କେରଳରେ ପୁଣି ବ୍ୟାପୁଛି ନିପା ଭୂତାଣୁ, ଜଣେ ୧୪ ବର୍ଷୀୟ ବାଳକ ସଂକ୍ରମିତ

The Sakala Picture
Published On

ତିରୁଅନନ୍ତପୁରମ: କେରଳରେ ପୁଣି ନିପା ଭାଇରସ୍ ଆତଙ୍କ । ମଲ୍ଲାପୁରମରୁ ନିପା ଭୂତାଣୁ ମାମଲା ସାମ୍ନାକୁ ଆସିଛି। ୧୪ ବର୍ଷୀୟ ବାଳକ ଏହି ଭୂତାଣରେ ସଂକ୍ରମିତ ହୋଇଛନ୍ତି। ଏକ ଡାକ୍ତରଖାନାରେ ତାଙ୍କ ଚିକିତ୍ସା ଚାଲିଛି। ତାଙ୍କ ନମୁନାକୁ ପୁନେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜି (ଏନ୍‌ଆଇଭି)କୁ ପଠାଇ ଦିଆଯାଇଛି। ଏହି ମାମଲା ସାମ୍ନାକୁ ଆସିବା ପରେ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରି ଭୂତାଣୁ ନିୟନ୍ତ୍ରଣ ନେଇ ଲୋକମାନଙ୍କୁ ସ୍ବାସ୍ଥ୍ୟ ମର୍ଗଦର୍ଶିକା […]

ତିରୁଅନନ୍ତପୁରମ: କେରଳରେ ପୁଣି ନିପା ଭାଇରସ୍ ଆତଙ୍କ । ମଲ୍ଲାପୁରମରୁ ନିପା ଭୂତାଣୁ ମାମଲା ସାମ୍ନାକୁ ଆସିଛି। ୧୪ ବର୍ଷୀୟ ବାଳକ ଏହି ଭୂତାଣରେ ସଂକ୍ରମିତ ହୋଇଛନ୍ତି। ଏକ ଡାକ୍ତରଖାନାରେ ତାଙ୍କ ଚିକିତ୍ସା ଚାଲିଛି। ତାଙ୍କ ନମୁନାକୁ ପୁନେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜି (ଏନ୍‌ଆଇଭି)କୁ ପଠାଇ ଦିଆଯାଇଛି। ଏହି ମାମଲା ସାମ୍ନାକୁ ଆସିବା ପରେ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରି ଭୂତାଣୁ ନିୟନ୍ତ୍ରଣ ନେଇ ଲୋକମାନଙ୍କୁ ସ୍ବାସ୍ଥ୍ୟ ମର୍ଗଦର୍ଶିକା ପାଳନ କରିବାକୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଶେଷ ହେଉଛି ଆମେରିକା-ଇରାନ ଅସ୍ତ୍ରବିରତି ଅବଧି: ପୁଣି ଯୁଦ୍ଧ ଆରମ୍ଭ ହେବ ନା ଆଲୋଚନାକୁ ଆସିବ ଇରାନ?

ସେପଟେ ଏହି ଭାଇରସ ଚିହ୍ନଟ ପରେ ମାଲାପୁରମବାସୀଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି ପ୍ରଶାସନ । ଯେଉଁଠି ଭାଇରସ୍ ଚିହ୍ନଟ ହୋଇଛି, ତାର ୩ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ କଟକଣ ଲଗାଇବାକୁ ନିଷ୍ପତ୍ତି ହୋଇଛି । ବାଦୁଡ଼ିଙ୍କ ଆବାସ ସ୍ଥଳୀ ନଷ୍ଟ ନକରିବାକୁ ପରାମର୍ଶ ଦେଇଛନ୍ତି କେରଳ ସ୍ବାସ୍ଥ୍ୟ ମନ୍ତ୍ରୀ । ସେହିଭଳି ପକ୍ଷୀ ଖଣ୍ଡିଆ କରିଥିବା କୌଣସି ଫଳ ନଖାଇବାକୁ ପରାମର୍ଶ ଦିଆଯାଇଛି । ଏହି ଭାଇରସ ପ୍ରାଣୀଙ୍କ ଠାରୁ ମଣିଷକୁ ସଂକ୍ରମିତ ହୋଇଥାଏ । ୨୦୧୮ରେ କେରଳରେ ୧୭ ଜଣଙ୍କ ଜୀବନ ନେଇଥିଲା ନିପା ଭାଇରସ ।

ଆହୁରି ପଢ଼ନ୍ତୁ: ୟୁଟ୍ୟୁବର ଅରୁଣ ପନୱାରଙ୍କୁ ଶ୍ୱଶୁର ଘରୁ ମିଳିଲା ୭୧ ଲକ୍ଷ ଟଙ୍କା ଓ ୨୧ ତୋଳା ସୁନା: ଯୌତୁକ ନା ଦାନ, ଜାଣନ୍ତୁ ପୂରା ବିବାଦ

21 Jul 2024 By The Sakala

କେରଳରେ ପୁଣି ବ୍ୟାପୁଛି ନିପା ଭୂତାଣୁ, ଜଣେ ୧୪ ବର୍ଷୀୟ ବାଳକ ସଂକ୍ରମିତ

ତିରୁଅନନ୍ତପୁରମ: କେରଳରେ ପୁଣି ନିପା ଭାଇରସ୍ ଆତଙ୍କ । ମଲ୍ଲାପୁରମରୁ ନିପା ଭୂତାଣୁ ମାମଲା ସାମ୍ନାକୁ ଆସିଛି। ୧୪ ବର୍ଷୀୟ ବାଳକ ଏହି ଭୂତାଣରେ ସଂକ୍ରମିତ ହୋଇଛନ୍ତି। ଏକ ଡାକ୍ତରଖାନାରେ ତାଙ୍କ ଚିକିତ୍ସା ଚାଲିଛି। ତାଙ୍କ ନମୁନାକୁ ପୁନେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜି (ଏନ୍‌ଆଇଭି)କୁ ପଠାଇ ଦିଆଯାଇଛି। ଏହି ମାମଲା ସାମ୍ନାକୁ ଆସିବା ପରେ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରି ଭୂତାଣୁ ନିୟନ୍ତ୍ରଣ ନେଇ ଲୋକମାନଙ୍କୁ ସ୍ବାସ୍ଥ୍ୟ ମର୍ଗଦର୍ଶିକା ପାଳନ କରିବାକୁ କହିଛନ୍ତି।

ସେପଟେ ଏହି ଭାଇରସ ଚିହ୍ନଟ ପରେ ମାଲାପୁରମବାସୀଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି ପ୍ରଶାସନ । ଯେଉଁଠି ଭାଇରସ୍ ଚିହ୍ନଟ ହୋଇଛି, ତାର ୩ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ କଟକଣ ଲଗାଇବାକୁ ନିଷ୍ପତ୍ତି ହୋଇଛି । ବାଦୁଡ଼ିଙ୍କ ଆବାସ ସ୍ଥଳୀ ନଷ୍ଟ ନକରିବାକୁ ପରାମର୍ଶ ଦେଇଛନ୍ତି କେରଳ ସ୍ବାସ୍ଥ୍ୟ ମନ୍ତ୍ରୀ । ସେହିଭଳି ପକ୍ଷୀ ଖଣ୍ଡିଆ କରିଥିବା କୌଣସି ଫଳ ନଖାଇବାକୁ ପରାମର୍ଶ ଦିଆଯାଇଛି । ଏହି ଭାଇରସ ପ୍ରାଣୀଙ୍କ ଠାରୁ ମଣିଷକୁ ସଂକ୍ରମିତ ହୋଇଥାଏ । ୨୦୧୮ରେ କେରଳରେ ୧୭ ଜଣଙ୍କ ଜୀବନ ନେଇଥିଲା ନିପା ଭାଇରସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର