ଚାଷୀଙ୍କ ଉପରେ ଗାଡି ଚଢିଯାଉଥିବା ଭିଡିଓ ସେୟାର କରି ମୋଦୀ ଓ ଯୋଗୀ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ

The Sakala Picture
Published On

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡର ଆଉ ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଏଥିରେ ଗୋଟିଏ ଜିପ୍ ଆନ୍ଦୋଳନରତ ଚାଷୀଙ୍କ ଉପରେ ମାଡ଼ିଯାଉଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଭିଡିଓ । ଏହି ଭିଡିଓକୁ ବିରୋଧୀ ଦଳ ନେତାମାନେ ସେୟାର କରି କେନ୍ଦ୍ରର ମୋଦୀ ସରକାର ଓ ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। .@narendramodi जी आपकी सरकार ने बग़ैर किसी ऑर्डर और […]

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡର ଆଉ ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଏଥିରେ ଗୋଟିଏ ଜିପ୍ ଆନ୍ଦୋଳନରତ ଚାଷୀଙ୍କ ଉପରେ ମାଡ଼ିଯାଉଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଭିଡିଓ । ଏହି ଭିଡିଓକୁ ବିରୋଧୀ ଦଳ ନେତାମାନେ ସେୟାର କରି କେନ୍ଦ୍ରର ମୋଦୀ ସରକାର ଓ ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!


କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭିଡିଓଟିକୁ ସେୟାର କରି କ୍ୟାପସନରେ ସେ ଲେଖିଛନ୍ତି ଯେ, ମୋଦୀଜୀ ଆପଣଙ୍କର ସରକାର ମୋତେ ଗତ ୨୮ଘଣ୍ଟା ଧରି କୌଣସି ଆଦେଶ ଏବଂ ଏତଲା ବିନା ହେପାଜତରେ ରଖିଛନ୍ତି। ହେଲେ ଅନ୍ନଦାତାଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିବା ଏହି ବ୍ୟକ୍ତିଙ୍କୁ ଏପର୍ୟ୍ୟନ୍ତ ଗିରଫ କରାଯାଇ ନାହିଁ କାହିଁକି?


ଟୁଇଟ କରାଯାଇଥିବା ଅନ୍ୟ ଏକ ଭିଡିଓରେ ‌ସେ କହିଛନ୍ତି ଯେ, ମୁଁ ଶୁଣିଛି, ମୋଦୀଜୀ ଆପଣ ଆଜି ସ୍ବାଧୀନତାର ଅମୃତ ଉତ୍ସବ ପାଳନ ପାଇଁ ଲକ୍ଷ୍ନୌ ଆସୁଛନ୍ତି। ମୁଁ ଆପଣଙ୍କୁ ପଚାରିବାକୁ ଚାହୁଁଛି କି ଆପଣ ଏହି ଭିଡିଓ ଦେଖିଛନ୍ତି କି? ଏହା ପରେ ସେ ଅନ୍ୟ ଏକ ଫୋନରେ ଚାଷୀଙ୍କ ଉପରେ ଗାଡ଼ି ଚଢ଼ିଯାଉଥିବାର ଭିଡିଓ ଦେଖାଉଛନ୍ତି। ଭିଡିଓ ଦେଖାଇସାରିବା ପ‌ରେ ସେ ମୋଦୀଜୀଙ୍କୁ ପୁଣି ପ୍ରଶ୍ନ କରୁଛନ୍ତି ଯେ, କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ପାଇଁ ଏଭଳି କାଣ୍ଡ ଘଟାଇଥିବା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବରଖାସ୍ତ କାହିଁକି କରାଯାଇନାହିଁ? ତାଙ୍କ ପୁଅକୁ କାହିଁକି ଗିରଫ କରାଯାଇନାହିଁ? ମୋ ଭଳି ବିରୋଧୀ ନେତ୍ରୀଙ୍କୁ ଆପଣ କୌଣସି ଆଦେଶ ଏବଂ ଏତଲା ବିନା ହେପାଜତରେ ରଖିଛନ୍ତି। ହେଲେ ଦୋଷ କରିଥିବା ଲୋକକୁ କାହିଁକି ଗିରଫ କରାଯାଉନାହିଁ?


ସେହିପରି କଂଗ୍ରେସ ନେତା ଶ୍ରୀନିବାସ ବିୱି ମଧ୍ୟ ଏହି ଭିଡିଓକୁ ଶେୟାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ସେ ଲେଖିଛନ୍ତି, ନା ଏଥିରେ କୌଣସି କୃଷକ ଉପଦ୍ରବ କରୁଥିଲେ ନା ସେମାନେ ଗାଡି ଉପରକୁ ପଥର ଫିଙ୍ଗୁ ଥିଲେ । ହେଲେ ମନ୍ତ୍ରୀଙ୍କ ପୁଅ ପିତାଙ୍କ କଥା ପାଳନ କରୁଥିଲେ । ପଛରୁ ଗାଡି ମଡାଇ କୃଷକଙ୍କୁ ହତ୍ୟା କରୁଥିଲେ।


ସେହିଭଳି କେଜ୍ରିୱାଲ କହିଛନ୍ତି, ଏହି ଭିଡ଼ିଓ ଆଇନ ବ୍ୟବସ୍ଥାକୁ ଲଜ୍ଜିତ କଲା ଭଳି । ଯିଏ ବି ଦୋଷୀ ହୁଅନ୍ତୁ ନା କାହିଁକି ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯାଉ । ଯାହା ଫଳରେ ଚାଷୀଙ୍କୁ ନ୍ୟାୟ ମିଳିବ ।

ଅନ୍ୟପଟେ ବିଜେପି ସାଂସଦ ବରୁଣ ଗାନ୍ଧୀ ପ୍ରଦର୍ଶନ କରୁଥିବା ଚାଷୀଙ୍କ ଉପରେ ଗାଡି ଚଢାଇ ନିଆଯାଉଥିବାର ଭିଡିଓଟିକୁ ସେୟାର କରିଛନ୍ତି।  ଆଉ ଏହି ଭିଡ଼ିଓକୁ ନେଇ ଯୋଗୀ ସରକାରକୁ ଅଡୁଆରେ ପକାଇଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ । ଉକ୍ତ ଭିଡ଼ିଓରେ ଚାଷୀଙ୍କ ଉପରେ ଗାଡି ମଡାଇ ନେଉଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ବରୁଣ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର