ଆସାମରୁ ମିଳିଲା ଦୁବାଇରୁ ଚୋରି ହୋଇଥିବା ଫୁଟବଲ କିମ୍ବଦନ୍ତୀ ମାରାଡୋନାଙ୍କ ଦାମୀ ଘଡି

The Sakala Picture
Published On

ନୂଆଦିଲ୍ଲୀ:ଦୁବାଇରେ ହଜିଥିବା ଜିନିଷ ମିଳିଲା ଆସାମରୁ । ଭାରତର ଆସାମରୁ ମିଳିଲା ଫୁଟବଲ କିମ୍ବଦନ୍ତୀ ସ୍ୱର୍ଗତ ଡିଏଗୋ ମାରୋଡୋନାଙ୍କର ଦାମୀ ଘଣ୍ଟା, ଯେଉଁଟା କି ଦୁବାଇରୁ ଚୋରି ହୋଇଯାଇଥିଲା । ଆସାମ ପୋଲିସ ଦୁବାଇ ପୋଲିସ ସହ ମିଶି ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ସମାଧାନ କରିଛି । ଏହି ଦୁଇ ପୋଲିସ ଏଜେନ୍ସି ସହାୟତାରେ ଆର୍ଜୋଣ୍ଟିନାର କିମ୍ବଦନ୍ତି ଫୁଟବଲର ସ୍ୱର୍ଗତ ଡିଏଗୋ ମାରାଡୋନାଙ୍କ ଘଣ୍ଟା ଚୋରି କରିଥିବା ବ୍ୟକ୍ତିଙ୍କୁ ଗିରଫ କରିବା ସହ ମାରାଡୋନାଙ୍କ ଘଣ୍ଟାକୁ ମଧ୍ୟ […]

ନୂଆଦିଲ୍ଲୀ:ଦୁବାଇରେ ହଜିଥିବା ଜିନିଷ ମିଳିଲା ଆସାମରୁ । ଭାରତର ଆସାମରୁ ମିଳିଲା ଫୁଟବଲ କିମ୍ବଦନ୍ତୀ ସ୍ୱର୍ଗତ ଡିଏଗୋ ମାରୋଡୋନାଙ୍କର ଦାମୀ ଘଣ୍ଟା, ଯେଉଁଟା କି ଦୁବାଇରୁ ଚୋରି ହୋଇଯାଇଥିଲା । ଆସାମ ପୋଲିସ ଦୁବାଇ ପୋଲିସ ସହ ମିଶି ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ସମାଧାନ କରିଛି । ଏହି ଦୁଇ ପୋଲିସ ଏଜେନ୍ସି ସହାୟତାରେ ଆର୍ଜୋଣ୍ଟିନାର କିମ୍ବଦନ୍ତି ଫୁଟବଲର ସ୍ୱର୍ଗତ ଡିଏଗୋ ମାରାଡୋନାଙ୍କ ଘଣ୍ଟା ଚୋରି କରିଥିବା ବ୍ୟକ୍ତିଙ୍କୁ ଗିରଫ କରିବା ସହ ମାରାଡୋନାଙ୍କ ଘଣ୍ଟାକୁ ମଧ୍ୟ ଜବତ କରାଯାଇଛି । ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । କେନ୍ଦ୍ରୀୟ ଏଜେନ୍‌ସି ମାଧ୍ୟମରେ ଦୁବାଇ ପୁଲିସ ଠାରୁ ସୂଚନା ପାଇ ଆସାମ ପୁଲିସ ଆଜି ଭୋର ୪ଟା ବେଳେ ଅଭିଯୁକ୍ତ ୱାଜିଦ୍‌ ହୁସେନଙ୍କୁ ତାଙ୍କ ଶିବନଗର ବାସଭବନରୁ ଗିରଫ କରିଛି ବୋଲି ପୁଲିସ ମହାନିର୍ଦେଶକ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ଆସାମ ପୋଲିସ ଡିଜିପି ଭାସ୍କର ଜ୍ୟୋତି ମହନ୍ତ ଦୁବାଇ ପୋଲିସ ସହ ମିଶି ହୋଇଥିବା ଏହି ମିଶନର ସୂଚନା ଦେଇଛନ୍ତି । ଡିଜିପି କହିଛନ୍ତି କି ଆମେ ଓ୍ୱାଜିଦ୍ ହୁସେନ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛୁ । ଯାହାଙ୍କ ପାଖରୁ ଦିବଙ୍ଗତ ଫୁଟବଲର ଡିଏଗୋ ମାରାଡୋନାଙ୍କ Hublot କମ୍ପାନୀର ଲିମିଟେଡ ଏଡିସନର ଘଣ୍ଟା ଜବତ କରାଯାଇଛି। ଡିଜିପି ଆହୁରି କହିଛନ୍ତି କି ଯେଉଁ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ସେ ଆସାମର ଶିବସାଗର ଜିଲ୍ଲାର ଅଟନ୍ତି । ଡିଜିପିଙ୍କ ବ୍ୟତୀତ ଶିବସାଗର ଜିଲ୍ଲାର ଏସପି ଏହି ଘଟଣା ସମ୍ପର୍କରେ କହିଛନ୍ତି କି ଗିରଫ ହୋଇଥିବା ଓ୍ୱାଜିଦ୍ ହୁସେନ ଦୁବାଇରେ କାମ କରୁଥିଲେ । ସେ ଅଗଷ୍ଟ ୨୦୨୧ରେ ଦୁବାଇରୁ ଭାରତ ଫେରି ଆସିଥିଲେ । ଶିବସାଗର ଏସପି ରାକେଶ ରୋଶନ କହିଛନ୍ତି କି ଆମେ ଓ୍ୱାଜିଦ୍ ହୁସେନଙ୍କୁ ତାଙ୍କ ଶଶ୍ୱର ଘରୁ ଗିରଫ କରିଛୁ । ତାଙ୍କ ପାଖରୁ ଆର୍ଜେଣ୍ଟିନାର କିମ୍ବଦନ୍ତି ଫୁଟବଲର ଡିଏଗୋ ମାରାଡୋନାଙ୍କ Hublot ଏଡିସନର ଘଣ୍ଟା ମଧ୍ୟ ଜବତ କରିଛୁ ବୋଲି କହିଛନ୍ତି ଶିବସାଗର ଏସପି ରାକେଶ ରୋଶନ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର