଃ ବର୍ଷର ଜୁନ୍‍ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ମୌସୁମୀର ପ୍ରଭାବ ଅନୁଭୂତ ହୋଇଥାଏ। ସାମ୍ପ୍ରତିକ ସମୟରେ ଏହି ମାସ ଗୁଡ଼ିକ ଅଧିକ ଉତ୍ତପ୍ତ ହେବାରେ ଲାଗିଛି ବୋଲି ଦୀର୍ଘଦିନ ଧରି ଗବେଷଣା କରୁଥିବା ସେଣ୍ଟର ଫର ସାଇନ୍ସ ଏଣ୍ଡ ଏନଭରମେଣ୍ଟ(ସିଏସଇ) ପକ୍ଷରୁ କୁହାଯାଇଛି।

ସର୍ବଭାରତୀୟସ୍ତରରେ ଜୁନ୍‍ରୁ ସେପ୍ଟେମ୍ବର ମାସ ମଧ୍ୟରେ ହାରାହାରି ତାପମାତ୍ରା ଠାରୁ ଗ୍ରୀଷ୍ମ ମାସ (ମାର୍ଚ୍ଚ, ଏପ୍ରିଲ, ମେ) ମାସରେ ତାପମାତ୍ରା ୩ଂ ଅଧିକ ରହିଆସୁଛି। ସିଏସଇ ପକ୍ଷରୁ ୧୯୫୧ ମସିହାରୁ ୧୯୮୦ ମସିହାର ତାପାମାତ୍ର ସହ ଗତ ୨୦୧୨-୨୦୨୧ ମସିହାର ତାପମାତ୍ରାର ମଧ୍ୟରେ ତୁଳନାତ୍ମକ ଅଧ୍ୟୟନରୁ ଏହା ଜଣାପଡିଛି। ସାମଗ୍ରିକ ଭାବେ ତାପମାତ୍ରା ୦.୪ଂ ସେଲସିୟସ ବୃଦ୍ଧି ପାଇଛି। ୧୯୦୧ରୁ ୨୦୨୦ ମସିହା ମଧ୍ୟରେ ସର୍ବଭାରତୀୟ ହାରାହାରି ତାପମାତ୍ରା ୦.୬୨ ସେଲସିୟସ ବୃଦ୍ଧି ପାଇଛି। ଏହା ଭାରତୀୟ ପାଣିପାଗ ସଂସ୍ଥା ଦ୍ୱାରା ରଖାଯାଇଥିବା ରେକର୍ଡ କହୁଛି। କେବଳ ମୌସୁମୀ ସମୟରେ ଯେ ତାପମାତ୍ରା ବଢିବାରେ ଲାଗିନାହିଁ। ମୌସୁମୀର ପରବର୍ତ୍ତୀ ମାସ ଗୁଡ଼ିକର ତାପମାତ୍ରା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ବିଗତ ବର୍ଷ ଗୁଡ଼ିକ ଅପେକ୍ଷା ଅକ୍ଟୋବରରୁ ଡିସେମ୍ବର ମାସ ଗୁଡ଼ିକରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି।

ମୌସୁମୀ ପରବର୍ତ୍ତୀ ମାସ ଗୁଡ଼ିକର ତାପମାତ୍ରା ହାରାହାରି ୦.୭୯ଂ ବୃଦ୍ଧି ପାଇଛି। ବର୍ଷ ଆରମ୍ଭରୁ ଶୀତ ଅନୁଭୂତ ହୋଇଥାଏ। ମାତ୍ର ମାଘମାସର ବାଘ ଭଳି ଶୀତ ଏବେ ଆଇ ମା କାହାଣୀ ହୋଇଯାଇଛି। ଏହା ୨ ମାସର ହାରାହାରି ତାପମାତ୍ରା ୦.୫୮ଂ ସେଲସିୟସ୍‍ ବୃଦ୍ଧି ପାଇଛି। ଚଳିତ ବର୍ଷ ଉତ୍ତର ଏବଂ ପଶ୍ଚିମ ଭାରତୀୟ ରାଜ୍ୟ ଗୁଡ଼ିକରେ ପ୍ରାକ୍‍ ମୌସୁମୀ ବର୍ଷାର ପରିମାଣ ଅହେତୁକ ହ୍ରାସ ପାଇଛି। ପ୍ରାକ୍‍ ମୌସୁମୀ ଏବଂ ଗ୍ରୀଷ୍ମଦିନରେ ମଧ୍ୟ ଭାରତ (ଓଡ଼ିଶା ସମେତ ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଗୋଆ, ଡାମନ ଓ ଡିଉ, ଦାଦ୍ରା ନଗର ହାବେଳୀ ଓ ଛତିଶଗଡ଼) ଏବଂ ଦକ୍ଷିଣ ପେନିନସୁଲାର ଅଞ୍ଚଳ(ଆଣ୍ଡାମାନ ନିକୋବର, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, କେରଳ, ଲକ୍ଷଦ୍ୱୀପ, ପୁଡୁଚେରୀ,ତାମିଲନାଡୁ ଏବଂ ତେଲେଙ୍ଗାନା)ର ହାରାହାରି ତାପମାତ୍ରା ଉତ୍ତର-ପଶ୍ଚିମ ଅଞ୍ଚଳ ଠାରୁ ଅଧିକ ରହୁଛି। ମଧ୍ୟ ଭାରତର ତାପମାତ୍ରା ୨ରୁ ୭ଂ ସେଲସିୟସ୍‍ ବୃଦ୍ଧି ପାଇଛି। ଅପରପକ୍ଷରେ ଦକ୍ଷିଣ ପେନିନ୍‍ସୁଲାର ରାଜ୍ୟ ଗୁଡ଼ିକ ଠାରୁ ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକର ତାପାମାତ୍ରା ୪ରୁ ୧୦ଂ ସେଲସିୟସ ବୃଦ୍ଧି ପାଇବାରେ ଲାଗିଛି।

୧୯୮୧ରୁ ୨୦୧୦ ମସିହା ମାର୍ଚ୍ଚ ଓ ଏପ୍ରିଲ ମାସରେ ୟୁପି, ଉତ୍ତରାଖଣ୍ଡ, ରାଜସ୍ଥାନ, ପଞ୍ଜାବ, ଲଦାଖ, ଜମ୍ମୁ ଓ କଶ୍ମୀର, ହିମାଚଳ ପ୍ରଦେଶ, ହରିୟାଣା, ଦିଲ୍ଲୀ ଏବଂ ଚଣ୍ଡିଗଡ଼ର ଦୈନିକ ହାରାହାରି ତାପାମାତ୍ରା ଠାରୁ ବର୍ତ୍ତମାନ ତାପମାତ୍ରା ପ୍ରାୟ ୪ଂ ସେଲସିୟସ୍‍ ପର୍ଯ୍ୟନ୍ତ ବୃଦ୍ଧି ପାଇସାରିଲାଣି। ବର୍ତ୍ତମାନ ସାଧାରଣତଃ ମେ ମାସରେ ତାପାମାତ୍ରା ଅପେକ୍ଷାକୃତ ସ୍ୱାଭାବିକ ରହୁଛି। ଉତ୍ତର-ପଶ୍ଚିମ ଭାରତୀୟ ରାଜ୍ୟ ଗୁଡ଼ିକରେ ହାରାହାରି ତାପମାତ୍ରା ମାର୍ଚ୍ଚ ମାସରେ ୩୦.୭ଂ ସେଲସିୟସ ରହୁଛି। ମାତ୍ର ସମାନ ମାସରେ ସର୍ବଭାରତୀୟ ହାରାହାରି ତାପମାତ୍ରା ୩୩.୧ଂ ସେଲସିୟସ ରହୁଛି। ଯାହା ଉତ୍ତର-ପଶ୍ଚିମ ରାଜ୍ୟ ଗୁଡ଼ିକ ତାପମାତ୍ରାଠାରୁ ପ୍ରାୟ ୨.୪ଂ ସେଲସିୟସ ଅଧିକ ଉତ୍ତପ୍ତ। କେତେକ ଦିନ ଗୁଡ଼ିକରେ ହାରାହାରି ତାପମାତ୍ରାର ତାରତମ୍ୟ ୪.୯ଂ ସେଲସିୟସ ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର