ମନୀଷ ସିସୋଦିଆଙ୍କୁ ଗିରଫ ଘଟଣା: ‘ଗଣତନ୍ତ୍ର ପାଇଁ କଳାଦିନ, ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା କାରଣରୁ ଗିରଫ କରିଛି ବିଜେପି’- ଆପ୍

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଆଜି ଗିରଫ କରିଛି ସିବିଆଇ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ କରିଛି ସିବିଆଇ। ଗିରଫ ପ୍ରତିବାଦରେ ଆପ କର୍ମୀଙ୍କ ହଙ୍ଗାମା କରିଛନ୍ତି । ମନୀଷଙ୍କୁ ଜେରା ପୂର୍ବରୁ ଜଣେ ଅଧିକାରୀଙ୍କୁ ପଚରାଉଚରା କରିଥିଲା ସିବିଆଇ। ସମ୍ପୃକ୍ତ ଅଧିକାରୀ ଜଣକ କହିଥିଲେ- ଅବକାରୀ ନୀତିର ଚିଠା ତିଆରି କରିବାରେ ମନୀଷ ସିସୋଦିଆଙ୍କ ମୁଖ୍ୟ ଭୂମିକା ଥିଲା । ବର୍ତ୍ତମାନ ଲାଗି ସିବିଆଇ ମୁଖ୍ୟାଳୟରେ ସିସୋଦିଆଙ୍କୁ ରଖାଯାଇଛି। ଆମ ଆଦମୀ ପର୍ଟି […]

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଆଜି ଗିରଫ କରିଛି ସିବିଆଇ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ କରିଛି ସିବିଆଇ। ଗିରଫ ପ୍ରତିବାଦରେ ଆପ କର୍ମୀଙ୍କ ହଙ୍ଗାମା କରିଛନ୍ତି । ମନୀଷଙ୍କୁ ଜେରା ପୂର୍ବରୁ ଜଣେ ଅଧିକାରୀଙ୍କୁ ପଚରାଉଚରା କରିଥିଲା ସିବିଆଇ। ସମ୍ପୃକ୍ତ ଅଧିକାରୀ ଜଣକ କହିଥିଲେ- ଅବକାରୀ ନୀତିର ଚିଠା ତିଆରି କରିବାରେ ମନୀଷ ସିସୋଦିଆଙ୍କ ମୁଖ୍ୟ ଭୂମିକା ଥିଲା । ବର୍ତ୍ତମାନ ଲାଗି ସିବିଆଇ ମୁଖ୍ୟାଳୟରେ ସିସୋଦିଆଙ୍କୁ ରଖାଯାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀର ମାଲବିୟ ନଗରରେ ଚାଞ୍ଚଲ୍ୟ: ଫ୍ଲାଟରୁ ମିଳିଲା ଦୁଇ ଭଉଣୀଙ୍କ ମୃତଦେହ, ମାଆ ଗୁରୁତର

ଆମ ଆଦମୀ ପର୍ଟି ପକ୍ଷରୁ ଟ୍ବିଟରେ କୁହାଯାଇଛି ଯେ, ଗଣତନ୍ତ୍ର ପାଇଁ କଳା ଦିନ। ଲକ୍ଷ ଲକ୍ଷ ଶିଶୁଙ୍କ ଭବିଷ୍ୟତ ଗଠନ କରିଥିବା ଦେଶର ଶ୍ରେଷ୍ଠ ଶିକ୍ଷା ମନ୍ତ୍ରୀଙ୍କୁ ବିଜେପିର ସିବିଆଇ ଗିରଫ କରିଛି। ଏକ ନକଲି ମାମଲାରେ ତାଙ୍କୁ ଗିରଫ କରାଯାଇଛି।  ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା କାରଣରୁ ବିଜେପି ଏହି ଗିରଫ କରିଛି ବୋଲି ଟ୍ବିଟରେ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଗୋଟିଏ ମଣ୍ଡପ, ଜଣେ କନ୍ୟା ଆଉ ଦୁଇ ଜଣ ବର! ଏହି ନିଆରା ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ

ସୂଚନା ଅନୁଯାୟୀ, ଆପ୍ ସରକାରର ଅବକାରୀ ନୀତି ୨୦୨୧-୨୨କୁ ଗତ ବର୍ଷ ଜୁଲାଇ ୩୧ରେ ରଦ୍ଦ କରାଯାଇଥିଲା । ନୂଆ ନୀତିକୁ ରଦ୍ଦ କରିବା ପରେ ଗତ ୨୦୨୦ ନଭେମ୍ବର ୧୭ ପୂର୍ବରୁ ଲାଗୁ ହୋଇଥିବା ପୁରୁଣା ଅବକାରୀ ନୀତିକୁ କାର୍ଯ୍ଯକାରୀ କରିବା ଲାଗି ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଥିଲେ। ସିସୋଦିଆଙ୍କ ବିରୋଧରେ ସିବିଆଇ ତଦନ୍ତ ଲାଗି ସୁପାରିସ୍ କରିଥିଲେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ. ସକ୍ସେନା।

ତେବେ ମନୀଷଙ୍କୁ ଗତ ୧୯ତାରିଖରେ ହାଜର ପାଇଁ ସମନ ଜାରି କରିଥିଲା ସିବିଆଇ । ମାତ୍ର ଦିଲ୍ଲୀ ବଜେଟ ପାଇଁ ବ୍ୟସ୍ତ ଥିବା ଦର୍ଶାଇ ସପ୍ତାହେ ମହଲତ ମାଗିଥିଲେ ମନୀଷ। ମାମଲାରେ ପୂର୍ବରୁ ସିସୋଦିଆଙ୍କ ଘରେ ସିବିଆଇ ରେଡ୍ ସହିତ ତାଙ୍କ ଅଫିସ ଓ ସମସ୍ତ କାଗଜପତ୍ରକୁ ଯାଞ୍ଚ କରାଯାଇଛି। ମଦ ଦୁର୍ନୀତି ମାମଲାରେ ସିବିଆଇ ଚାର୍ଜସିଟ ଦାଖଲ କରିଥିବାବେଳେ ଏଥିରେ ମନୀଷ ସିସୋଦିଆଙ୍କର ନାଁ ନଥିଲା । ମାତ୍ର ନୂଆ ପ୍ରମାଣ ମିଳିଥିବା କହି ସେ ସମ୍ପର୍କରେ ପଚରାଉଚରା କରିବାକୁ ସିବିଆଇ ନୋଟିସ କରିଥିଲା ।

26 Feb 2023 By The Sakala

ମନୀଷ ସିସୋଦିଆଙ୍କୁ ଗିରଫ ଘଟଣା: ‘ଗଣତନ୍ତ୍ର ପାଇଁ କଳାଦିନ, ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା କାରଣରୁ ଗିରଫ କରିଛି ବିଜେପି’- ଆପ୍

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଆଜି ଗିରଫ କରିଛି ସିବିଆଇ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ କରିଛି ସିବିଆଇ। ଗିରଫ ପ୍ରତିବାଦରେ ଆପ କର୍ମୀଙ୍କ ହଙ୍ଗାମା କରିଛନ୍ତି । ମନୀଷଙ୍କୁ ଜେରା ପୂର୍ବରୁ ଜଣେ ଅଧିକାରୀଙ୍କୁ ପଚରାଉଚରା କରିଥିଲା ସିବିଆଇ। ସମ୍ପୃକ୍ତ ଅଧିକାରୀ ଜଣକ କହିଥିଲେ- ଅବକାରୀ ନୀତିର ଚିଠା ତିଆରି କରିବାରେ ମନୀଷ ସିସୋଦିଆଙ୍କ ମୁଖ୍ୟ ଭୂମିକା ଥିଲା । ବର୍ତ୍ତମାନ ଲାଗି ସିବିଆଇ ମୁଖ୍ୟାଳୟରେ ସିସୋଦିଆଙ୍କୁ ରଖାଯାଇଛି।

ଆମ ଆଦମୀ ପର୍ଟି ପକ୍ଷରୁ ଟ୍ବିଟରେ କୁହାଯାଇଛି ଯେ, ଗଣତନ୍ତ୍ର ପାଇଁ କଳା ଦିନ। ଲକ୍ଷ ଲକ୍ଷ ଶିଶୁଙ୍କ ଭବିଷ୍ୟତ ଗଠନ କରିଥିବା ଦେଶର ଶ୍ରେଷ୍ଠ ଶିକ୍ଷା ମନ୍ତ୍ରୀଙ୍କୁ ବିଜେପିର ସିବିଆଇ ଗିରଫ କରିଛି। ଏକ ନକଲି ମାମଲାରେ ତାଙ୍କୁ ଗିରଫ କରାଯାଇଛି।  ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା କାରଣରୁ ବିଜେପି ଏହି ଗିରଫ କରିଛି ବୋଲି ଟ୍ବିଟରେ କୁହାଯାଇଛି।

ସୂଚନା ଅନୁଯାୟୀ, ଆପ୍ ସରକାରର ଅବକାରୀ ନୀତି ୨୦୨୧-୨୨କୁ ଗତ ବର୍ଷ ଜୁଲାଇ ୩୧ରେ ରଦ୍ଦ କରାଯାଇଥିଲା । ନୂଆ ନୀତିକୁ ରଦ୍ଦ କରିବା ପରେ ଗତ ୨୦୨୦ ନଭେମ୍ବର ୧୭ ପୂର୍ବରୁ ଲାଗୁ ହୋଇଥିବା ପୁରୁଣା ଅବକାରୀ ନୀତିକୁ କାର୍ଯ୍ଯକାରୀ କରିବା ଲାଗି ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଥିଲେ। ସିସୋଦିଆଙ୍କ ବିରୋଧରେ ସିବିଆଇ ତଦନ୍ତ ଲାଗି ସୁପାରିସ୍ କରିଥିଲେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ. ସକ୍ସେନା।

ତେବେ ମନୀଷଙ୍କୁ ଗତ ୧୯ତାରିଖରେ ହାଜର ପାଇଁ ସମନ ଜାରି କରିଥିଲା ସିବିଆଇ । ମାତ୍ର ଦିଲ୍ଲୀ ବଜେଟ ପାଇଁ ବ୍ୟସ୍ତ ଥିବା ଦର୍ଶାଇ ସପ୍ତାହେ ମହଲତ ମାଗିଥିଲେ ମନୀଷ। ମାମଲାରେ ପୂର୍ବରୁ ସିସୋଦିଆଙ୍କ ଘରେ ସିବିଆଇ ରେଡ୍ ସହିତ ତାଙ୍କ ଅଫିସ ଓ ସମସ୍ତ କାଗଜପତ୍ରକୁ ଯାଞ୍ଚ କରାଯାଇଛି। ମଦ ଦୁର୍ନୀତି ମାମଲାରେ ସିବିଆଇ ଚାର୍ଜସିଟ ଦାଖଲ କରିଥିବାବେଳେ ଏଥିରେ ମନୀଷ ସିସୋଦିଆଙ୍କର ନାଁ ନଥିଲା । ମାତ୍ର ନୂଆ ପ୍ରମାଣ ମିଳିଥିବା କହି ସେ ସମ୍ପର୍କରେ ପଚରାଉଚରା କରିବାକୁ ସିବିଆଇ ନୋଟିସ କରିଥିଲା ।

https://www.thesakala.in/national-international/manishsisodia-arrest-incident-app-said-that-black-day-for-democracy-bjp-arrested-for-political-rivalry/article-19341
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର