ନିଆରା ବିବାହ: ବିନା ବର ଓ ପଣ୍ଡିତରେ ନିଜକୁ ନିଜେ ବାହା ହେଲେ ଗୁଜୁରାଟର କ୍ଷମା ବିନ୍ଦୁ

The Sakala Picture
Published On

ବରୋଦା: ଗୁଜୁରାଟର ବରୋଦାରେ ଦେଖିବାକୁ ମିଳିଛି ନିଆରା ବିବାହ। ବିନା ବରରେ ହୋଇଛି ବାହାଘର । ବିନା ବରରେ ନେଲେ ସାତ ଫେରା, ନିଜକୁ ନିଜେ ଲଗାଇଲେ ସିନ୍ଦୁର ଆଉ ନିଜ ପାଇଁ ନିଜେ ନେଲେ ବିବାହ ପ୍ରତିଜ୍ଞା । ନିକଟ ଅତୀତରେ ଚର୍ଚ୍ଚାରେ ଥିବା ଗୁଜୁରାଟର ୨୪ ବର୍ଷୀୟା କ୍ଷମା ବିନ୍ଦୁ ଆଜି ନିଜକୁ ସମସ୍ତ ରୀତିନୀତିରେ ବିବାହ କରିଛନ୍ତି । ଅନେକ ଦିନରୁ ଲାଇମଲାଇଟ୍ ରେ ଥିବା କ୍ଷମାଙ୍କ ଏପରି ବିବାହ ବିଷୟ ଯେକେହି […]

ବରୋଦା: ଗୁଜୁରାଟର ବରୋଦାରେ ଦେଖିବାକୁ ମିଳିଛି ନିଆରା ବିବାହ। ବିନା ବରରେ ହୋଇଛି ବାହାଘର । ବିନା ବରରେ ନେଲେ ସାତ ଫେରା, ନିଜକୁ ନିଜେ ଲଗାଇଲେ ସିନ୍ଦୁର ଆଉ ନିଜ ପାଇଁ ନିଜେ ନେଲେ ବିବାହ ପ୍ରତିଜ୍ଞା । ନିକଟ ଅତୀତରେ ଚର୍ଚ୍ଚାରେ ଥିବା ଗୁଜୁରାଟର ୨୪ ବର୍ଷୀୟା କ୍ଷମା ବିନ୍ଦୁ ଆଜି ନିଜକୁ ସମସ୍ତ ରୀତିନୀତିରେ ବିବାହ କରିଛନ୍ତି । ଅନେକ ଦିନରୁ ଲାଇମଲାଇଟ୍ ରେ ଥିବା କ୍ଷମାଙ୍କ ଏପରି ବିବାହ ବିଷୟ ଯେକେହି ବି ଶୁଣିଲେ , ଆଶ୍ଚର୍ଯ୍ୟ ହେବା ନିଶ୍ଚିତ । ଜୁନ୍ ୧୧ରେ ନିଜକୁ ନିଜେ ବିବାହ କରିବାକୁ ଘେଷଣା କରିଥିଲେ କ୍ଷମା କିନ୍ତୁ ବିବାଦରୁ ବଞ୍ଚିବା ପାଇଁ ଧାର୍ଯ୍ୟ ସମୟ ପୂର୍ବରୁ ନିଜକୁ ବିବାହ କରିଛନ୍ତି ।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

କ୍ଷମା ବିନ୍ଦୁ ଶେଷରେ ଆଜି ଏକ ସ୍ୱତନ୍ତ୍ର ଉତ୍ସବରେ ନିଜ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି | ବିବାହ ସମୟରେ ହଳଦୀ, ମେହେନ୍ଦୀ ଓ ଅନ୍ୟ ସବୁ ରୀତିନୀତି ହୋଇଥିଲା ​​| ବରୋଦାର ଗୋତ୍ରି ସ୍ଥିତ ତାଙ୍କ ଘରେ କ୍ଷମା ରୀତିନୀତି ଅନୁଯାୟୀ ବିବାହ କରିଥିଲେ | ତେବେ ଏହି ବିବାହରେ ନା ଥିଲେ ବର ନା ପଣ୍ଡିତ। ଏହି ବିବାହରେ କ୍ଷମାଙ୍କର କିଛି ଘନିଷ୍ଠ ବାନ୍ଧବୀ ଯୋଗ ଦେଇଥିଲେ |

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ପ୍ରଥମେ କ୍ଷମା ମନ୍ଦିରରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ଜଣେ ବିଜେପି ନେତାଙ୍କ ବିରୋଧ ପରେ ସେ ଘରେ ହିଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।ଏପରି ବିବାହ ସମ୍ପନ କରିବାକୁ କେହି ପଣ୍ଡିତ ରାଜି ନହେବାରୁ ସେ ନିଜେ ଡିଜିଟାଲ ମାଧ୍ୟମରେ ଟେପ୍ ରେ ମନ୍ତ୍ର ବଜାଇ ବିବାହ କରିଛନ୍ତି ।ବିବାହ ପରେ ହନିମୁନ୍ ପାଇଁ ଗେଆ ଯିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି । କ୍ଷମାଙ୍କ ନିଜକୁ ନିଜେ ବିବାହ କରିବାର ନିଷ୍ପତ୍ତିକୁ ତାଙ୍କ ପିତାମାତା ସମର୍ଥନ କରିବା ସହ ସୁଖୀ ଜୀବନ ପାଇଁ ଆଶିର୍ବାଦ ମଧ୍ୟ କରିଛନ୍ତି । ବିବାହ ପରେ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ସେ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର