ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ସଂସଦରେ ହଙ୍ଗାମା

The Sakala Picture
Published On

ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟବକୁ ନେଇ ସଂସଦରେ ହଙ୍ଗାମା ହୋଇଥିବା ଦେଖିବାକୁ ମିଳିଛି । ରାହୁଲ ଗାନ୍ଧି ନିଜର ଭାଷଣ ସମୟରେ ଏନଡିଏ ସାଂସଦଙ୍କ ଉପରକୁ ଇଶାରା କରି କହିଥିଲେ କି, ତୁମେ ହିନ୍ଦୁ ନୁହେଁ । ଏହାପରେ ହଙ୍ଗାମା ଆରମ୍ଭ ହୋଇଥିଲା । ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ କି, ହିନ୍ଦୁ ସମାଜକୁ ହିଂସ୍ର କହି ସମାଲୋଚନା କରୁଛନ୍ତି ବିରୋଧୀ ଦଳ ନେତା ଏହା ଅତି ଗମ୍ଭୀର ବିଷୟ । […]

ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟବକୁ ନେଇ ସଂସଦରେ ହଙ୍ଗାମା ହୋଇଥିବା ଦେଖିବାକୁ ମିଳିଛି । ରାହୁଲ ଗାନ୍ଧି ନିଜର ଭାଷଣ ସମୟରେ ଏନଡିଏ ସାଂସଦଙ୍କ ଉପରକୁ ଇଶାରା କରି କହିଥିଲେ କି, ତୁମେ ହିନ୍ଦୁ ନୁହେଁ । ଏହାପରେ ହଙ୍ଗାମା ଆରମ୍ଭ ହୋଇଥିଲା । ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ କି, ହିନ୍ଦୁ ସମାଜକୁ ହିଂସ୍ର କହି ସମାଲୋଚନା କରୁଛନ୍ତି ବିରୋଧୀ ଦଳ ନେତା ଏହା ଅତି ଗମ୍ଭୀର ବିଷୟ ।

ଆହୁରି ପଢ଼ନ୍ତୁ: ଭାରତ-ଆମେରିକା ସମ୍ପର୍କ ହେବ ଆହୁରି ସୁଦୃଢ଼: ମାର୍କୋ ରୁବିଓଙ୍କ ଗସ୍ତରେ ବାଣିଜ୍ୟ, ସୁରକ୍ଷା ଓ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ

ତେବେ ରାହୁଲ କହିଥିଲେ କି, ବିଜେପି ଏବଂ ନରେନ୍ଦ୍ର ମୋଦୀ ହିନ୍ଦୁ ସମାଜ ନୁହେଁ । ଏହାପରେ ସଂସଦରେ ହଙ୍ଗାମା ଦେଖିବାକୁ ମିଳିଥିଲା । ସେପଟେ ରାହୁଲ ଗାନ୍ଧୀଙ୍କ ଟିପ୍ପଣୀକୁ ନେଇ ବିରୋଧୀ ଦଳର ନେତାମାନେ ନିନ୍ଦା କରିଥିବା ଦେଖିବାକୁ ମିଳିଛି । ଗୃହମନ୍ତ୍ରୀ ଅମିତ ଶାହ ଏହାକୁ ନିନ୍ଦା କରିଛନ୍ତି।  ଏପରି ବୟାନକୁ ହିନ୍ଦୁଙ୍କ ପ୍ରତି ଅପମାନ ଓ ଏଥିପାଇଁ ରାହୁଲ କ୍ଷମା ମାଗନ୍ତୁ ବୋଲି ଗୃହମନ୍ତ୍ରୀ ଅମିତ ଶାହ ସେ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ: ଟିଭି ବିତର୍କରେ ଅଶାଳୀନ ମନ୍ତବ୍ୟ ଦେଲେ ତୁରନ୍ତ କାଟନ୍ତୁ ଲାଇଭ୍ ଫିଡ୍

ସେପଟେ ରାହୁଲ କହିଛନ୍ତି କି, ଦିନେ ମୋଦୀଜୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଭାରତ କାହା ଉପରେ ଆକ୍ରମଣ କରିନାହିଁ। ଏହାର କାରଣ ହେଉଛି ଭାରତ ଅହିଂସା ଦେଶ, ଏହା ଭୟଭୀତ ନୁହେଁ। ଆମର ମହାନ ବ୍ୟକ୍ତିମାନେ ଏହି ବାର୍ତ୍ତା ଦେଇଛନ୍ତି – ଭୟ କର ନାହିଁ, ଭୟ କର ନାହିଁ । ଶିବଜୀ କୁହନ୍ତି- ଭୟ କର ନାହିଁ, ଭୟ କର ନାହିଁ  । ଅନ୍ୟପକ୍ଷରେ, ଯେଉଁମାନେ ନିଜକୁ ହିନ୍ଦୁ ବୋଲି କହୁଛନ୍ତି, ସେମାନେ ଦିନକୁ ୨୪ ଘଣ୍ଟା ହିଂସା ଏବଂ ଘୃଣା କରନ୍ତି। ଏଣୁ ଆପଣ ଆଦୌ ହିନ୍ଦୁ ନୁହଁନ୍ତି । ହିନ୍ଦୁ ଧର୍ମରେ ଏହା ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ ଜଣେ ସତ୍ୟକୁ ସମର୍ଥନ କରିବା ଉଚିତ୍।

ଆହୁରି ପଢ଼ନ୍ତୁ: ଆଟଲାଣ୍ଟିକ୍ ମହାସାଗରର ନାମ ବଦଳାଇବାକୁ ଦାବି କଲେ ଡୋନାଲ୍ଡ ଟ୍ରମ୍ପ, ମନା କରିଦେଇଥିଲେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର