ଝାନସୀର ଏକ ଇଲେକଟ୍ରୋନିକ୍‌ ଶୋ’ ରୁମରେ ଭୟଙ୍କର ଅଗ୍ନିକାଣ୍ଡ, ୪ ଜଣ ଜୀବନ୍ତ ଦଗ୍ଧ

The Sakala Picture
Published On

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଝାନସୀର ସିପ୍ରି ବଜାରରେ ଥିବା ଏକ ଇଲେକ୍ଟ୍ରି ଶୋ’ ରୁମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଶୋ’ ରୁମ୍‌ରେ ନିଆଁ ଲାଗିଯିବାରୁ ୪ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାଯାଇଛି। ନିଆଁ ଲିଭାଇବା ପାଇଁ ୮୦ଟି ଦମକଳ ଗାଡି ନିୟୋଜିତ ହୋଇଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ, ଉଦ୍ଧାର କାର୍ଯ୍ୟ ପାଇଁ ସେନାର ସହାୟତା ନିଆଯାଇଥିଲା । ପ୍ରାୟ ୧୦ ଘଣ୍ଟାର ରେସ୍କ୍ୟୁ […]

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଝାନସୀର ସିପ୍ରି ବଜାରରେ ଥିବା ଏକ ଇଲେକ୍ଟ୍ରି ଶୋ’ ରୁମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଶୋ’ ରୁମ୍‌ରେ ନିଆଁ ଲାଗିଯିବାରୁ ୪ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାଯାଇଛି। ନିଆଁ ଲିଭାଇବା ପାଇଁ ୮୦ଟି ଦମକଳ ଗାଡି ନିୟୋଜିତ ହୋଇଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ, ଉଦ୍ଧାର କାର୍ଯ୍ୟ ପାଇଁ ସେନାର ସହାୟତା ନିଆଯାଇଥିଲା । ପ୍ରାୟ ୧୦ ଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ନିଆଁକୁ ଲିଭା ଯାଇଥିଲା ।

ଆହୁରି ପଢ଼ନ୍ତୁ: ଇରାକରୁ ୨୩ ବର୍ଷ ପରେ ବିଦାୟ ନେଲା ଆମେରିକା ସେନା; ପୁଣି ସକ୍ରିୟ ହେବେ କି ଆତଙ୍କବାଦୀ ଓ ଇରାନ ସମର୍ଥିତ ଗୋଷ୍ଠୀ?

ସୂଚନା ଅନୁସାରେ, ଝାନସୀର ସିପରି ବଜାର ଅଞ୍ଚଳରେ ଥିବା ଏକ ୩ ମହଲା ବିଶିଷ୍ଟ ଶୋ’ ରୁମ୍‌ରେ ଗତକାଲି ଅପରାହ୍ନରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଉକ୍ତ ଶୋ’ ରୁମ୍‌ରେ ଏକ ଇଲେକଟ୍ରୋନିକ୍‌ ଶୋ’ ରୁମ୍ ଥିବା ବେଳେ ଏକ ସ୍ପୋର୍ଟ୍ସ ଶୋ’ ରୁମ୍‌ ବି ରହିଥିଲା। ଗତକାଲି ହଠାତ୍‌ ନିଆଁ ଲାଗି ଯାଇଥିବା ବେଳେ ଉକ୍ତ ଶୋ’ ରୁମ୍‌ରେ ବହୁତ ଲୋକ ଥିଲେ। ଅନ୍ୟମାନେ ଧାଁଦୌଡ଼ କରି ବାହାରି ଯାଇଥିବା ବେଳେ ୪ ଜଣ ଜୀଅନ୍ତା ଜଳି ଯାଇଥିଲେ। ୩ ଜଣ ଶୋ’ ରୁମ୍‌ ଭିତରେ ଜଳି ଯାଇଥିବା ବେଳେ ପରେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମାର୍କେଟରେ ଅଧିକ ଇଲେକ୍ଟ୍ରୋନିକ୍ସ ଓ ଫର୍ନିଚର ଦୋକାନ ଥିବାରୁ ନିଆଁ ବ୍ୟାପିଥିଲା । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ ତୁରନ୍ତ ଏହାର କାରଣ ଖୋଜିବାକୁ ଝାନସୀ ଜିଲ୍ଲାପାଳ ଏକ କମିଟି ଗଠନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଇରାନ ବିରୋଧରେ ଯୁଦ୍ଧ ପ୍ରସ୍ତୁତି: ମଧ୍ୟପ୍ରାଚ୍ୟକୁ ତୃତୀୟ ଏୟାରକ୍ରାଫ୍ଟ କ୍ୟାରିୟର ସହ ୯,୦୦୦ ସୈନ୍ୟ ପଠାଉଛନ୍ତି ଟ୍ରମ୍ପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର