ପୂର୍ବତନ ସାଂସଦଙ୍କ ବିବାଦୀୟ ବୟାନ, କହିଲେ ରାହୁଲ ଗାନ୍ଧୀଙ୍କଠୁ ଦୂରେଇ ରୁହନ୍ତୁ ଯୁବତୀ, କାହିଁକି ନା ସେ ଅବିବାହିତ

The Sakala Picture
Published On

ଥିରୁଅନନ୍ତପୁରମ : କେରଳରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଛି। ନିର୍ବାଚନ ସମୟରେ ନେତାମାନଙ୍କ ମଧ୍ୟରେ ସାଧାରଣତଃ ବାକ୍‌ ଯୁଦ୍ଧ ଲାଗି ରହିଥାଏ। ପରସ୍ପର ପରସ୍ପର ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥାଆନ୍ତି। ଏହାରି ଭିତରେ ନେତାଙ୍କ ମୁହଁରୁ ବିଭିନ୍ନ ଆପତ୍ତିଜନକ ବୟାନ ମଧ୍ୟ ସାମ୍ନାକୁ ଆସିଥାଏ। ଏହି ସମୟରେ କେରଳର ଜଣେ ପୂର୍ବତନ ସାଂସଦ କଂଗ୍ରେସ ନେତା ତଥା ଓ୍ୱାଏନଡ ସାଂସଦ ରାହୁଲ ଗାନ୍ଧୀଙ୍କୁ ଆକ୍ଷେପ କରି ବିବାଦୀୟ ମନ୍ତବ୍ୟ ରଖିଛନ୍ତି।  କେରଳର ଇଦୁକୀର ପୂର୍ବତନ ସାଂସଦ […]

ଥିରୁଅନନ୍ତପୁରମ : କେରଳରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଛି। ନିର୍ବାଚନ ସମୟରେ ନେତାମାନଙ୍କ ମଧ୍ୟରେ ସାଧାରଣତଃ ବାକ୍‌ ଯୁଦ୍ଧ ଲାଗି ରହିଥାଏ। ପରସ୍ପର ପରସ୍ପର ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥାଆନ୍ତି। ଏହାରି ଭିତରେ ନେତାଙ୍କ ମୁହଁରୁ ବିଭିନ୍ନ ଆପତ୍ତିଜନକ ବୟାନ ମଧ୍ୟ ସାମ୍ନାକୁ ଆସିଥାଏ। ଏହି ସମୟରେ କେରଳର ଜଣେ ପୂର୍ବତନ ସାଂସଦ କଂଗ୍ରେସ ନେତା ତଥା ଓ୍ୱାଏନଡ ସାଂସଦ ରାହୁଲ ଗାନ୍ଧୀଙ୍କୁ ଆକ୍ଷେପ କରି ବିବାଦୀୟ ମନ୍ତବ୍ୟ ରଖିଛନ୍ତି।  କେରଳର ଇଦୁକୀର ପୂର୍ବତନ ସାଂସଦ ଜୋୟସେ ଜର୍ଜ କହିଛନ୍ତି କି, ରାହୁଲ କେବଳ ମହିଳା କଲେଜ ଯାଇଥାଆନ୍ତି।

ଆହୁରି ପଢ଼ନ୍ତୁ: ଇରାନ ବିରୋଧରେ ଯୁଦ୍ଧ ମଇଦାନକୁ ଓହ୍ଲାଇଲା ଇସ୍ରାଏଲର ନୌସେନା, ଭୂମଧ୍ୟସାଗରରୁ ମାଡ଼ ହେଉଛି ମିସାଇଲ

ସିପିଆଇଏମ ନେତା ତଥା ପୂର୍ବତନ ସାଂସଦ ଜୋୟସେ ଜର୍ଜ ମଙ୍ଗଳବାର ଦଳୀୟ ରାଲିରେ ଯୋଗଦେଇ କହିଛନ୍ତି, “ଝିଅ ମାନେ ସାବଧାନ ରହିବା ଦରକାର। ରାହୁଲ୍ ଗାନ୍ଧୀ ବିବାହ କରି ନାହାନ୍ତି। ରାହୁଲ ଗାନ୍ଧୀଙ୍କର କାର୍ଯ୍ୟକ୍ରମ ସବୁବେଳେ ‘ମହିଳା କଲେଜ’ରେ ସ୍ଥିର ହେଉଛି। ସେ କଲେଜ ଯାଇ ଝିଅ ମାନଙ୍କୁ ବେଣ୍ଡ ଡାଉନ ହେବାକୁ ପ୍ରଶିକ୍ଷଣ ଦେଉଛନ୍ତି। ଝିଅ ମାନେ ରାହୁଲଙ୍କ ସାମ୍ନାରେ ବେଣ୍ଡ ଡାଉନ ହେବା ଠିକ୍ ନୁହେଁ। ସେ ବିବାହିତ ନୁହନ୍ତି”।   ଅନ୍ୟପକ୍ଷରେ କେରଳ କଂଗ୍ରେସ ଏଭଳି ବୟାନକୁ କଡ଼ା ନିନ୍ଦା କରିଛି। ଏଥିସହ ଦଳ କହିଛି କି, ରାଜ୍ୟରେ ସିପିଆଇଏମ ନିର୍ବାଚନରେ ପରାଜୟ ଭୟରେ ଏଭଳି ଅଶୋଭନୀୟ ମନ୍ତବ୍ୟ ଜୋୟସେ ଜର୍ଜ ଦେଉଛନ୍ତି ।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

ଜୋଏସ୍ ଜଜଙ୍କ ଏହି ବୟାନକୁ ନିନ୍ଦା କରିଛନ୍ତି କେରଳର କଂଗ୍ରେସ ନେତା ରମେଶ ଚେନ୍ନିଥଲା । ତାଙ୍କ ମତରେ ଏଭଳି କମେଣ୍ଟ ଦେଇ କେବଳ ରାହୁଲ ଗାନ୍ଧୀ ନୁହଁନ୍ତି ବରଂ ମହିଳାଙ୍କର ମଧ୍ୟ ଅପମାନ କରାଯାଇଛି । ଏହା ସହିତ ଜଜଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ସେ କହିଛନ୍ତି । ତେବେ କେବଳ ରମେଶ ଚନ୍ନିଥଲା ନୁହଁନ୍ତି ବରଂ ଇଦୁକୀରୁ କଂଗ୍ରେସ ସାଂସଦ ଡିଜ୍ କୁରିଆକୋସେ ମଧ୍ୟ ଜଜଙ୍କ ଏହି ବୟାନକୁ ଘୋର ନିନ୍ଦା କରିଛନ୍ତି ।

ସୂଚନାଯୋଗ୍ୟ, ନିକଟରେ ରାହୁଲ ଗାନ୍ଧୀ ନିର୍ବାଚନ ପ୍ରଚାର କରିବାକୁ ଯାଇ ସେଣ୍ଟ ତେରେସା କଲେଜ ଯାଇଥିଲେ। କୋଚିରେ ଥିବା ଏହି କଲେଜକୁ ଯାଇ ରାହୁଲ ଝିଅ ମାନଙ୍କୁ ଆତ୍ମ ସୁରକ୍ଷାର କୌଶଳ ବାବଦରେ କହିଥିଲେ। ଏମିତିକି ଛାତ୍ରୀଙ୍କ ଅନୁରୋଧ କ୍ରମେ ରାହୁଲ ଆତ୍ମରକ୍ଷାର କୌଶଳ ବାବଦରେ କହିଥିଲେ। ଏହାପରେ ଜୋୟସେ ଜର୍ଜ ଏଭଳି ବିବାଦୀୟ ମନ୍ତବ୍ୟ ରଖିଛନ୍ତି। ଆଉ ବିବାଦ ବଢ଼ିବା ପରେ ଶେଷରେ ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି କେରଳର ଏହି ପୂର୍ବତନ ସାଂସଦ।

30 Mar 2021 By The Sakala

ପୂର୍ବତନ ସାଂସଦଙ୍କ ବିବାଦୀୟ ବୟାନ, କହିଲେ ରାହୁଲ ଗାନ୍ଧୀଙ୍କଠୁ ଦୂରେଇ ରୁହନ୍ତୁ ଯୁବତୀ, କାହିଁକି ନା ସେ ଅବିବାହିତ

ଥିରୁଅନନ୍ତପୁରମ : କେରଳରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଛି। ନିର୍ବାଚନ ସମୟରେ ନେତାମାନଙ୍କ ମଧ୍ୟରେ ସାଧାରଣତଃ ବାକ୍‌ ଯୁଦ୍ଧ ଲାଗି ରହିଥାଏ। ପରସ୍ପର ପରସ୍ପର ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥାଆନ୍ତି। ଏହାରି ଭିତରେ ନେତାଙ୍କ ମୁହଁରୁ ବିଭିନ୍ନ ଆପତ୍ତିଜନକ ବୟାନ ମଧ୍ୟ ସାମ୍ନାକୁ ଆସିଥାଏ। ଏହି ସମୟରେ କେରଳର ଜଣେ ପୂର୍ବତନ ସାଂସଦ କଂଗ୍ରେସ ନେତା ତଥା ଓ୍ୱାଏନଡ ସାଂସଦ ରାହୁଲ ଗାନ୍ଧୀଙ୍କୁ ଆକ୍ଷେପ କରି ବିବାଦୀୟ ମନ୍ତବ୍ୟ ରଖିଛନ୍ତି।  କେରଳର ଇଦୁକୀର ପୂର୍ବତନ ସାଂସଦ ଜୋୟସେ ଜର୍ଜ କହିଛନ୍ତି କି, ରାହୁଲ କେବଳ ମହିଳା କଲେଜ ଯାଇଥାଆନ୍ତି।

ସିପିଆଇଏମ ନେତା ତଥା ପୂର୍ବତନ ସାଂସଦ ଜୋୟସେ ଜର୍ଜ ମଙ୍ଗଳବାର ଦଳୀୟ ରାଲିରେ ଯୋଗଦେଇ କହିଛନ୍ତି, “ଝିଅ ମାନେ ସାବଧାନ ରହିବା ଦରକାର। ରାହୁଲ୍ ଗାନ୍ଧୀ ବିବାହ କରି ନାହାନ୍ତି। ରାହୁଲ ଗାନ୍ଧୀଙ୍କର କାର୍ଯ୍ୟକ୍ରମ ସବୁବେଳେ ‘ମହିଳା କଲେଜ’ରେ ସ୍ଥିର ହେଉଛି। ସେ କଲେଜ ଯାଇ ଝିଅ ମାନଙ୍କୁ ବେଣ୍ଡ ଡାଉନ ହେବାକୁ ପ୍ରଶିକ୍ଷଣ ଦେଉଛନ୍ତି। ଝିଅ ମାନେ ରାହୁଲଙ୍କ ସାମ୍ନାରେ ବେଣ୍ଡ ଡାଉନ ହେବା ଠିକ୍ ନୁହେଁ। ସେ ବିବାହିତ ନୁହନ୍ତି”।   ଅନ୍ୟପକ୍ଷରେ କେରଳ କଂଗ୍ରେସ ଏଭଳି ବୟାନକୁ କଡ଼ା ନିନ୍ଦା କରିଛି। ଏଥିସହ ଦଳ କହିଛି କି, ରାଜ୍ୟରେ ସିପିଆଇଏମ ନିର୍ବାଚନରେ ପରାଜୟ ଭୟରେ ଏଭଳି ଅଶୋଭନୀୟ ମନ୍ତବ୍ୟ ଜୋୟସେ ଜର୍ଜ ଦେଉଛନ୍ତି ।

ଜୋଏସ୍ ଜଜଙ୍କ ଏହି ବୟାନକୁ ନିନ୍ଦା କରିଛନ୍ତି କେରଳର କଂଗ୍ରେସ ନେତା ରମେଶ ଚେନ୍ନିଥଲା । ତାଙ୍କ ମତରେ ଏଭଳି କମେଣ୍ଟ ଦେଇ କେବଳ ରାହୁଲ ଗାନ୍ଧୀ ନୁହଁନ୍ତି ବରଂ ମହିଳାଙ୍କର ମଧ୍ୟ ଅପମାନ କରାଯାଇଛି । ଏହା ସହିତ ଜଜଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ସେ କହିଛନ୍ତି । ତେବେ କେବଳ ରମେଶ ଚନ୍ନିଥଲା ନୁହଁନ୍ତି ବରଂ ଇଦୁକୀରୁ କଂଗ୍ରେସ ସାଂସଦ ଡିଜ୍ କୁରିଆକୋସେ ମଧ୍ୟ ଜଜଙ୍କ ଏହି ବୟାନକୁ ଘୋର ନିନ୍ଦା କରିଛନ୍ତି ।

ସୂଚନାଯୋଗ୍ୟ, ନିକଟରେ ରାହୁଲ ଗାନ୍ଧୀ ନିର୍ବାଚନ ପ୍ରଚାର କରିବାକୁ ଯାଇ ସେଣ୍ଟ ତେରେସା କଲେଜ ଯାଇଥିଲେ। କୋଚିରେ ଥିବା ଏହି କଲେଜକୁ ଯାଇ ରାହୁଲ ଝିଅ ମାନଙ୍କୁ ଆତ୍ମ ସୁରକ୍ଷାର କୌଶଳ ବାବଦରେ କହିଥିଲେ। ଏମିତିକି ଛାତ୍ରୀଙ୍କ ଅନୁରୋଧ କ୍ରମେ ରାହୁଲ ଆତ୍ମରକ୍ଷାର କୌଶଳ ବାବଦରେ କହିଥିଲେ। ଏହାପରେ ଜୋୟସେ ଜର୍ଜ ଏଭଳି ବିବାଦୀୟ ମନ୍ତବ୍ୟ ରଖିଛନ୍ତି। ଆଉ ବିବାଦ ବଢ଼ିବା ପରେ ଶେଷରେ ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି କେରଳର ଏହି ପୂର୍ବତନ ସାଂସଦ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର