ନ୍ୟାୟିକ ବ୍ୟବସ୍ଥା ଉପରୁ ଆସ୍ଥା ହଟିଲେ ଗଣତନ୍ତ୍ର ପାଇଁ ବିପଦ: ସିଜେଆଇ

The Sakala Picture
Published On

ନୂଆଦିଲ୍ଲୀ : ଦିନକୁ ଦିନ ନ୍ୟାୟିକ ବ୍ୟବସ୍ଥା ପ୍ରତି ଲୋକଙ୍କ ଆଭିମୁଖ୍ୟ ବଦଳିଯାଉଛି। ଅନେକ ସ୍ତରରେ ନ୍ୟାୟପାଳିକା ପ୍ରତି ଲୋକଙ୍କ ବିଶ୍ବାସ ତୁଟିଯାଉଥିବାର ଦେଖାଯାଉଛି। କିନ୍ତୁ ଦେଶର ନ୍ୟାୟପାଳିକା ଉପରୁ ଯଦି ଲୋକଙ୍କ ଆସ୍ଥା ଓ ବିଶ୍ବାସ ତୁଟିଯାଏ ତେବେ ଏହା ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରିବ ବୋଲି ପ୍ରଧାନବିଚାରପତି ଜଷ୍ଟିସ୍‌ ଏନ ଭି ରମଣା କହିଛନ୍ତି। ଶନିବାର ବିଜୟୱାଡ଼ା ନୂତନ କୋର୍ଟ ପରିସରର ଉଦ୍‌ଘାଟନ କରି ଜଷ୍ଟିସ୍‌ ରମଣା କହିଛନ୍ତି ଯେ, ନ୍ୟାୟପାଳିକା ବ୍ୟବସ୍ଥା […]

ନୂଆଦିଲ୍ଲୀ : ଦିନକୁ ଦିନ ନ୍ୟାୟିକ ବ୍ୟବସ୍ଥା ପ୍ରତି ଲୋକଙ୍କ ଆଭିମୁଖ୍ୟ ବଦଳିଯାଉଛି। ଅନେକ ସ୍ତରରେ ନ୍ୟାୟପାଳିକା ପ୍ରତି ଲୋକଙ୍କ ବିଶ୍ବାସ ତୁଟିଯାଉଥିବାର ଦେଖାଯାଉଛି। କିନ୍ତୁ ଦେଶର ନ୍ୟାୟପାଳିକା ଉପରୁ ଯଦି ଲୋକଙ୍କ ଆସ୍ଥା ଓ ବିଶ୍ବାସ ତୁଟିଯାଏ ତେବେ ଏହା ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରିବ ବୋଲି ପ୍ରଧାନବିଚାରପତି ଜଷ୍ଟିସ୍‌ ଏନ ଭି ରମଣା କହିଛନ୍ତି।

ଆହୁରି ପଢ଼ନ୍ତୁ: ଲଗାତାର ଦୁଇଟି ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଭେନେଜୁଏଲା: ୩୨ ମୃତ, ୭୦୦ରୁ ଅଧିକ ଆହତ

ଶନିବାର ବିଜୟୱାଡ଼ା ନୂତନ କୋର୍ଟ ପରିସରର ଉଦ୍‌ଘାଟନ କରି ଜଷ୍ଟିସ୍‌ ରମଣା କହିଛନ୍ତି ଯେ, ନ୍ୟାୟପାଳିକା ବ୍ୟବସ୍ଥା ଉପରୁ ଯଦି ଲୋକଙ୍କ ଆସ୍ଥା ତୁଟିଯାଏ ତେବେ ଏହା ଭୁଶୁଡ଼ି ପଡ଼ିବ। ଆଉ ନ୍ୟାୟପାଳିକା ଭୁଶୁଡ଼ି ପଡ଼ିଲେ ଦେଶର ଗଣତନ୍ତ୍ର ପାଇଁ ମଧ୍ୟ ବିପଦ ସୃଷ୍ଟି ହେବ। କିନ୍ତୁ ଯେଉଁ କାରଣ ପାଇଁ ଦିନକୁ ଦିନ ଲୋକଙ୍କ ଆସ୍ଥା କମୁଛି ତାହାକୁ ଏବେ ଗୁରୁତ୍ବ ଦେବାର ସମୟ ଆସିଛି। ବିଶେଷକରି ନ୍ୟାୟପାଳିକା ବ୍ୟବସ୍ଥାର ଉନ୍ନତ ଭିତ୍ତିଭୂମି, ଖାଲି ପଡ଼ିଥିବା ପଦ ପଦବୀ ପୂରଣ ଏବଂ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯିବା ଏବେ ଅପରିହାର୍ଯ୍ୟ ହୋଇପଡ଼ିଛି। ତାଙ୍କ କାର୍ଯ୍ୟକାଳ ସମୟରେ ଏହିସବୁ ଦିଗକୁ ସେ ଅଧିକ ଗୁରୁତ୍ବ ଦେଇ ଆସିଥିଲା ବେଳେ ବିଭିନ୍ନ ହାଇକୋର୍ଟରେ ପ୍ରାୟ ୨୫୦ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଇଛି।

ଆହୁରି ପଢ଼ନ୍ତୁ: ନିଟ୍ ବିବାଦ: ରାହୁଲ ଗାନ୍ଧୀ ଯୁବପିଢ଼ିଙ୍କୁ ବିଭ୍ରାନ୍ତ କରିବା ସହ ମନରେ ଭୟ ସୃଷ୍ଟି କରୁଛନ୍ତି ବୋଲି କହିଲେ ଧର୍ମେନ୍ଦ୍ର ପ୍ରଧାନ

ସେହିପରି ସୁପ୍ରିମକୋର୍ଟରେ ୧୨ ଜଣ ବିଚାରପତିଙ୍କୁ ନିଯୁକ୍ତ କରାଯାଇଥିଲା ବେଳେ ବିଭିନ୍ନ ହାଇକୋର୍ଟର ୧୫ ଜଣ ମୁଖ୍ୟ ବିଚାରପତିଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି ବୋଲି ଜଷ୍ଟିସ୍‌ ରମଣା କହିଛନ୍ତି। ଲୋକଙ୍କୁ ଠିକଣା ସମୟରେ ନ୍ୟାୟ ମିଳିବା ନ୍ୟାୟପାଳିକା ବ୍ୟବସ୍ଥାର ଏକମାତ୍ର ଉଦ୍ଦେଶ୍ୟ। କିନ୍ତୁ ଭିତ୍ତିଭୂମି ଅଭାବରୁ ଏହି ଉଦ୍ଦେଶ୍ୟର ସାଧନ ଦିଗରେ ପ୍ରତିବନ୍ଧକ ସୃଷ୍ଟି ହୋଇଆସିଛି। ସେ ପ୍ରଧାନବିଚାରପତି ଭାବେ ନିଯୁକ୍ତ ହେବାର ପ୍ରଥମ ଦିନରୁ ଏହି ଦିଗକୁ ଗୁରୁତ୍ବ ଦେଇ ଆସିଛନ୍ତି। ଏପରିକି ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବହୁ କେନ୍ଦ୍ର ମନ୍ତ୍ରୀ ଏବଂ ମୁଖ୍ୟ ବିଚାରପତିମାନଙ୍କ ସହ ଆଲୋଚନା କରିଛନ୍ତି। ଯେଉଁସବୁ ରାଜ୍ୟରେ ନ୍ୟାୟପାଳିକା ବ୍ୟବସ୍ଥା ପାଇଁ ଉନ୍ନତ ଭିତ୍ତିଭୂମିର ଆବଶ୍ୟକତା ରହିଛି ତାହାକୁ ତୁରନ୍ତ ପୂରଣ କରିବାକୁ ଜୋର ଦେଇଛନ୍ତି। ତେବେ ଏଥିପାଇଁ ପର୍ଯ୍ୟାପ୍ତ ପାଣ୍ଠିର ଆବଶ୍ୟକତା ରହିଛି। ଭିତ୍ତିଭୂମି ବିକାଶ ଲାଗି ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ପାଣ୍ଠି ଯୋଗାଇ ଦେବାକୁ ଦାବି କରିଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କେତେକ ସ୍ତରରେ ବିରୋଧ କରାଯାଇଥିଲା ବେଳେ ଏଦିଗରେ ପଶ୍ଚିମବଙ୍ଗ,ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡୁ ଭଳି କିଛି ରାଜ୍ୟ ସରକାର ମୋତେ ସମର୍ଥନ କରିଛନ୍ତି। ତେବେ ଏସବୁ ଆବଶ୍ୟକତା ପୂରଣ ହେବା ସହିତ ଲୋକଙ୍କୁ ନ୍ୟାୟ ମିଳିବା ଜରୁରୀ ବୋଲି ଜଷ୍ଟିସ୍‌ ରମଣା କହିଛନ୍ତି।

ଆହୁରି ପଢ଼ନ୍ତୁ: ୟୁସିସି ବିଲ୍ ଚର୍ଚ୍ଚା: ସନା ମଲିକଙ୍କ ବୟାନକୁ ମନ୍ତ୍ରୀ ଯୋଗେଶ କଦମଙ୍କ କଡ଼ା ଜବାବ, କହିଲେ- ଧର୍ମଗ୍ରନ୍ଥ ଆଧାରରେ ଆଇନ ତିଆରି ହୁଏନାହିଁ

21 Aug 2022 By The Sakala

ନ୍ୟାୟିକ ବ୍ୟବସ୍ଥା ଉପରୁ ଆସ୍ଥା ହଟିଲେ ଗଣତନ୍ତ୍ର ପାଇଁ ବିପଦ: ସିଜେଆଇ

ନୂଆଦିଲ୍ଲୀ : ଦିନକୁ ଦିନ ନ୍ୟାୟିକ ବ୍ୟବସ୍ଥା ପ୍ରତି ଲୋକଙ୍କ ଆଭିମୁଖ୍ୟ ବଦଳିଯାଉଛି। ଅନେକ ସ୍ତରରେ ନ୍ୟାୟପାଳିକା ପ୍ରତି ଲୋକଙ୍କ ବିଶ୍ବାସ ତୁଟିଯାଉଥିବାର ଦେଖାଯାଉଛି। କିନ୍ତୁ ଦେଶର ନ୍ୟାୟପାଳିକା ଉପରୁ ଯଦି ଲୋକଙ୍କ ଆସ୍ଥା ଓ ବିଶ୍ବାସ ତୁଟିଯାଏ ତେବେ ଏହା ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରିବ ବୋଲି ପ୍ରଧାନବିଚାରପତି ଜଷ୍ଟିସ୍‌ ଏନ ଭି ରମଣା କହିଛନ୍ତି।

ଶନିବାର ବିଜୟୱାଡ଼ା ନୂତନ କୋର୍ଟ ପରିସରର ଉଦ୍‌ଘାଟନ କରି ଜଷ୍ଟିସ୍‌ ରମଣା କହିଛନ୍ତି ଯେ, ନ୍ୟାୟପାଳିକା ବ୍ୟବସ୍ଥା ଉପରୁ ଯଦି ଲୋକଙ୍କ ଆସ୍ଥା ତୁଟିଯାଏ ତେବେ ଏହା ଭୁଶୁଡ଼ି ପଡ଼ିବ। ଆଉ ନ୍ୟାୟପାଳିକା ଭୁଶୁଡ଼ି ପଡ଼ିଲେ ଦେଶର ଗଣତନ୍ତ୍ର ପାଇଁ ମଧ୍ୟ ବିପଦ ସୃଷ୍ଟି ହେବ। କିନ୍ତୁ ଯେଉଁ କାରଣ ପାଇଁ ଦିନକୁ ଦିନ ଲୋକଙ୍କ ଆସ୍ଥା କମୁଛି ତାହାକୁ ଏବେ ଗୁରୁତ୍ବ ଦେବାର ସମୟ ଆସିଛି। ବିଶେଷକରି ନ୍ୟାୟପାଳିକା ବ୍ୟବସ୍ଥାର ଉନ୍ନତ ଭିତ୍ତିଭୂମି, ଖାଲି ପଡ଼ିଥିବା ପଦ ପଦବୀ ପୂରଣ ଏବଂ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯିବା ଏବେ ଅପରିହାର୍ଯ୍ୟ ହୋଇପଡ଼ିଛି। ତାଙ୍କ କାର୍ଯ୍ୟକାଳ ସମୟରେ ଏହିସବୁ ଦିଗକୁ ସେ ଅଧିକ ଗୁରୁତ୍ବ ଦେଇ ଆସିଥିଲା ବେଳେ ବିଭିନ୍ନ ହାଇକୋର୍ଟରେ ପ୍ରାୟ ୨୫୦ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଇଛି।

ସେହିପରି ସୁପ୍ରିମକୋର୍ଟରେ ୧୨ ଜଣ ବିଚାରପତିଙ୍କୁ ନିଯୁକ୍ତ କରାଯାଇଥିଲା ବେଳେ ବିଭିନ୍ନ ହାଇକୋର୍ଟର ୧୫ ଜଣ ମୁଖ୍ୟ ବିଚାରପତିଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି ବୋଲି ଜଷ୍ଟିସ୍‌ ରମଣା କହିଛନ୍ତି। ଲୋକଙ୍କୁ ଠିକଣା ସମୟରେ ନ୍ୟାୟ ମିଳିବା ନ୍ୟାୟପାଳିକା ବ୍ୟବସ୍ଥାର ଏକମାତ୍ର ଉଦ୍ଦେଶ୍ୟ। କିନ୍ତୁ ଭିତ୍ତିଭୂମି ଅଭାବରୁ ଏହି ଉଦ୍ଦେଶ୍ୟର ସାଧନ ଦିଗରେ ପ୍ରତିବନ୍ଧକ ସୃଷ୍ଟି ହୋଇଆସିଛି। ସେ ପ୍ରଧାନବିଚାରପତି ଭାବେ ନିଯୁକ୍ତ ହେବାର ପ୍ରଥମ ଦିନରୁ ଏହି ଦିଗକୁ ଗୁରୁତ୍ବ ଦେଇ ଆସିଛନ୍ତି। ଏପରିକି ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବହୁ କେନ୍ଦ୍ର ମନ୍ତ୍ରୀ ଏବଂ ମୁଖ୍ୟ ବିଚାରପତିମାନଙ୍କ ସହ ଆଲୋଚନା କରିଛନ୍ତି। ଯେଉଁସବୁ ରାଜ୍ୟରେ ନ୍ୟାୟପାଳିକା ବ୍ୟବସ୍ଥା ପାଇଁ ଉନ୍ନତ ଭିତ୍ତିଭୂମିର ଆବଶ୍ୟକତା ରହିଛି ତାହାକୁ ତୁରନ୍ତ ପୂରଣ କରିବାକୁ ଜୋର ଦେଇଛନ୍ତି। ତେବେ ଏଥିପାଇଁ ପର୍ଯ୍ୟାପ୍ତ ପାଣ୍ଠିର ଆବଶ୍ୟକତା ରହିଛି। ଭିତ୍ତିଭୂମି ବିକାଶ ଲାଗି ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ପାଣ୍ଠି ଯୋଗାଇ ଦେବାକୁ ଦାବି କରିଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କେତେକ ସ୍ତରରେ ବିରୋଧ କରାଯାଇଥିଲା ବେଳେ ଏଦିଗରେ ପଶ୍ଚିମବଙ୍ଗ,ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡୁ ଭଳି କିଛି ରାଜ୍ୟ ସରକାର ମୋତେ ସମର୍ଥନ କରିଛନ୍ତି। ତେବେ ଏସବୁ ଆବଶ୍ୟକତା ପୂରଣ ହେବା ସହିତ ଲୋକଙ୍କୁ ନ୍ୟାୟ ମିଳିବା ଜରୁରୀ ବୋଲି ଜଷ୍ଟିସ୍‌ ରମଣା କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର