ଋଣ ପରିଶୋଧ ପାଇଁ ଋଣଦାତାଙ୍କ ଚାପ; କାମ୍ବୋଡ଼ିଆ ଯାଇ କିଡ୍‌ନୀ ବିକିଲେ ଚାଷୀ, ଲକ୍ଷେ ଟଙ୍କାର ଋଣ ହୋଇଗଲା ୭୪ ଲକ୍ଷ...

ପରିବାର ସହ ଆତ୍ମାହୂତି ଧମକ ଦେଲେ ଚାଷୀ

Deviprasad Mohanty Picture
Published On

ମୁମ୍ବଇ: ଭାରତରେ ବ୍ୟବସାୟୀଙ୍କୁ ସହଜରେ କୋଟି କୋଟି ଟଙ୍କା ଋଣ ମିଳିଯାଉଛି। ଆଉ କିଛି ବ୍ୟବସାୟୀ ଅନେକ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ଧରି ବିଦେଶ ପଳାଉ ଥିବା ନଜିର ରହିଛି। ମାତ୍ର ଦେଶରେ ଗରିବ ଚାଷୀଙ୍କୁ ଲକ୍ଷେ ଟଙ୍କା ଋଣ ମିଳିବା ବି କଷ୍ଟ ହେଇଯାଉଛି। ଆଉ ଚାଷ ପାଇଁ  ହାତ ଉଧାରି କରି ସାହୁକାରଙ୍କଠୁ ଟଙ୍କା ଆଣିଲେ ତାର ସୁଧ ଦେଇ ଦେଇ ଚାଷୀର ଆର୍ଥିକ ସ୍ଥିତି ବିଗିଡ଼ି ଯାଉଛି। ଶେଷରେ ଚାଷୀ ନିଜ ଭିଟାମାଟି ସହିତ ଅଙ୍ଗପ୍ରତ୍ୟଙ୍ଗ ବିକିଲେ ବି ଏହି ଋଣ ପରିଶୋଧ କରିପାରୁନି। ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାର ଚାଷୀ ରୋଶନ ସଦାଶିବ କୁଡେଙ୍କ କ୍ଷେତ୍ରରେ ଏଭଳି ଘଟଣା ଘଟିଛି। କିଛି ବର୍ଷ ହେଲା ଚାଷରେ କ୍ଷତି ହେବାରୁ ସେ ଗୋପାଳନ କରି ଡାଏରୀ ବେପାର କରିବାକୁ ଚାହୁଁଥିଲେ। ମାତ୍ର ବ୍ୟାଙ୍କ ଋଣ ନ ଦେବାରୁ ସେ ଅନେକ ସାହୁକାରଙ୍କଠାରୁ ଲକ୍ଷେ ଟଙ୍କା ଆଣିଥିଲେ। କିନ୍ତୁ ଏ ବାବଦ ସୁଧ ତାଙ୍କ ଉପରେ ଦାଉ ସାଧିଥିଲା।  ଦିନକୁ ୧୦ ହଜାର ଟଙ୍କାର ସୁଧ ପାଇଁ ଋଣ ରାଶି ୭୪ ଲକ୍ଷ ଟଙ୍କାରେ ପହଞ୍ଚି ଯାଇଥିଲା। ଏଥିପାଇଁ ସେ କିଡ୍‌ନୀ ବିକିବାକୁ ବାଧ୍ୟ ହୋଇଥିଲେ। ସଦାଶିବ କୋଲକାତାରୁ କାମ୍ବୋଡିଆ ଯାଇ ନିଜ କିଡନୀ ବିକ୍ରି କରିଥିଲେ। 

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ସୂଚନା ଅନୁଯାୟୀ, ବର୍ଷା ନ ହେବାରୁ ଡାଏରୀ ବ୍ୟବସାୟୀ ପାଇଁ ସଦାଶିବ ଅଣ୍ଟା ଭିଡ଼ିଥିଲେ। ମାତ୍ର ବ୍ୟବସାୟ ଆରମ୍ଭ ହେଉ ହେଉ ସେ କିଣିଥିବା ଗାଈ ମରି ଯାଇଥିଲା। ଯେଉଁ ଫସଲ କରିଥିଲେ ତାହା ନଷ୍ଟ ହୋଇ ଯାଇଥିଲା। ଋଣ ଭାର ବଢ଼ିବାରେ ଲାଗିଥିଲା ଏବଂ ଋଣଦାତା ଚାପ ପକାଇବାରେ ଲାଗିଥିଲେ। ଜମି, ଟ୍ରାକ୍ଟର ଏବଂ ଘରବାଡ଼ି ବିକିବା ସତ୍ତ୍ବେ ଟଙ୍କା ସୁଝି ପାରି ନ ଥିଲେ। ଏହି ସମୟରେ ଜଣେ ଋଣଦାତା ତାଙ୍କୁ କିଡନୀ ବିକିବାକୁ ପରାମର୍ଶ ଦେଇଥିଲେ। ପରେ ସେ ଜଣେ ଏଜେଣ୍ଟଙ୍କ ମାଧ୍ୟମରେ କୋଲକାତାରେ ବିଭିନ୍ନ ପରୀକ୍ଷାନିରୀକ୍ଷା କରି କାମ୍ବୋଡିଆ ଯାଇ କିଡ୍‌ନୀ ଦେଇଥିଲେ। ଏହି କିଡ୍‌ନୀକୁ ୮ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିଲା। ଋଣ ପରିମାଣ ସୁଝିବା ସତ୍ତ୍ବେ ଚଢ଼ା ସୁଧ ନେବା ପାଇଁ ବ୍ରହ୍ମପୁର ସହରର କିଶୋର ବାୱାନକୁଲେ, ମନୀଷ କଲବାନ୍ଦେ, ଲକ୍ଷ୍ମଣ ଉରୁକୁଡେ, ପ୍ରଦୀପ ବାୱାନକୁଲେ, ସଞ୍ଜୟ ବାଲାପୁରେ ଏବଂ ଲକ୍ଷ୍ମଣ ବୋର୍କାର ତାଙ୍କ ଉପରେ ଚାପ ପକାଇ ଥିଲେ। 

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

କୁଡେ ଦାବି କରିଛନ୍ତି ଯେ ଅଭିଯୋଗ ସତ୍ତ୍ୱେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ। ଏହା ତାଙ୍କ ମାନସିକ ଏବଂ ଶାରୀରିକ ଯନ୍ତ୍ରଣାକୁ ଆହୁରି ବଢ଼ାଇ ଦେଇଛି। ଯଦି ନ୍ୟାୟ ନ ମିଳେ ତେବେ ସେ ଏବଂ ତାଙ୍କ ପରିବାର ରାଜ୍ୟ ସରକାରଙ୍କ ମୁଖ୍ୟାଳୟ ମୁମ୍ବଇର ମନ୍ତ୍ରଣାଳୟ ସମ୍ମୁଖରେ ଆତ୍ମଦାହ କରିବେ ବୋଲି ସଦାଶିବ ଧମକ ଦେଇଛନ୍ତି। 

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର