ସମାଜବାଦୀ ପାର୍ଟି ସମର୍ଥନରେ ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ କପିଲ ଶିବଲ

The Sakala Picture
Published On

ନୂଆଦିଲ୍ଲୀ: କଂଗ୍ରେସକୁ ବଡ ଝଟ୍‌କା। କଂଗ୍ରେସର ପୂର୍ବତନ ବରିଷ୍ଠ ନେତା ତଥା ଆଇନଜୀବୀ କପିଲ ଶିବଲ ଆଜି ସମାଜବାଦୀ ପାର୍ଟିରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି। ସେ ସମାଜବାଦୀ ପାର୍ଟିରୁ ରାଜ୍ୟସଭା ଟିକେଟ୍‌ ପାଇଛନ୍ତି। ସେ ସ୍ୱାଧୀନ ଭାବରେ ରାଜ୍ୟସଭା ପାଇଁ ମନୋନୀତ ହୋଇଛନ୍ତି। କପିଲ ଶିବଲ ଆଜି ଲକ୍ଷ୍ନୌରେ ପହଞ୍ଚି ସମାଜବାଦୀ ପାର୍ଟି ମୁଖ୍ୟ ଅଫିସକୁ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ସାପା ମୁଖ୍ୟ ଅଖିଲେଶ ଯାଦବଙ୍କୁ ଭେଟିଥିଲେ। ଏହାପରେ ଉଭୟ ଗୋଟିଏ କାର୍‌ରେ […]

ନୂଆଦିଲ୍ଲୀ: କଂଗ୍ରେସକୁ ବଡ ଝଟ୍‌କା। କଂଗ୍ରେସର ପୂର୍ବତନ ବରିଷ୍ଠ ନେତା ତଥା ଆଇନଜୀବୀ କପିଲ ଶିବଲ ଆଜି ସମାଜବାଦୀ ପାର୍ଟିରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି। ସେ ସମାଜବାଦୀ ପାର୍ଟିରୁ ରାଜ୍ୟସଭା ଟିକେଟ୍‌ ପାଇଛନ୍ତି। ସେ ସ୍ୱାଧୀନ ଭାବରେ ରାଜ୍ୟସଭା ପାଇଁ ମନୋନୀତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜସ୍ଥାନର ବାଡମେରରେ ଚାଞ୍ଚଲ୍ୟ: ଡାକ୍ତରଙ୍କୁ ବ୍ଲାକମେଲ୍ କରି ୨ କୋଟି ଟଙ୍କା ଲୁଟିଲା ନର୍ସ

କପିଲ ଶିବଲ ଆଜି ଲକ୍ଷ୍ନୌରେ ପହଞ୍ଚି ସମାଜବାଦୀ ପାର୍ଟି ମୁଖ୍ୟ ଅଫିସକୁ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ସାପା ମୁଖ୍ୟ ଅଖିଲେଶ ଯାଦବଙ୍କୁ ଭେଟିଥିଲେ। ଏହାପରେ ଉଭୟ ଗୋଟିଏ କାର୍‌ରେ ବସି ବିଧାନସଭା ପହଞ୍ଚିଥିଲେ। ବର୍ତ୍ତମାନ ଯାଏଁ କଂଗ୍ରେସ ଦଳରେ ଥିବା ଶିବଲ ସମାଜବାଦୀ ପାର୍ଟିରୁ ଉତ୍ତର ପ୍ରଦେଶରୁ ରାଜ୍ୟସଭା ପାଇଁ ନାମାଙ୍କନ ଭରିଛନ୍ତି। ଏହାପରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିବା ନେଇ ଖୁଲାସା କରିଛନ୍ତି।

ଆହୁରି ପଢ଼ନ୍ତୁ: ସୋନମ ରଘୁବଂଶୀଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା: ଜାମିନ ଖାରଜ, ୩ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ

ନାମାଙ୍କନ ଭରିବା ପରେ କପିଲ ଶିବଲ କହିଛନ୍ତି ଯେ, ‘ମୁଁ ମେ ୧୬ରେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲି। ମୁଁ ଆଉ କଂଗ୍ରେସ ନେତା ନୁହେଁ। ଗତଥର ମଧ୍ୟ ମୁଁ ୟୁପିରୁ ରାଜ୍ୟସଭାକୁ ଯାଇଥିଲି।  ସଂସଦରେ ଏକ ସ୍ୱତନ୍ତ୍ର ସ୍ୱର ରହିବା ଜରୁରୀ ବୋଲି ସେ କହିଛନ୍ତି। ମୋଦୀ ସରକାର ବିରୋଧରେ ସେମାନେ ଏକ ମେଣ୍ଟ ଗଠନ କରିବାକୁ ଚାହୁଁଛନ୍ତି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ସୋସିଆଲ୍ ମିଡିଆରେ କୋର୍ଟ ପ୍ରୋସିଡିଙ୍ଗସ୍ ଭିଡିଓର ବ୍ୟବହାର ଓ ମୋନେଟାଇଜେସନ୍ ଉପରେ ରୋକ୍

ସୂଚନାଯୋଗ୍ୟ ଯେ, ୧୧ ଆସନରେ ୩୧ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରାଯାଇପାରିବ। ଜୁନ୍ ୧ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଏବଂ ୩ ତାରିଖ ସୁଦ୍ଧା ଏହାକୁ ପ୍ରତ୍ୟାହାର କରିହେବ। ଜୁନ୍ ୧୦ ସକାଳ ୯ଟାରେ ନିର୍ବାଚନ ହୋଇ ସନ୍ଧ୍ୟା ୫ଟାରେ ଭୋଟ ଗଣିତ ହେବ।

25 May 2022 By The Sakala

ସମାଜବାଦୀ ପାର୍ଟି ସମର୍ଥନରେ ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ କପିଲ ଶିବଲ

ନୂଆଦିଲ୍ଲୀ: କଂଗ୍ରେସକୁ ବଡ ଝଟ୍‌କା। କଂଗ୍ରେସର ପୂର୍ବତନ ବରିଷ୍ଠ ନେତା ତଥା ଆଇନଜୀବୀ କପିଲ ଶିବଲ ଆଜି ସମାଜବାଦୀ ପାର୍ଟିରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି। ସେ ସମାଜବାଦୀ ପାର୍ଟିରୁ ରାଜ୍ୟସଭା ଟିକେଟ୍‌ ପାଇଛନ୍ତି। ସେ ସ୍ୱାଧୀନ ଭାବରେ ରାଜ୍ୟସଭା ପାଇଁ ମନୋନୀତ ହୋଇଛନ୍ତି।

କପିଲ ଶିବଲ ଆଜି ଲକ୍ଷ୍ନୌରେ ପହଞ୍ଚି ସମାଜବାଦୀ ପାର୍ଟି ମୁଖ୍ୟ ଅଫିସକୁ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ସାପା ମୁଖ୍ୟ ଅଖିଲେଶ ଯାଦବଙ୍କୁ ଭେଟିଥିଲେ। ଏହାପରେ ଉଭୟ ଗୋଟିଏ କାର୍‌ରେ ବସି ବିଧାନସଭା ପହଞ୍ଚିଥିଲେ। ବର୍ତ୍ତମାନ ଯାଏଁ କଂଗ୍ରେସ ଦଳରେ ଥିବା ଶିବଲ ସମାଜବାଦୀ ପାର୍ଟିରୁ ଉତ୍ତର ପ୍ରଦେଶରୁ ରାଜ୍ୟସଭା ପାଇଁ ନାମାଙ୍କନ ଭରିଛନ୍ତି। ଏହାପରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିବା ନେଇ ଖୁଲାସା କରିଛନ୍ତି।

ନାମାଙ୍କନ ଭରିବା ପରେ କପିଲ ଶିବଲ କହିଛନ୍ତି ଯେ, ‘ମୁଁ ମେ ୧୬ରେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲି। ମୁଁ ଆଉ କଂଗ୍ରେସ ନେତା ନୁହେଁ। ଗତଥର ମଧ୍ୟ ମୁଁ ୟୁପିରୁ ରାଜ୍ୟସଭାକୁ ଯାଇଥିଲି।  ସଂସଦରେ ଏକ ସ୍ୱତନ୍ତ୍ର ସ୍ୱର ରହିବା ଜରୁରୀ ବୋଲି ସେ କହିଛନ୍ତି। ମୋଦୀ ସରକାର ବିରୋଧରେ ସେମାନେ ଏକ ମେଣ୍ଟ ଗଠନ କରିବାକୁ ଚାହୁଁଛନ୍ତି।

ସୂଚନାଯୋଗ୍ୟ ଯେ, ୧୧ ଆସନରେ ୩୧ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରାଯାଇପାରିବ। ଜୁନ୍ ୧ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଏବଂ ୩ ତାରିଖ ସୁଦ୍ଧା ଏହାକୁ ପ୍ରତ୍ୟାହାର କରିହେବ। ଜୁନ୍ ୧୦ ସକାଳ ୯ଟାରେ ନିର୍ବାଚନ ହୋଇ ସନ୍ଧ୍ୟା ୫ଟାରେ ଭୋଟ ଗଣିତ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର