ଲକ୍ଷ୍ନୌରେ ସେନା ଅଧିକାରୀଙ୍କ ପତ୍ନୀଙ୍କ ସହ ଦୁର୍ବ୍ୟବହାର; ଛୁଟିରେ ଆସି ଦଲାଲକୁ ନିର୍ଧୁମ ଛେଚିଲେ ସ୍ୱାମୀ

Tapas Ranjan Nanda Picture
Published On

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ମହିଳା ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ଏକ ଘଟଣା ସାମ୍ନାକୁ ଆସିଛି। ଲକ୍ଷ୍ନୌର ଆଇଆଇଏମ ରୋଡ ନିକଟ ଏଲଡିକୋ ସିଟି ଅଞ୍ଚଳରେ ଜଣେ ସେନା ଅଧିକାରୀଙ୍କ ପତ୍ନୀଙ୍କ ସହ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ ସ୍ଥାନୀୟ ଅଞ୍ଚଳର ଜଣେ ପ୍ରପର୍ଟି ବ୍ରୋକର ବୋଲି ଜଣାପଡିଛି। ତେବେ ଘଟଣା ପରେ ସେନା ଅଧିକାରୀ ଜଣକ ନିଜ ପତ୍ନୀଙ୍କ ସହ ହୋଇଥିବା ଦୁର୍ବ୍ୟବହାରର କଡ଼ା ଜବାବ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା: ମୃତଦେହ ଛାଡି ସ୍ୱାମୀ ଫେରାର, ଶାଶୁ ଅଟକ

ଘର ଦେଖାଇବା ବାହାନାରେ ଅସଦାଚରଣ

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତର ନାମ ରାଜ ଶୁକ୍ଲା ଏବଂ ସେ ଜଣେ ଜମି ଦଲାଲ ବା ବ୍ରୋକର ଭାବରେ କାମ କରନ୍ତି। ପୀଡ଼ିତା ମହିଳା ଜଣକ ଘର ଭଡ଼ା ନେବା ପାଇଁ ଉକ୍ତ ବ୍ରୋକରଙ୍କ ସହ ଯୋଗାଯୋଗ କରିଥିଲେ। ତେବେ ଇଣ୍ଡିଗୋ ସିଟି ଅଞ୍ଚଳରେ ଏକ ଫ୍ଲାଟ ଦେଖାଇବା ବାହାନାରେ ଅଭିଯୁକ୍ତ ଜଣକ ମହିଳାଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଫ୍ଲାଟ ଦେଖିବା ସମୟରେ ଅଭିଯୁକ୍ତ ଜଣକ ସୀମା ପାର କରି ମହିଳାଙ୍କ ସହ ଜୋରଜବରଦସ୍ତି ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରିଥିଲେ।

ଛୁଟିରେ ଆସି ଦଲାଲକୁ ପିଟିଲେ ସ୍ୱାମୀ

ଘଟଣା ସମୟରେ ମହିଳାଙ୍କ ସ୍ୱାମୀ ଭାରତୀୟ ସେନାରେ ଡ୍ୟୁଟିରେ ଥିଲେ। ପତ୍ନୀଙ୍କ ସହ ଘଟିଥିବା ଏହି ଘୃଣ୍ୟ ଘଟଣା ବିଷୟରେ ଜାଣିବା ପରେ ସେ ଅତ୍ୟନ୍ତ ବିଚଳିତ ହୋଇପଡିଥିଲେ। ନିଜର ବୃତ୍ତିଗତ ଦାୟିତ୍ୱ ସାରି ସେ ପ୍ରାୟ ସାତ ଦିନ ପରେ ଲକ୍ଷ୍ନୌ ଫେରିଥିଲେ। ଘରକୁ ଫେରିବା ପରେ ସେନା ଅଧିକାରୀ ଜଣକ ଅଭିଯୁକ୍ତ ବ୍ରୋକରକୁ ଧରି ନିସ୍ତୁକ ମାଡ଼ ମାରିଥିବା ଖବର ସାମ୍ନାକୁ ଆସିଛି।

ଭାଇରାଲ ହେଉଛି ଭିଡିଓ

ଏହି ଘଟଣା ସମ୍ପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଭିଡିଓରେ ମହିଳା ଜଣକ ଅଭିଯୁକ୍ତ ଉପରେ ଚିତ୍କାର କରୁଥିବା ଏବଂ ତାଙ୍କୁ ଛୁଇଁବାକୁ କିପରି ସାହସ କଲ ବୋଲି ପ୍ରଶ୍ନ କରୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଅଭିଯୁକ୍ତ ଜଣକ ବାରମ୍ବାର କ୍ଷମା ମାଗୁଥିବା ମଧ୍ୟ ଦେଖାଯାଉଛି। ଏହି ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଲୋକମାନେ ବ୍ରୋକରମାନଙ୍କର ବ୍ୟାକଗ୍ରାଉଣ୍ଡ ଯାଞ୍ଚ ଏବଂ ମହିଳାଙ୍କ ସୁରକ୍ଷା ପାଇଁ କଠୋର ନିୟମ ଦାବି କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp