ପ୍ରଚାର ମଇଦାନ୍‌ରେ ମମତା ବାନାର୍ଜୀ, ହ୍ବିଲ ଚେୟାରରେ ବସି କରିବେ ରୋଡ ଶୋ’

The Sakala Picture
Published On

କଲକାତା : ନିର୍ବାଚନୀ ପ୍ରଚାର ବେଳେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  ପୁଣିଥରେ ପ୍ରଚାର ମଇଦାନକୁ ଓହ୍ଲାଇବେ। ଦୁର୍ଘଟଣାର ଶିକାର ହେବା ପରେ ଆଜି ପ୍ରଥମ ଥର ରାଲି କରିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ । ହ୍ବିଲ ଚେୟାରରେ ବସି ମମତା ଗାନ୍ଧୀ ମୂର୍ତ୍ତି ଠାରୁ ହାଜରା ପର୍ୟ୍ୟନ୍ତ ରୋଡ ଶୋ’ କରିବେ । ଏଥି ସହିତ ଅପରାହ୍ନରେ ହଜାର ଏକ ଜନସଭାକୁ ସମ୍ବୋଧିତ […]

କଲକାତା : ନିର୍ବାଚନୀ ପ୍ରଚାର ବେଳେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  ପୁଣିଥରେ ପ୍ରଚାର ମଇଦାନକୁ ଓହ୍ଲାଇବେ। ଦୁର୍ଘଟଣାର ଶିକାର ହେବା ପରେ ଆଜି ପ୍ରଥମ ଥର ରାଲି କରିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ । ହ୍ବିଲ ଚେୟାରରେ ବସି ମମତା ଗାନ୍ଧୀ ମୂର୍ତ୍ତି ଠାରୁ ହାଜରା ପର୍ୟ୍ୟନ୍ତ ରୋଡ ଶୋ’ କରିବେ । ଏଥି ସହିତ ଅପରାହ୍ନରେ ହଜାର ଏକ ଜନସଭାକୁ ସମ୍ବୋଧିତ କରିବେ ।

ଆହୁରି ପଢ଼ନ୍ତୁ: ଆମେରିକା ସହ ‘ଜିରୋ ଟାରିଫ୍’ ଚୁକ୍ତି: ଭାରତର ଚାଷୀ ଓ କୃଷିଶିଳ୍ପ ପ୍ରତି ବିପଦ

ଏହାପୂର୍ବରୁ ପଶ୍ଚିମବଙ୍ଗରେ ଆଜି ଟିଏମସି ପକ୍ଷରୁ ନିର୍ବାଚନୀ ଇସ୍ତାହାର ଜାରି କରାଯାଇଥାନ୍ତା ବୋଲି ନିଷ୍ପତ୍ତି ହୋଇଥିଲା । କିନ୍ତୁ ଏବେ ଏହାକୁ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଛି । ତେବେ ମମତା ବାନାର୍ଜୀ ଆହତ ହେବା ପରେ ପ୍ରଥମ ଥର ପାଇଁ ମଞ୍ଚରେ ହ୍ୱିଲ ଚେୟାରରେ ନଜର ଆସିବେ । ଏହାସହ ନିର୍ବାଚନୀ ରାଲିରେ ଭାଗ ନେବେ । ଆହୁରି ମଧ୍ୟ ମାର୍ଚ୍ଚ ୧୫ ତାରିଖରେ ଜନସଭାକୁ ସମ୍ବୋଧିତ କରିବେ । ୧୫ ତାରିଖରେ ସେ ପୁରାଲିଆ, ୧୬ରେ ବାଙ୍କୁରା ଓ ୧୭ରେ ଝାରଗ୍ରାମରେ ରାଲି କରିବେ ।

ଆହୁରି ପଢ଼ନ୍ତୁ: ୧୫,୦୦୦ କୋଟିର ଛାଡ଼ପତ୍ର ମାମଲା! ଜୋହୋ ସିଇଓ ଶ୍ରୀଧର ଭେମ୍ବୁଙ୍କ ବିରୋଧରେ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପତ୍ନୀ ପ୍ରମିଳା

ସୂଚନାଯୋଗ୍ୟ  ମାର୍ଚ୍ଚ ୧୦ ତାରିଖରେ ଦିଦି ନନ୍ଦିଗ୍ରାମ ପ୍ରାର୍ଥୀ ପତ୍ର ଦାଖଲ ପରେ କାର ପାଖରେ ଛିଡା ହୋଇ ଜନତାଙ୍କୁ ଅଭିବାଦନ ଜଣାଉଥିଲେ କରିଥିଲେ । ଏହି ସମୟରେ ଭିଡ ଜମିବା ସହ ଠେଲା ପେଲାରେ ମୁଖ୍ୟମନ୍ତ୍ରୀଙ୍କ ଗୋଡରେ ଆଘାତ ଲାଗିଥିଲା । ଏହା ପରେ ତାଙ୍କୁ ତୁରନ୍ତ କୋଲକାତାର ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଗୋଡ ସମେତ କାନ୍ଧ ଓ ବେକରେ ଆଘାତ ଲାଗିଛି । ଶୁକ୍ରବାର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସୁଧାର ଆସିଛି ବୋଲି ହସ୍ପିଟାଲର ଡାକ୍ତର କହିଛନ୍ତି ।

ଆହୁରି ପଢ଼ନ୍ତୁ: ମଝି ସମୁଦ୍ରରୁ ଓଡ଼ିଆ ମର୍ଚ୍ଚାଣ୍ଟ ନେଭି କ୍ୟାଡେଟ ସାର୍ଥକ ମହାପାତ୍ରଙ୍କ ନିଖୋଜ ଘଟଣାକୁ ନେଇ ନବୀନଙ୍କ ଉଦବେଗ

ସେପଟେ, ମୁଖ୍ୟମନ୍ତ୍ରୀଙ୍କୁ ଆଟାକ କରାଯାଇଥିବା ନେଇ ତୃଣମୂଳ କଂଗ୍ରେସ ଅଭିଯୋଗ ଆଣିଥିଲା । ଏନେଇ ଟିଏମସିର ୬ ଜଣିଆ ପ୍ରତିନିଧି ମଣ୍ଡଳ ଦିଲ୍ଲୀ ଯାଇ ନିର୍ବାଚନୀ ଆୟୋଗକୁ ଭେଟ କରିଥିଲେ । ଏହା ସହ ଏହି ଷଡଯନ୍ତ୍ରରେ ପଛରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଥିଲେ। ହେଲେ ନନ୍ଦିଗ୍ରାମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ ହୋଇଥବବା ଅଭିଯୋଗ ହୋଇଥିଲେ ହେଁ ଏଥିନେଇ କୌଣସି ପ୍ରମାଣ ନାହିଁ। ତେବେ ମମତାଙ୍କୁ ଲାଗିଥିବା ଆଘାତ ଆକସ୍ମିକ ଥିଲା ବେଳେ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ନିୟୋଜିତ ହୋଇଥିବା ଦୁଇ ପର୍ଯ୍ୟବେକ୍ଷକ ବିବେକ ଦୁବେ ଏବଂ ଅଜୟ ନାୟକ ରିପୋର୍ଟ ଦେଇଛନ୍ତି।

ମମତାଙ୍କ ଅଭିଯୋଗକୁ ନେଇ ନିର୍ବାଚନ କମିସନଙ୍କ ପକ୍ଷରୁ ବିସ୍ତୁୃତ ରିପୋର୍ଟ ମଗାଯାଇଥିବା ବେଳେ ଦୁଇ ପର୍ଯ୍ୟବେକ୍ଷକ କମିସନଙ୍କୁ ଦେଇଥିବା ରିପୋର୍ଟରେ ଏହା ଉଲ୍ଲେଖ କରିଥିବା ଜଣାପଡ଼ିଛି। ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକମାନେ ସେମାନଙ୍କ ରିପୋର୍ଟରେ ଆକ୍ରମଣ ହୋଇଥିବାର ସମ୍ଭାବନାକୁ ଏଡ଼ାଇ ଦେଇଛନ୍ତି। ରିପୋର୍ଟରେ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣର କୌଣସି ପ୍ରମାଣ ନାହିଁ ବୋଲି କହିଥିବା ବେଳେ ଘଟଣା ସମୟରେ ମମତା ପୁଲିସ ଛାଉଣୀ ଭିତରେ ପୂର୍ଣ୍ଣ ସୁରକ୍ଷିତ ଥିଲେ ବୋଲି କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp