ଇରାନର ସର୍ବୋଚ୍ଚ ନେତା ଆୟୋତୁଲ୍ଲା ଖାମନେଇଙ୍କ ଉତ୍ତରପ୍ରଦେଶ ଲିଙ୍କ; କିନ୍ତୁର ଗାଁରୁ ଇରାନର ଶାସନ ଗାଦି

Madhusudan Das Picture
Published On

ବାରାବଙ୍କି: ଇରାନର ସର୍ବୋଚ୍ଚ ଶାସକ ଅୟତୁଲ୍ଲା ଅଲ ଖାମନେଇ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରିବାକୁ ନେଇ ଆମେରିକା ଏବଂ ଇସ୍ରାଏଲକୁ ବିଶ୍ବବ୍ୟାପୀ ନିନ୍ଦା କରାଯାଉଛି। ଇରାନ ରାଷ୍ଟ୍ରପତି ମାସୁଦ ପେଜସକିଆନ କହିଛନ୍ତି ଯେ ନେତାଙ୍କ ହତ୍ୟା କରି ମୁସଲମାନଙ୍କ ବିରୋଧରେ ଖୋଲା ଯୁଦ୍ଧ ଘୋଷଣା କରାଯାଇଛି। ଏହି ଦୁଃଖଦ ଘଟଣା ଆଜି ଇସଲାମିକ ବିଶ୍ବ ସାମ୍ନା କରୁଥିବା ସବୁଠାରୁ ବଡ଼ ପରୀକ୍ଷା ପାଲଟିଛି। 

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ଆୟୋତୁଲ୍ଲା ଖାମନେଇଙ୍କ ମୃତ୍ୟୁ ପରେ ଉତ୍ତରପ୍ରଦେଶର ବାରାବଙ୍କି ଜିଲ୍ଳାର କିନ୍ତୁର ଗାଁ ଏବେ ସାରା ବିଶ୍ୱର ନଜରକୁ ଆସିଛି। ଏହି ଗାଁ ସହିତ ଇରାନର ପ୍ରଥମ ସର୍ବୋଚ୍ଚ ନେତା ତଥା ଖାମନେଇଙ୍କ ଗୁରୁ ଆୟୋତୋଲ୍ଲା ରୁହୋଲ୍ଲା ଖୋମେନେଇଙ୍କ ପୂର୍ବପୁରୁଷଙ୍କର ଗଭୀର ସମ୍ପର୍କ ରହିଛି। ଖୋମେନେଇଙ୍କ ଜେଜେବାପା ସୟଦ ଅହମ୍ମଦ ମୁସାଭି ୧୯୦୦ ଶତାବ୍ଦୀର ପ୍ରାରମ୍ଭରେ ବାରାବଙ୍କିର କିନ୍ତୁର ଗାଁରେ ଜନ୍ମଗ୍ରହଣ କରିଥିଲେ। ସେ ୧୮୩୦ରେ ମସିହାରେ ଧାର୍ମିକ ଯାତ୍ରାରେ ଇରାକର ନଜାଫ ଯାଇଥିଲେ ଓ ସେଠାରେ ସ୍ଥାୟୀ ଭାବେ ରହିଯାଇଥିଲେ। ନିଜର ଭାରତୀୟ ପରିଚୟ ବଜାୟ ରଖିବା ପାଇଁ ସେ ନିଜ ନାମରେ ‘ହିନ୍ଦୀ’ ଶବ୍ଦ ଯୋଡ଼ିଥିଲେ ଓ ଏହା ଇରାନର ସରକାରୀ ରେକର୍ଡରେ ଆଜି ବି ଲିପିବଦ୍ଧ ହୋଇ ରହିଛି। ଗାଁର ବାସିନ୍ଦାମାନେ ଦାବି କରିଛନ୍ତି ଯେ ୧୯୭୯ ଇରାନ ବିପ୍ଳବର ମୁଖ୍ୟ ନାୟକ ଖୋମନେଇଙ୍କ ପରିବାର ଏହି ମାଟିର। ଏହି ଗାଁରେ ସେମାନଙ୍କ ପୈତୃକ ଘର ଆଜି ବି ସୁରକ୍ଷିତ ରହିଛି। ମୁସାଭି ପରିବାର ସପ୍ତମ ସିଆ ଇମାମ, ଇମାମ ମୁସା ଅଲ୍‌- କାଜିମ୍‌ଙ୍କ ବଂଶଧର ବୋଲି କୁହାଯାଏ। ଏହି କାରଣରୁ ଏହି ପରିବାର ସିଆ ଧର୍ମାବଲମ୍ବୀଙ୍କ ମଧ୍ୟରେ ଅତ୍ୟନ୍ତ ସମ୍ମାନଜନକ ସ୍ଥାନ ଅଧିକାର କରିଛି। 

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

ଖାମନେଇ ନିଜେ ଖୋମେନେଇଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ। ଯଦିଓ ଖାମନେଇଙ୍କ ଭାରତ ସହିତ କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନଥିଲା। କିନ୍ତୁ ତାଙ୍କ ମାର୍ଗଦର୍ଶକ ଖୋମେନେଇଙ୍କ ପରିବାରର ଚେର ଉତ୍ତର ପ୍ରଦେଶର ଏହି ଛୋଟ ଗାଁରେ ରହିଛି। ଖାମନେଇଙ୍କ ମୃତ୍ୟୁ ପରେ କିନ୍ତୁର ଗାଁରେ ଶୋକର ଛାୟା ଖେଳିଯାଇଥିଲା। ଗାଁର ଅନେକ ପରିବାର ଆଜି ବି ନିଜ ଘରେ ପୂର୍ବପୁରୁଷଙ୍କ ଫଟୋ ରଖି ସେହି ଐତିହାସିକ ସମ୍ପର୍କକୁ ଜୀବନ୍ତ ରଖିଛନ୍ତି। 

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର