ଆମେ ସମସ୍ତଙ୍କୁ ମୁର୍ଖ ବନାଇପାରିବା, କିନ୍ତୁ ନିଜକୁ ନୁହଁ: ସିଜେଆଇ

The Sakala Picture
Published On

ମୁମ୍ବାଇ: ଆମେ ସମସ୍ତଙ୍କୁ ମୁର୍ଖ ବନାଇପାରିବା, କିନ୍ତୁ ନିଜକୁ ନୁହଁ। ଆଇନ ପେଶା ବଢ଼ିବ କି ଛିଡ଼ିବ ତାହା ନିଜର ସଚ୍ଚୋଟତା ଉପରେ ନିର୍ଭର କରୁଛି। ସଚ୍ଚୋଟତା ଆଇନ ପେସାର ମୁଖ୍ୟ ସ୍ତମ୍ଭ। ଏହା ଝଡ଼ ତୋଫାନରେ ଲୋପ ପାଇଯାଏ ନାହିଁ। ବିଚାରପତି ଏବଂ ଓକିଲଙ୍କ ଦ୍ବାରା ହେଉଥିବା ଛୋଟ ମୋଟ ସାଲିସ୍‌ ଏବଂ ଚୁକ୍ତି ଯୋଗୁଁ ସଚ୍ଚୋଟତା ଲୋପ ପାଇଥାଏ। ଆମେ ସମସ୍ତେ ବିବେକର ସହ ଶୟନ କରୁଛେ। ରବିବାର ନାଗପୁର ସ୍ଥିତ ମହାତ୍ମା ଗାନ୍ଧୀ […]

ମୁମ୍ବାଇ: ଆମେ ସମସ୍ତଙ୍କୁ ମୁର୍ଖ ବନାଇପାରିବା, କିନ୍ତୁ ନିଜକୁ ନୁହଁ। ଆଇନ ପେଶା ବଢ଼ିବ କି ଛିଡ଼ିବ ତାହା ନିଜର ସଚ୍ଚୋଟତା ଉପରେ ନିର୍ଭର କରୁଛି। ସଚ୍ଚୋଟତା ଆଇନ ପେସାର ମୁଖ୍ୟ ସ୍ତମ୍ଭ। ଏହା ଝଡ଼ ତୋଫାନରେ ଲୋପ ପାଇଯାଏ ନାହିଁ। ବିଚାରପତି ଏବଂ ଓକିଲଙ୍କ ଦ୍ବାରା ହେଉଥିବା ଛୋଟ ମୋଟ ସାଲିସ୍‌ ଏବଂ ଚୁକ୍ତି ଯୋଗୁଁ ସଚ୍ଚୋଟତା ଲୋପ ପାଇଥାଏ। ଆମେ ସମସ୍ତେ ବିବେକର ସହ ଶୟନ କରୁଛେ। ରବିବାର ନାଗପୁର ସ୍ଥିତ ମହାତ୍ମା ଗାନ୍ଧୀ ମିଶନ ବିଶ୍ବବିଦ୍ୟାଳୟରେ ବମ୍ବେ ହାଇକୋର୍ଟଙ୍କ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ଏହି ମନ୍ତବ୍ୟ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

ସେ କହିଛନ୍ତି ଯେ, ଆମେ ସମସ୍ତେ ବିବେକର ସହ ଶୋଉଛେ। ଏହା ପ୍ରତି ରାତିରେ ନିଜକୁ ପ୍ରଶ୍ନ ପଚାରି ଥାଏ। ସଚ୍ଚୋଟତାର ସହ ଜୀବିତ ରହିବା, ନଚେତ୍‌ ନିଜେ ନିଜକୁ ଧ୍ବଂସ କରିଦେବା। ବିଚାରପତିଙ୍କୁ ସମ୍ମାନ ଦେଲେ ଓକିଲଙ୍କୁ ସମ୍ମାନ ମିଳେ ଏବଂ ଓକିଲଙ୍କୁ ସମ୍ମାନ ଦେଲେ ବିଚାରପତିଙ୍କୁ ସମ୍ମାନ ମିଳିଥାଏ। ଏହା ସେତେବେଳ ହୋଇଥାଏ ଯେତେବେଳେ ଉଭୟେ ନିଜକୁ ନ୍ୟାୟ ଚକର ଗୋଟିଏ ଅଂଶ ବୋଲି ଭାବିଥାନ୍ତି।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

ନ୍ୟାୟପାଳିକାରେ ମହିଳାଙ୍କ ବିଷୟରେ ଆଲୋଚନା କରି ସିଜେଆଇ କହିଛନ୍ତି ଯେ ଏହା କେବଳ ମହିଳା ନୁହେଁ, ବରଂ ପୁରୁଷଙ୍କ ପ୍ରସଙ୍ଗ ମଧ୍ୟ। ଭାରତୀୟ ଆଇନ ପେସାକୁ ସମାନ ସୁଯୋଗ ଥିବା ପେସା ବନାଇବା ସବୁଠାରୁ ଆହ୍ବାନର ବିଷୟ। କାରଣ ଏବେକାର ଆଇନ ବ୍ୟବସ୍ଥାର ସରଞ୍ଚନା ୩୦ରୁ ୪୦ ବର୍ଷ ପରେ ପ୍ରତିଫଳିତ ହେବ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର