ଆଇଏଏସ୍‍, ଆଇପିଏସ୍‍ଙ୍କ ଡେପୁଟେସନ ନିୟମ ସଂଶୋଧନ ଚାହୁଁଛନ୍ତି ମୋଦୀ ସରକାର, କେନ୍ଦ୍ରୀୟ ପ୍ରସ୍ତାବକୁ ବିଭିନ୍ନ ରାଜ୍ୟ ସରକାରଙ୍କ ବିରୋଧ

The Sakala Picture
Published On

ଭୁବନେଶ୍ୱର : ଭାରତ ବର୍ଷରେ ପ୍ରଶାସନିକ ବ୍ୟବସ୍ଥା ସଙ୍ଘୀୟ ଢାଞ୍ଚା ଅନୁଯାୟୀ କେନ୍ଦ୍ର-ରାଜ୍ୟ ସମ୍ପର୍କର ପରିଧି ମଧ୍ୟରେ ପରିଚାଳିତ। ଏଥିପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କୁ ସମ୍ବିଧାନ ସ୍ୱତନ୍ତ୍ର କ୍ଷମତା ଦେଇଛି। ପ୍ରଶାସନିକ ବ୍ୟବସ୍ଥାରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‍), ଭାରତୀୟ ପୁଲିସ୍‍ ସେବା(ଆଇପିଏସ୍‍) ଏବଂ ଭାରତୀୟ ବନ ସେବା(ଆଇଏଫଏସ୍‍) ଭଳି ସର୍ବଭାରତୀୟ ସେବା ଅଧିକାରୀଙ୍କୁ ଅବସ୍ଥାପନ ବା ନିୟୋଜନ କରିବା ପାଇଁ ରାଜ୍ୟ ସରକାରଙ୍କୁ କ୍ଷମତା ଦିଆଯାଇଛି। ରାଜ୍ୟ ସରକାର ନିଜ ପ୍ରଶାସନିକ ସୁବିଧା […]

ଭୁବନେଶ୍ୱର : ଭାରତ ବର୍ଷରେ ପ୍ରଶାସନିକ ବ୍ୟବସ୍ଥା ସଙ୍ଘୀୟ ଢାଞ୍ଚା ଅନୁଯାୟୀ କେନ୍ଦ୍ର-ରାଜ୍ୟ ସମ୍ପର୍କର ପରିଧି ମଧ୍ୟରେ ପରିଚାଳିତ। ଏଥିପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କୁ ସମ୍ବିଧାନ ସ୍ୱତନ୍ତ୍ର କ୍ଷମତା ଦେଇଛି। ପ୍ରଶାସନିକ ବ୍ୟବସ୍ଥାରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‍), ଭାରତୀୟ ପୁଲିସ୍‍ ସେବା(ଆଇପିଏସ୍‍) ଏବଂ ଭାରତୀୟ ବନ ସେବା(ଆଇଏଫଏସ୍‍) ଭଳି ସର୍ବଭାରତୀୟ ସେବା ଅଧିକାରୀଙ୍କୁ ଅବସ୍ଥାପନ ବା ନିୟୋଜନ କରିବା ପାଇଁ ରାଜ୍ୟ ସରକାରଙ୍କୁ କ୍ଷମତା ଦିଆଯାଇଛି। ରାଜ୍ୟ ସରକାର ନିଜ ପ୍ରଶାସନିକ ସୁବିଧା ଅନୁଯାୟୀ ଏହି ଅଧିକାରୀମାନଙ୍କୁ ଜିଲ୍ଲା ତଥା ରାଜ୍ୟ ମୁଖ୍ୟାଳୟରେ ନିୟୋଜିତ କରିଥା’ନ୍ତି। ଯଦି କୌଣସି ଅଧିକାରୀ କେନ୍ଦ୍ରୀୟ ଡେପୁଟେସନରେ ଯାଆନ୍ତି, ତେବେ ରାଜ୍ୟ ସରକାରଙ୍କ ଅନୁମତି ଆବଶ୍ୟକ ହୋଇଥାଏ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଶହେ ଫୁଟ୍ ତଳକୁ ଖସିଲା ବସ୍‌, ୧୫ ମୃତ

ତେବେ ନିକଟରେ କେନ୍ଦ୍ର ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଭାରତୀୟ ପ୍ରଶାସନିକ ସେବା (କ୍ୟାଡର୍‍) ନିୟମ-୧୯୫୪ର ଧାରା-୬ରେ ପରିବର୍ତ୍ତନ ଆଣିବାକୁ ଯୋଜନା କରୁଛି। ଏହାଦ୍ୱାରା କୌଣସି ଅଧିକାରୀଙ୍କୁ କେନ୍ଦ୍ରକୁ ଡେପୁଟେସନରେ ନେବା ପାଇଁ ରାଜ୍ୟ ସରକାରଙ୍କ ସମ୍ମତି ଲୋଡ଼ାଯିବ ନାହିଁ। କେନ୍ଦ୍ରସ୍ତରରେ ବିଭିନ୍ନ ପ୍ରଶାସନିକ ପଦ ପୂରଣ ପାଇଁ ଅଧିକାରୀଙ୍କ ଅଭାବ ଥିବାରୁ କେନ୍ଦ୍ର ସରକାର ଏପରି ପଦକ୍ଷେପ ନେଉଥିବାର ଯୁକ୍ତି ବାଢ଼ିଛନ୍ତି। ଏହି ପ୍ରସ୍ତାବିତ ସଂଶୋଧନ ନିୟମରେ ପରିଣତ ହେଲେ, କେନ୍ଦ୍ର-ରାଜ୍ୟ ସମ୍ପର୍କକୁ ପ୍ରଭାବିତ କରିବା ସହ ସଂଘୀୟ ଢାଞ୍ଚାର ପରିପନ୍ଥୀ ହେବ ବୋଲି ସମ୍ବିଧାନ ବିଶାରଦମାନେ ମତ ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଭୟଙ୍କର ଭୂକମ୍ପ ଝଟକାରେ ଥରିଲା ଜାପାନ: ୭.୫ ତୀବ୍ରତା ରେକର୍ଡ, ସୁନାମି ଆଲର୍ଟ ଜାରି

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଡେପୁଟେସନ ନିୟମ-୬ରେ ପରିବର୍ତ୍ତନ ଚାହୁଁଛି। କେନ୍ଦ୍ର ସରକାର କୌଣସି ଅଧିକାରୀଙ୍କୁ ନିଯୁକ୍ତି ଦେବା ମାତ୍ରେ ରାଜ୍ୟ ତାଙ୍କୁ ପୂର୍ବ ଦାୟିତ୍ୱରୁ ମୁକ୍ତ କରିବ। ରାଜ୍ୟ କ୍ୟାଡର୍‍ରେ ଥିବା ଅଧିକାରୀଙ୍କ ମଧ୍ୟରୁ ୪୦% କେନ୍ଦ୍ରୀୟ ଡେପୁଟେସନରେ ରହିବେ। ରାଜ୍ୟ ଏନେଇ ନିୟମିତ ତାଲିକା ପ୍ରସ୍ତୁତ କରିବ। ସେହିପରି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଅଫିସରଙ୍କ ନିଯୁକ୍ତି ନେଇ କୌଣସି ବିବାଦ ଉପୁଜିଲେ କେନ୍ଦ୍ର ଚୂଡାନ୍ତ ନିଷ୍ପତ୍ତି ନେବ। ଆଉ ଏହି ନିଷ୍ପତ୍ତିକୁ ରାଜ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବ।
ସମ୍ପ୍ରତି କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଜାନୁଆରୀ ୧୨ ତାରିଖରେ ଓଡ଼ିଶା ସମେତ ସବୁ ରାଜ୍ୟକୁ ଏ ନେଇ ଚିଠି ଲେଖିଛି। ଚଳିତ ମାସ ୨୫ ତାରିଖ ସୁଦ୍ଧା ଏହା ଉପରେ ରାଜ୍ୟଗୁଡ଼ିକ ମତ ସ୍ପଷ୍ଟ କରିବା ପାଇଁ କୁହାଯାଇଛି। ରାଜ୍ୟଗୁଡ଼ିକରୁ ମତାମତ ଆସିବା ପରେ ସଂଶୋଧିତ ନିୟମ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ୨୦୨୧ ମସିହା ଡିସେମ୍ବର ୨୦, ୨୭ ଏବଂ ଚଳିତ ବର୍ଷ ଜାନୁୟାରୀ ୬ ଓ ୧୨ ତାରିଖରେ ଏହି ପରିପ୍ରେକ୍ଷୀରେ କେନ୍ଦ୍ର ପକ୍ଷରୁ ରାଜ୍ୟଗୁଡ଼ିକୁ ୪ଟି ଚିଠି ଲେଖାଯାଇଛି। କେନ୍ଦ୍ର ଏହି ନିୟମକୁ ସଂଶୋଧନ କରିବା ପାଇଁ ବେଶ୍‍ ତତ୍ପରତା ପ୍ରକାଶ କରୁଛି। ଯଦି ଏନେଇ ରାଜ୍ୟଗୁଡ଼ିକରୁ ସମ୍ମତି ନ ଆସେ, ତେବେ ଉକ୍ତ ସଂଶୋଧନ ପାଇଁ ଅଧ୍ୟାଦେଶ ଆଣିବାକୁ କେନ୍ଦ୍ର ଯୋଜନା କରୁଛି।

ଅନ୍ୟପକ୍ଷରେ କେନ୍ଦ୍ରର ଏହି ପ୍ରସ୍ତାବିତ ସଂଶୋଧନକୁ ତେଲଙ୍ଗାନା, ତାମିଲନାଡୁ, ପଶ୍ଚିମବଙ୍ଗ, କେରଳ, ବିହାର ଏବଂ ମହାରାଷ୍ଟ୍ର ଭଳି ୬ଟି ରାଜ୍ୟ ବିରୋଧ କରୁଛନ୍ତି। ଏନେଇ ଖୋଲାଖୋଲି ସେମାନେ ଚିଠି ଲେଖି ଏପରି ପଦକ୍ଷେପରୁ କେନ୍ଦ୍ର ବିରତ ରହୁ ବୋଲି କହିଛନ୍ତି। ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ସଂଘୀୟ ବ୍ୟବସ୍ଥାର ଭାବାବେଗ ପ୍ରତି ଏହା କେନ୍ଦ୍ରର କୁଠାରଘାତ ସଦୃଶ। ଏହି ମର୍ମରେ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। କେରଳ, ତାମିଲନାଡୁ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ମଧ୍ୟ ଏନେଇ ନିଜ ନିଜର ବିରୋଧାଭାସ ପ୍ରକଟ କରିଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ର ପରି ରାଜ୍ୟରେ ମଧ୍ୟ ସର୍ବଭାରତୀୟ ସେବା ଅଧିକାରୀଙ୍କ ସଙ୍କଟ ରହୁଛି। ଅନେକ ସମୟରେ ଅଧିକାରୀମାନେ କେନ୍ଦ୍ରୀୟ ଡେପୁଟେସନରେ ଦୀର୍ଘଦିନ ଧରି ରହୁଛନ୍ତି। ଏହି ସଂଶୋଧନ ଦ୍ୱାରା ସେମାନଙ୍କୁ ଫେରାଇ ଆଣିବାର କ୍ଷମତା ରାଜ୍ୟ ସରକାର ହରାଇବେ। ଏହି ପ୍ରସ୍ତାବିତ ସଂଶୋଧନ ଲାଗୁ ହେଲେ ସର୍ବଭାରତୀୟ ସେବା ଅଧିକାରୀଙ୍କ ଉପରେ ରାଜ୍ୟ ଅପେକ୍ଷା କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣ ଅଧିକ ବୋଲି ଆଶଙ୍କା ପ୍ରକାଶ ପାଇଛି।

21 Jan 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର