ମୁମ୍ବାଇରେ ବୁଲା କୁକୁରଙ୍କ ଆତଙ୍କ: ୧ ଲକ୍ଷ ୨୮ ହଜାର ଲୋକଙ୍କୁ କାମୁଡ଼ିଛି କୁକୁର: ଏକନାଥ ସିନ୍ଦେ

The Sakala Picture
Published On

ମୁମ୍ବାଇ: ମହାରାଷ୍ଟ୍ରରେ ବୁଲା କୁକୁରମାନଙ୍କ ଆତଙ୍କ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ରାଜଧାନୀ ମୁମ୍ବାଇରେ ପରିସ୍ଥିତି ଅତ୍ୟନ୍ତ ସଙ୍ଗିନ ରହିଛି। କେବଳ ୨୦୨୪ ମସିହାରେ ମୁମ୍ବାଇରେ ୧.୨୮ ଲକ୍ଷ ଲୋକ କୁକୁର କାମୁଡ଼ାର ଶିକାର ହୋଇଥିବା ସରକାରୀ ତଥ୍ୟରୁ ଜଣାପଡିଛି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବିଧାନସଭାରେ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିବା ପରେ ନାଗରିକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ବିଧାନସଭାରେ ଉଦବେଗ ପ୍ରକାଶ

ବିଧାନସଭା ପରିଷଦ ସଦସ୍ୟ ସୁନୀଲ ସିନ୍ଦେ, ବସନ୍ତ ଖଣ୍ଡେଲୱାଲ ଏବଂ ସନ୍ଦୀପ ଜୋଶୀଙ୍କ ସମେତ ଅନ୍ୟ ବିଧାୟକମାନେ ବୁଲା କୁକୁର ସମସ୍ୟା ନେଇ ପ୍ରଶ୍ନ ଉଠାଇଥିଲେ। ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ (BMC) ଏବଂ ନାଗପୁରରେ ବୁଲା କୁକୁରମାନଙ୍କ ଉତ୍ପାତ ବୃଦ୍ଧି ପାଉଥିବା ନେଇ ସଦସ୍ୟମାନେ ଚିନ୍ତା ପ୍ରକାଶ କରିଥିଲେ। ଏହାର ଉତ୍ତର ରଖି ଉପମୁଖ୍ୟମନ୍ତ୍ରୀ ସିନ୍ଦେ କହିଥିଲେ ଯେ, ୨୦୨୪ ମସିହାରେ ନାଗପୁର ମ୍ୟୁନିସିପାଲ କର୍ପୋରେସନ ଅଞ୍ଚଳରେ ୯,୪୨୭ ଜଣଙ୍କୁ ବୁଲା କୁକୁର କାମୁଡ଼ିଥିବା ବେଳେ ମୁମ୍ବାଇରେ ଏହି ସଂଖ୍ୟା ୧,୨୮,୨୫୨ରେ ପହଞ୍ଚିଛି। ତେବେ କୁକୁର ସଂଖ୍ୟା କମିଥିଲେ ମଧ୍ୟ କାମୁଡ଼ା ଘଟଣା ବୃଦ୍ଧି ପାଇବା ଚିନ୍ତାର ବିଷୟ ପାଲଟିଛି। ୨୦୧୪ରେ ମୁମ୍ବାଇରେ ୯୫,୧୭୨ ବୁଲା କୁକୁର ଥିବାବେଳେ ୨୦୨୪ରେ ଏହା ୯୦,୭୫୭କୁ ଖସି ଆସିଛି।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

୬ ବର୍ଷରେ ୩୦ ଲକ୍ଷ ଲୋକ ଆକ୍ରାନ୍ତ

ରାଜ୍ୟରେ କୁକୁର କାମୁଡ଼ା ପରିସଂଖ୍ୟାନ ଅତ୍ୟନ୍ତ ଭୟାବହ ରହିଛି। ଗତ ୬ ବର୍ଷ ମଧ୍ୟରେ ସମଗ୍ର ମହାରାଷ୍ଟ୍ରରେ ୩୦ ଲକ୍ଷରୁ ଅଧିକ ଲୋକ କୁକୁର କାମୁଡ଼ାର ଶିକାର ହୋଇଛନ୍ତି। ପରିସଂଖ୍ୟାନ ଅନୁଯାୟୀ, ପ୍ରତିଦିନ ହାରାହାରି ୧,୩୬୯ ଜଣ ଲୋକଙ୍କୁ କୁକୁର କାମୁଡ଼ୁଛନ୍ତି। ଏହାବ୍ୟତୀତ ୨୦୨୧ରୁ ୨୦୨୩ ମଧ୍ୟରେ ରେବିଜ୍ କାରଣରୁ ୩୦ ଜଣଙ୍କର ମୃତ୍ୟୁ ଘଟିଛି। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କାମୁଡ଼ା ଘଟଣା ବଢୁଥିବାରୁ ଏହି ସମସ୍ୟାର ମୁକାବିଲା ପାଇଁ ସରକାର କୁକୁରମାନଙ୍କ ବନ୍ଧ୍ୟାକରଣ ଏବଂ ଟୀକାକରଣ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଉଥିବା ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର