ୟୁକ୍ରେନର ଶକ୍ତି ଉତ୍ପାଦନ କେନ୍ଦ୍ର ଉପରକୁ ରୁଷ୍‌ର ୩୬ ରକେଟ୍‌ ମାଡ଼; ଅନ୍ଧାରରେ ୟୁକ୍ରେନର ଅଧିକାଂଶ ଅଞ୍ଚଳ

The Sakala Picture
Published On

କିଭ୍‌: ୟୁକ୍ରେନର ଅଧିକାଂଶ ପ୍ରମୁଖ ଅଞ୍ଚଳ ଉପରେ ରୁଷ ସେନା ଆକ୍ରମଣ ଜୋରଦାର କରିଛି। ବିଭିନ୍ନ ପ୍ରତିଷ୍ଠାନ ଉପରେ ଆକ୍ରମଣ କରାଯିବା ସହିତ ଜନବସତିକୁ ମଧ୍ୟ ରୁଷ ସେନା ଟାର୍ଗେଟ କରିଛନ୍ତି। ବର୍ତ୍ତମାନ ଦକ୍ଷିଣ ପୂର୍ବ ଅଞ୍ଚଳରେ ଲୁହାଂସ୍କ, ଖେରସନ ଏବଂ ଦୋନେସ୍କ ଆଦି ସହର ଉପରେ ଘନ ଘନ ଆକ୍ରମଣ ଜାରି ରହିଥିଲା ବେଳେ ଶନିବାର ରୁଷ ସେନା ପକ୍ଷରୁ ୩୬ ରକେଟ୍‌ ମାଡ଼ କରାଯାଇଛି। ୟୁକ୍ରେନର ଶକ୍ତି କେନ୍ଦ୍ରଗୁଡିକୁ ଟାର୍ଗେଟ କରି ଏହି ଆକ୍ରମଣ […]

କିଭ୍‌: ୟୁକ୍ରେନର ଅଧିକାଂଶ ପ୍ରମୁଖ ଅଞ୍ଚଳ ଉପରେ ରୁଷ ସେନା ଆକ୍ରମଣ ଜୋରଦାର କରିଛି। ବିଭିନ୍ନ ପ୍ରତିଷ୍ଠାନ ଉପରେ ଆକ୍ରମଣ କରାଯିବା ସହିତ ଜନବସତିକୁ ମଧ୍ୟ ରୁଷ ସେନା ଟାର୍ଗେଟ କରିଛନ୍ତି। ବର୍ତ୍ତମାନ ଦକ୍ଷିଣ ପୂର୍ବ ଅଞ୍ଚଳରେ ଲୁହାଂସ୍କ, ଖେରସନ ଏବଂ ଦୋନେସ୍କ ଆଦି ସହର ଉପରେ ଘନ ଘନ ଆକ୍ରମଣ ଜାରି ରହିଥିଲା ବେଳେ ଶନିବାର ରୁଷ ସେନା ପକ୍ଷରୁ ୩୬ ରକେଟ୍‌ ମାଡ଼ କରାଯାଇଛି। ୟୁକ୍ରେନର ଶକ୍ତି କେନ୍ଦ୍ରଗୁଡିକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିଲା ବେଳେ କେନ୍ଦ୍ରୀୟ ଏବଂ ପଶ୍ଚିମ ୟୁକ୍ରେନ ସମେତ ଏହିସବୁ ଅଞ୍ଚଳ ଅନ୍ଧକାରମୟ ହୋଇପଡ଼ିଛି। ଫଳରେ ଲକ୍ଷାଧିକ ୟୁକ୍ରେନ ନାଗରିକ ଏବେ ଅନ୍ଧାର ମଧ୍ୟରେ ଜୀବନ ନିର୍ବାହ କରୁଛନ୍ତି ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ଆକାଶ ଏବଂ ଜଳମାର୍ଗରୁ ରକେଟ ମାଡ଼ କରାଯାଉଛି ଏବଂ ସାରା ଦେଶରେ ଲୋକଙ୍କୁ ସତର୍କ କରିବା ପାଇଁ ସାଇରନ ଘଣ୍ଟି ବଜାଯାଉଛି। ତେବେ ବିଦ୍ୟୁତ୍‌ ବିନା ଲୋକଙ୍କ ଜୀବନ ନିର୍ବାହ ଦୁର୍ବିସହ ହୋଇପଡ଼ିଛି ବୋଲି ୟୁକ୍ରେନ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ୟୁକ୍ରେନ ପକ୍ଷରୁ କ୍ରମିଆ ପୋଲ ଉପରେ ଆକ୍ରମଣ କରାଯିବା ପରେ ଗତ ୧୦ ତାରିଖ ପରଠାରୁ ରୁଷ ସେନା ୟୁକ୍ରେନ ଉପରେ ଆକ୍ରମଣ ଜୋରଦାର କରିଛି।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର