କାଲି ‘ଫ୍ଲୋର ଟେଷ୍ଟ’ ଦେବେ ଉଦ୍ଧବ ସରକାର, ଆଦେଶ ଦେଲେ ସୁପ୍ରିମକୋର୍ଟ

The Sakala Picture
Published On

ନୂଆଦିଲ୍ଲୀ : ଦୀର୍ଘ ୯ ଦିନ ହେବ ଚାଲିଥିବା ମହାରାଷ୍ଟ୍ର ମହାନାଟକର ଅନ୍ତ ହୋଇଛି। ଆସନ୍ତାକାଲି ମହରାଷ୍ଟ୍ରର ଉଦ୍ଧବ ସରକାର ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବେ। ଏନେଇ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି।  ଫ୍ଲୋର ଟେଷ୍ଟ ନକରିବା ପାଇଁ ମହାରାଷ୍ଟ୍ର ସରକାର ଓ ଶିବସେନା ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ଦାୟର  କରାଯାଇଥିଲା। ଯାହା ଶୁଣାଣି କରି ସୁପ୍ରିମକୋର୍ଟ କାଲି ‘ଫ୍ଲୋର ଟେଷ୍ଟ’ ପାଇଁ ଅନୁମତି ଦେଇଛନ୍ତି। କୋର୍ଟରେ ଦୁଇ ପକ୍ଷ ତାଙ୍କର ରାୟ ରଖି୍ଥିଲେ। ମହାରାଷ୍ଟ୍ର ସରକାରଙ୍କ ଓକିଲ […]

ନୂଆଦିଲ୍ଲୀ : ଦୀର୍ଘ ୯ ଦିନ ହେବ ଚାଲିଥିବା ମହାରାଷ୍ଟ୍ର ମହାନାଟକର ଅନ୍ତ ହୋଇଛି। ଆସନ୍ତାକାଲି ମହରାଷ୍ଟ୍ରର ଉଦ୍ଧବ ସରକାର ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବେ। ଏନେଇ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି।  ଫ୍ଲୋର ଟେଷ୍ଟ ନକରିବା ପାଇଁ ମହାରାଷ୍ଟ୍ର ସରକାର ଓ ଶିବସେନା ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ଦାୟର  କରାଯାଇଥିଲା। ଯାହା ଶୁଣାଣି କରି ସୁପ୍ରିମକୋର୍ଟ କାଲି ‘ଫ୍ଲୋର ଟେଷ୍ଟ’ ପାଇଁ ଅନୁମତି ଦେଇଛନ୍ତି। କୋର୍ଟରେ ଦୁଇ ପକ୍ଷ ତାଙ୍କର ରାୟ ରଖି୍ଥିଲେ। ମହାରାଷ୍ଟ୍ର ସରକାରଙ୍କ ଓକିଲ ଅଭିଷେକ ମନୁ ସଂଘଭି ପକ୍ଷ ରଖିଥିବା ବେଳେ  ରାଜ୍ୟପାଳଙ୍କ ପକ୍ଷରୁ ମତ ରଖିଛନ୍ତି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା। ତେବେ ସୁପ୍ରିମକୋର୍ଟ ଉଭୟ ପକ୍ଷରୁ ଯୁକ୍ତି ଶୁଣିବା ପରେ ରାୟ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରାବଣ ମାସରେ ମଟନ୍ ଖାଇବାକୁ ଜିଦ୍ କରିବାରୁ ପୁଅକୁ ପିଟିପିଟି ମାରିଦେଲେ ବାପା....

ଗୁରୁବାରଦିନ ମହାରାଷ୍ଟ୍ର ବିଧାନସଭାରେ ଉଦ୍ଧବ ସରକାରଙ୍କ ବିରୋଧରେ ଆସ୍ଥା ଭୋଟ ଅନୁଷ୍ଠିତ ହେବ । ଏ ନେଇ ମହାରାଷ୍ଟ୍ର ରାଜ୍ୟପାଳ ଦେଇଥିବା ନିର୍ଦ୍ଦେଶ ଉପରେ କୌଣସି ପ୍ରକାର ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ସୂର୍ୟ୍ୟକାନ୍ତ ଓ ଜଷ୍ଟିସ ଜେବି ପାର୍ଡିଓ୍ବାଲାଙ୍କୁ ନେଇ ଗଠିତ ଅବସରକାଳୀନ ବେଞ୍ଚ୍ ଏହି ରାୟ ଶୁଣାଇଛନ୍ତି । ରାଜ୍ୟପାଳଙ୍କ ଆଦେଶ ଅନୁସାରେ ଆସନ୍ତାକାଲି ଫ୍ଲୋର ଟେଷ୍ଟ ହେବ । ସଂଖ୍ୟା କମ୍ ଥିବା ମହାବିକାଶ ଅଘାଡି ସରକାର କାଲି ବହୁମତ ସାବ୍ୟସ୍ତ କରିବାରେ ବିଫଳ ହେବେ । ଉଦ୍ଧବ ସରକାର ଭାଙ୍ଗିବାର ସମ୍ଭାବନା ଅଧିକ ରହିଛି । ବିଦ୍ରୋହୀ ଏକନାଥଙ୍କ ଗୋଷ୍ଠୀରେ ୪୦ରୁ ଉର୍ଦ୍ଧ୍ୱ ବିଧାୟକଙ୍କ ସମର୍ଥନ ରହିଛି । ବିଜେପି ସହ ବିଦ୍ରୋହୀ ବିଧାୟକ ମିଶି ସରକାର ଗଢିପାରନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ଉଦ୍ଧବ ସରକାରଙ୍କ ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି । ଶିବସେନାର ବିଦ୍ରୋହୀ ଗୋଷ୍ଠୀଙ୍କ ପାଖରେ ୩୯ ବିଧାୟକଙ୍କ ସମର୍ଥନ ଥିବାବେଳେ ଉଦ୍ଧବଙ୍କ ପାଖରେ ମାତ୍ର ୧୪ ଜଣଙ୍କ ସମର୍ଥନ ରହିଛି । ଏଣୁ ଆସନ୍ତାକାଲି ଉଦ୍ଧବ ସରକାରର ପତନ ହେବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ବିଜେପି ପାଇଁ ଏହା ଏକ ବରଦାନ ସଦୃଶ ହୋଇଛି ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ସୂଚନାଯୋଗ୍ୟ ମଙ୍ଗଳବାର ରାତିରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ ଖୋସିୟାରୀ ଆସନ୍ତା ୩୦ ତାରିଖରେ ଆସ୍ଥାଭୋଟ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ଶିବସେନାର ଚିଫ ହ୍ବିପ୍  ସୁନୀଲ ପ୍ରଭୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।ଏହି ମାମଲାର ଜରୁରୀ ଶୁଣାଣି ପାଇଁ ଶିବସେନା ଓକିଲ ଡ. ଅଭିଷେକ ମନୁ ସିଂଘଭି ଆବେଦନ କରିଥିଲେ । କୋର୍ଟ ଏହାକୁ ଗ୍ରହଣ କରିବା ପରେ ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜେବି ପାର୍ଡିଓ୍ବାଲାଙ୍କୁ ନେଇ ଗଠିତ ଅବସରକାଳୀନ ବେଞ୍ଚ୍ ଏହି ମାମଲାର ଶୁଣାଣି କରିଥିଲେ । ସୋଲିସିଟର ଜେନେରାଲ ରାଜ୍ୟପାଳଙ୍କ ପକ୍ଷ ରଖିଥିଲେ । ଏକନାଥ ସିନ୍ଦେଙ୍କ ପକ୍ଷରୁ ବରିଷ୍ଠ ଓକିଲ ନିରଜ କିଷନ କୋଲ ଏହି ଶୁଣାଣି ବେଳେ ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର