ପାକିସ୍ତାନୀ ମହିଳା ସୀମା ହାଇଦରକୁ ୟୁପି ଏଟିଏସର ଜେରା: ‘ଦିଲ୍ଲୀର ଏକାଧିକ ଯୁବକଙ୍କ ସହ ସଂପର୍କରେ ଥିଲେ ସୀମା’

The Sakala Picture
Published On

ଲକ୍ଷ୍ନୌ: ସୀମା ପାର୍‌ କରି ପାକିସ୍ତାନରୁ ଭାରତ ପଳାଇ ଆସିଥିବା ପାକିସ୍ତାନ ମହିଳା ସୀମା ହାଇଦରଙ୍କୁ ଏଟିଏସ୍ ଜେରା କରିବା ସମୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସତ ସାମ୍ନାକୁ ଆସୁଛି । ତାଙ୍କ ପାଖରେ ୪ ଟି ମୋବାଇଲ ଥିବାବେଳେ ଏଥିରୁ ଅନେକ ଡାଟା ଡିଲିଟ୍ ହୋଇଛି । ଆହୁରି ମଧ୍ୟ ସଚିନଙ୍କ ପୂର୍ବରୁ ଦିଲ୍ଲୀର ଏକାଧିକ ଯୁବକଙ୍କ ସହ ସମ୍ପର୍କରେ ଥିଲେ ସୀମା ହାଇଦର । ଏକଥା ନିଜେ ସୀମା ସ୍ୱୀକାର କରିଥିବା ଜଣାପଡିଛି । ପାକିସ୍ତାନୀ […]

ଲକ୍ଷ୍ନୌ: ସୀମା ପାର୍‌ କରି ପାକିସ୍ତାନରୁ ଭାରତ ପଳାଇ ଆସିଥିବା ପାକିସ୍ତାନ ମହିଳା ସୀମା ହାଇଦରଙ୍କୁ ଏଟିଏସ୍ ଜେରା କରିବା ସମୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସତ ସାମ୍ନାକୁ ଆସୁଛି । ତାଙ୍କ ପାଖରେ ୪ ଟି ମୋବାଇଲ ଥିବାବେଳେ ଏଥିରୁ ଅନେକ ଡାଟା ଡିଲିଟ୍ ହୋଇଛି । ଆହୁରି ମଧ୍ୟ ସଚିନଙ୍କ ପୂର୍ବରୁ ଦିଲ୍ଲୀର ଏକାଧିକ ଯୁବକଙ୍କ ସହ ସମ୍ପର୍କରେ ଥିଲେ ସୀମା ହାଇଦର । ଏକଥା ନିଜେ ସୀମା ସ୍ୱୀକାର କରିଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ସିଇସିଙ୍କ ବିରୋଧରେ ଅକ୍ଟୋବର ୧୦ରେ ଜନ୍ତର ମନ୍ତରରେ ବିକ୍ଷୋଭ: ଦିଲ୍ଲୀ ପୋଲିସକୁ ଔପଚାରିକ ସୂଚନା ଦେଲେ ସୌରଭ ଦାସ

ପାକିସ୍ତାନୀ ମହିଳା ସୀମା ଗୁଲାମ ହାଇଦରକୁ ନେଇ ଏବେ ବିଭିନ୍ନ ମହଲରେ ଚିନ୍ତା ବଢିଛି। ପ୍ରେମ ବ୍ୟାପାରକୁ ନେଇ ସୀମା ପାକିସ୍ତାନରୁ ଦୁବାଇ ଏବଂ ନେପାଳ ଦେଇ ଭାରତକୁ ଆସି ନାହାନ୍ତି, ବରଂ ସେ ଆଇଏସଆଇ ଏଜେଣ୍ଟ ଭାବେ ଭାରତକୁ ଆସିଛନ୍ତି ବୋଲି ଏବେ ଜୋରଦାର ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ: ଭାରତୀୟ ବଂଶୋଦ୍ଭବ ଆଇନଜୀବୀ ନାଭି ପିଲ୍ଲାଇଙ୍କୁ ୨୦୨୬ ନୋବେଲ ଶାନ୍ତି ପୁରସ୍କାର

ବିଶେଷକରି ସୀମାଙ୍କ ଭାଇ ଏବଂ କକା ପାକିସ୍ତାନ ସେନାରେ କାର୍ଯ୍ୟ କରୁଥିବାରୁ ସୀମା କୌଣସି ମନ୍ଦ ଉଦ୍ଦେଶ୍ୟ ନେଇ ଭାରତକୁ ଆସିଥାଇପାରନ୍ତି ବୋଲି ବିଚାର କରାଯାଉଛି। ଅନ୍ୟପକ୍ଷରେ ସୀମାଙ୍କୁ ପାକିସ୍ତାନ ଫେରାଇ ଦେବାକୁ ଉଭୟ ପଟୁ ଦାବି କରାଯାଇଛି। ପାକିସ୍ତାନର ବହୁ ମୁସଲିମ୍‌ ସଂଗଠନ ସୀମାଙ୍କୁ ତୁରନ୍ତ ପାକିସ୍ତାନ ପଠାଇ ଦେବାକୁ ଦାବି କରିଥିଲା ବେଳେ ଭାରତରେ ଗୋରକ୍ଷା ହିନ୍ଦୁ ଦଳ ପକ୍ଷରୁ ମଧ୍ୟ ସମାନ ଦାବି କରାଯାଇଛି।

ଆହୁରି ପଢ଼ନ୍ତୁ: ଭାରତ 'ମଧ୍ୟମ ଶକ୍ତି' ନୁହେଁ, ବରଂ ଅନ୍ୟକୁ ସଶକ୍ତ କରୁଥିବା ଶକ୍ତି: ଏସ ଜୟଶଙ୍କର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର