କେନ୍ଦ୍ରରୁ ବିଜେପି କ୍ଷମତାଚ୍ୟୁତ ନହେବା ଯାଏଁ ‘ଖେଲୋ ହୋବେ’ : ମମତା ବାନାର୍ଜୀ

The Sakala Picture
Published On

କୋଲକାତା : ବଙ୍ଗରେ ବାଜି ମାରିବା ପରେ ଏବେ ଦେଶରେ ଦବଦବା ଜାହିର କରିବାକୁ ପ୍ରସ୍ତୁତ ହେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(ଟିଏମସି) ମୁଖ୍ୟ ମମତା ବାନାର୍ଜୀ । ମମତାଙ୍କ ଏହି ପ୍ରସ୍ତୁତିକୁ ୨୦୨୪ ରଣ ସହ ଯୋଡି ଦେଖାଯାଇପାରେ । ଜାତୀୟ ସ୍ତରରେ ସକ୍ରିୟ ରାଜନୀତିକୁ ଓହ୍ଲାଇବା ସହ ଭାରତୀୟ ଜନତା ପାର୍ଟିକୁ ସିଧା ଟକ୍କର ଦେବାକୁ ପ୍ରୟାସ କରୁଛନ୍ତି ଦିଦି । ବିଜେପି ଦେଶକୁ ଅନ୍ଧକାରକୁ ନେଇ ଯାଇଛି। କେନ୍ଦ୍ର କ୍ଷମତାରୁ ସରକାରଙ୍କୁ ବେଦଖଲ […]

କୋଲକାତା : ବଙ୍ଗରେ ବାଜି ମାରିବା ପରେ ଏବେ ଦେଶରେ ଦବଦବା ଜାହିର କରିବାକୁ ପ୍ରସ୍ତୁତ ହେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(ଟିଏମସି) ମୁଖ୍ୟ ମମତା ବାନାର୍ଜୀ । ମମତାଙ୍କ ଏହି ପ୍ରସ୍ତୁତିକୁ ୨୦୨୪ ରଣ ସହ ଯୋଡି ଦେଖାଯାଇପାରେ । ଜାତୀୟ ସ୍ତରରେ ସକ୍ରିୟ ରାଜନୀତିକୁ ଓହ୍ଲାଇବା ସହ ଭାରତୀୟ ଜନତା ପାର୍ଟିକୁ ସିଧା ଟକ୍କର ଦେବାକୁ ପ୍ରୟାସ କରୁଛନ୍ତି ଦିଦି । ବିଜେପି ଦେଶକୁ ଅନ୍ଧକାରକୁ ନେଇ ଯାଇଛି। କେନ୍ଦ୍ର କ୍ଷମତାରୁ ସରକାରଙ୍କୁ ବେଦଖଲ କରିବା ପର୍ୟ୍ୟନ୍ତ ‘ଖେଲା ହୋବେ’। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(ଟିଏମସି) ମୁଖ୍ୟ ମମତା ବାନାର୍ଜୀ ବୁଧବାର ଶହିଦ ଦିବସ ପାଳନ ଅବସରରେ ଏହି ଆହ୍ୱାନ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ମମତା ବାନାର୍ଜୀ ବୁଧବାର (ଜୁଲାଇ ୨୧) ଶହୀଦ ଦିବସ ପାଳନ କରିଛନ୍ତି। ଏଥର ଶହୀଦ ଦିବସରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଥିଲା। ଏହା ପ୍ରଥମ ଥର ଥିଲା ଯେ ମମତା ବାନାର୍ଜୀଙ୍କ ଭାଷଣ ଜୁଲାଇ ୨୧ରେ ରାଜ୍ୟ ସୀମା ବାହାରେ ଥିବା ଅନ୍ୟ ରାଜ୍ୟକୁ ପ୍ରସାରିତ ହୋଇଥିଲା। ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ଗୁଜୁରାଟର ପାର୍ଟି ମୁଖ୍ୟାଳୟ ବାହାରେ ଏଲଇଡି ଟିଭିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଷଣ ଶୁଣିବାକୁ ମିଳିଥିଲା। ଦିଲ୍ଲୀ କାର୍ୟ୍ୟକ୍ରମରେ ଅନ୍ୟ ରାଜନୈତିକ ଦଳଗୁଡ଼ିକର ନେତାମାନଙ୍କୁ ବି ଦେଖିବାକୁ ମିଳିଥିଲା।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

ଦଳୀୟ କାର୍ୟ୍ୟକ୍ରମକୁ ସମ୍ବୋଧିତ କରି ବେଙ୍ଗଲ ଜନତା ଧନବଳକୁ ବେଖାତିର କରି ମା,ମାଟି ଓ ମଣିଷକୁ ବାଛିଛନ୍ତି। ବିଜେପି ଏବେ ଏକଛତ୍ରବାଦକୁ ଓହ୍ଲାଇ ଆସିଛି। ତ୍ରିପୁରାରେ ଆମ କାର୍ୟ୍ୟକ୍ରମକୁ ରୋକାଗଲା ଏହା କଣ ଗଣତନ୍ତ୍ର ବୋଲି ମମତା ପ୍ରଶ୍ନ କରିଛନ୍ତି। ଦେଶ ସଂସ୍ଥାଗୁଡିକ ବିଜେପି ନଷ୍ଟ କରିବାରେ ଲାଗିଛି। ଏବେ ମୋଦି ସରକାରକୁ ପ୍ଲାଷ୍ଟର କରାଯିବା ଜରୁରି ଯାହାର କାମ ଆମେ ଆରମ୍ଭ କରିଦେଇଛେ ବୋଲି ମମତା କହିଛନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

ମମତା କହିଛନ୍ତି ଯେ ବିଜେପି ଏକଛତ୍ରବାଦୀ ଶାସନ ଚଳାଉଛି। ତ୍ରିପୁରାରେ ଆମର କାର୍ୟ୍ୟକ୍ରମ ବନ୍ଦ ହୋଇଯାଇଛି। ଏହା ଏକ ଗଣତନ୍ତ୍ର କି? ସେମାନେ ଦେଶର ଅନୁଷ୍ଠାନଗୁଡ଼ିକୁ ନଷ୍ଟ କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ କରୋନାର ଦ୍ୱିତୀୟ ଓ୍ବେଭରେ ଦେଶରେ ଗଙ୍ଗା ନଦୀରେ ମୃତଦେହ ଭାସୁଥିବା ଦେଖାଯାଇଛି। ଅମ୍ଳଜାନ ଅଭାବରୁ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ସରକାର କହିଛନ୍ତି ଯେ ଅମ୍ଳଜାନ ଅଭାବରୁ କେହି ମରୁନାହାନ୍ତି। ବିଜେପିକୁ କ୍ଷମତାଚ୍ୟୁତ ନ କରିବା ଯାଏଁ ଖେଳ ହେବ ବୋଲି ମମତା କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର