ଲଞ୍ଚ୍ ହେଲା ଭାରତର ପ୍ରଥମ କ୍ଷୁଦ୍ର ସାଟେଲାଇଟ SSLV, ସ୍କୁଲ ପିଲାଙ୍କ ଦ୍ୱାରା କରାଯାଇଛି ପ୍ରସ୍ତୁତ
ନୂଆଦିଲ୍ଲୀ : ଇସ୍ରୋ ଇତିହାସରେ ଯୋଡ଼ିହେଲା ନୂଆ ଅଧ୍ୟାୟ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧଓ୍ବନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ ହେଲା ଭାରତର ପ୍ରଥମ କ୍ଷୁଦ୍ର ସାଟେଲାଇଟ। ଆଜାଦୀର ଅମୃତ ମହୋତ୍ସବରେ ଇସ୍ରୋ ଏହି ଆଜାଦୀ ସାଟେଲାଇଟ ଲଞ୍ଚ କରିଛି । ସବୁଠୁ ବଡ କଥା ହେଉଛି ଏହାକୁ କୌଣସି ବୈଜ୍ଞାନିକ ତିଆରି କରିନାହାଁନ୍ତି ବଂର ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ୱାରା କରାଯାଇଛି । ଦେଶର ୭୫ଟି ସ୍କୁଲର ମୋଟ ୭୫୦ଜଣ ଛାତ୍ରୀମାନେ ଏହି ଆଜାଦୀ ସାଟେଲାଇଟି ପ୍ରସ୍ତୁତ କରିଛନ୍ତି। […]
ନୂଆଦିଲ୍ଲୀ : ଇସ୍ରୋ ଇତିହାସରେ ଯୋଡ଼ିହେଲା ନୂଆ ଅଧ୍ୟାୟ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧଓ୍ବନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ ହେଲା ଭାରତର ପ୍ରଥମ କ୍ଷୁଦ୍ର ସାଟେଲାଇଟ। ଆଜାଦୀର ଅମୃତ ମହୋତ୍ସବରେ ଇସ୍ରୋ ଏହି ଆଜାଦୀ ସାଟେଲାଇଟ ଲଞ୍ଚ କରିଛି । ସବୁଠୁ ବଡ କଥା ହେଉଛି ଏହାକୁ କୌଣସି ବୈଜ୍ଞାନିକ ତିଆରି କରିନାହାଁନ୍ତି ବଂର ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ୱାରା କରାଯାଇଛି । ଦେଶର ୭୫ଟି ସ୍କୁଲର ମୋଟ ୭୫୦ଜଣ ଛାତ୍ରୀମାନେ ଏହି ଆଜାଦୀ ସାଟେଲାଇଟି ପ୍ରସ୍ତୁତ କରିଛନ୍ତି।
ଆନ୍ଧ୍ରପ୍ରଦେଶ ଶୀହରିକୋଟା ସ୍ଥିତ ସତୀଶ ଧଓ୍ବନ ସ୍ପେସ ସେଣ୍ଟରରୁ ୯ଟା ୧୮ ମିନିଟରେ SSLVକୁ ଉତକ୍ଷେପଣ କରାଯାଇଛି । ଇସ୍ରୋରର ସବୁଠୁ ଭରସାଯୋଗ୍ୟ ରକେଟ ହେଉଛି SSLV । ଏହାର ସମ୍ପୂର୍ଣ୍ଣ ନାଁ ହେଉଛି ସ୍ମଲ ସାଟେଲାଇଟ୍ ଲଞ୍ଚ ଭେଇକିଲ । ଏହା ଏକ ଛୋଟ ଲିଫ୍ଟ ଲଞ୍ଚ ମହାକାଶଯାନ ।
#WATCH ISRO launches SSLV-D1 carrying an Earth Observation Satellite & a student-made satellite-AzaadiSAT from Satish Dhawan Space Centre, Sriharikota
ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍: କୁନାରରେ ୩ ମୃତ, ପାକ୍ତିକାରେ ଖାଲି ଘର ଉପରେ ପଡ଼ିଲା ବୋମା(Source: ISRO) pic.twitter.com/A0Yg7LuJvs
— ANI (@ANI) August 7, 2022
ଏହାର ଲମ୍ବ ୩୪ ମିଟର ରହିଥିବାବେଳେ ବ୍ୟାସ ରହିଛି ୬ ଦଶମିକ ୭ ଫୁଟ । ଏହାର ମୋଟ ଓଜନ ୧୨୦ ଟନ୍ । ଏହା PSLV ରକେଟ୍ ଅପେକ୍ଷା ଆକାରରେ ବହୁତ ଛୋଟ । ଏହାର ଚାରୋଟି ଅଂଶ ଅଛି । ତିନୋଟି ଅଂଶ କଠିନ ଇନ୍ଧନରେ ଚାଲିବ । ଚତୁର୍ଥ ଅଂଶ ତରଳ ଇନ୍ଧନ ଦ୍ବାରା ଗତି କରିବ । ବର୍ତ୍ତମାନ ଏହା ଛୋଟ ଉପଗ୍ରହ ଉତକ୍ଷେପଣ ପାଇଁ ବ୍ୟବହୃତ ହେବ । ଏହା ମାଧ୍ୟମରେ ୫୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଉପଗ୍ରହ ନିମ୍ନ କକ୍ଷପଥକୁ ପଠାଯିବ ବୋଲି କହିଛି ISRO (ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ) ।
ଚେନ୍ନାଇ ଠାରୁ ପ୍ରାୟ ୧୩୫ କିଲୋମିଟର ଦୂରରେ ଥିବା ସତୀଶ ଧାୱନ ସ୍ପେସ୍ ସେଣ୍ଟର (SHAR) ରେ ପ୍ରଥମ ଲଞ୍ଚ ପ୍ୟାଡରୁ ସକାଳ ୯ ଟା ୧୮ ରେ ଏହି ରକେଟ ଲଞ୍ଚ୍ ହୋଇଛି । ଉତକ୍ଷେପଣର ପ୍ରାୟ ୧୩ ମିନିଟ୍ ପରେ, ରକେଟ୍ EOS-02 ଏବଂ ଆଜାଦୀ SAT କୁ ଉଦ୍ଦିଷ୍ଟ କକ୍ଷପଥରେ ରଖିବ ବୋଲି ଆଶା କରାଯାଉଛି ।






