ଲଗାତର ଚତୁର୍ଥ ଦିନରେ ଜାରି ରହିଛି ଇଣ୍ଡିଗୋ ବିଭ୍ରାଟ, ହଜାର ହଜାର ଯାତ୍ରୀ ହନ୍ତସନ୍ତ...

Deviprasad Mohanty Picture
Published On

ନୂଆଦିଲ୍ଲୀ: ଜାରି ରହିଛି ଇଣ୍ଡିଗୋ ବିଭ୍ରାଟ। ଲଗାତର ଚତୁର୍ଥ ଦିନ ପାଇଁ ଧୋକ୍କା ଦେଲା ଇଣ୍ଡିଗୋ ଏୟାର ଲାଇନ୍ସର ବିମାନ ସେବା। ଉଭୟ ଦେଶ ଓ ଦେଶ ବାହାରକୁ ଉଡିବାକୁ ଥିବା ଇଣ୍ଡିଗୋର ଗତକାଲି ୫୦୦ରୁ ଅଧିକ ବିମାନ ବାତିଲ ହୋଇଛି। ଅନେକ ବିଳମ୍ବରେ ଚାଲିଥିବା ବେଳେ ଆଉ କିଛି ବିମାନ ବାରମ୍ବାର ରିସିଡ୍ୟୁଲ ହେଉଛି। ଫଳରେ ନିହାତି ଜରୁରୀ କାର୍ଯ୍ୟରେ ଯିବାକୁ ଥିବା ଲୋକେ ଦେଶର ବିଭିନ୍ନ ବିମାନ ବନ୍ଦରରେ ଫସି ରହିଛନ୍ତି। ମୁମ୍ଵାଇ, ଦିଲ୍ଲୀ, ବେଙ୍ଗଳୁରୁ, ହାଇଦ୍ରାବାଦ, କୋଲକାତାରେ ଗୁରୁତର ଭାବେ ପ୍ରଭାବିତ ହୋଇଛି।  ହଜାର ହଜାର ଯାତ୍ରୀ ହଇରାଣ ହୋଇଛନ୍ତି। ଏୟାରପୋର୍ଟରେ ସେମାନେ ଫସି ରହିଛନ୍ତି। ଏହି ବିଭ୍ରାଟ ପାଇଁ ଡିଜିସିଏ ପକ୍ଷରୁ ଇଣ୍ଡିଗୋ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

ବିଭ୍ରାଟ ପାଇଁ ଇଣ୍ଡିଗୋ ସ୍ଵୀକାର କରିଛି ଯେ, କମ୍ପାନୀର ଅପରେସନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏଥିପାଇଁ କମ୍ପାନୀ ପକ୍ଷରୁ କ୍ଷମାପ୍ରାର୍ଥନା କରାଯାଇଛି। ଟେକ୍ନିକାଲ ତ୍ରୁଟି, କର୍ମଚାରୀଙ୍କ ସମୟରେ ପରିବର୍ତ୍ତନ, ପାଇଲଟଙ୍କ ଅଭାବ, ପ୍ରତିକୂଳ ପାଗ ପରିସ୍ଥିତି, ଭିଡ଼ ଏବଂ ଅପଡେଟ୍ କର୍ମଚାରୀଙ୍କ ରୋଷ୍ଟର ନିୟମରେ ପରିବର୍ତ୍ତନ ଯୋଗୁଁ ଏହି ସମସ୍ୟା ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଏହାକୁ ସ୍ଵାଭାବିକ କରିବାକୁ ଉଦ୍ୟମ ଚାଲିଥିବା ଇଣ୍ଡିଗୋ ପକ୍ଷରୁ କୁହାଯାଇଛି। ସମାଧାନ ଲାଗି ଡିଜିସିଏ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ମଧ୍ୟରେ ଆଲୋଚନା ହୋଇଥିଲା। କେନ୍ଦ୍ର ମନ୍ତ୍ରୀ ନିଜେ ସମୀକ୍ଷା କରିଛନ୍ତି।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

ଭୁବନେଶ୍ଵର ବିମାନ ବନ୍ଦରରେ ମଧ୍ୟ ଦେଖା ଦେଇଛି ବିଭ୍ରାଟ। ଆଜିକୁ ୪ ଦିନ ଧରି ଦୈନିକ ଶହ ଶହ ସଂଖ୍ୟାର ବିମାନ ବାତିଲ ପରେ ଏୟାରପୋର୍ଟଗୁଡ଼ିକରେ ସୃଷ୍ଟି ହୋଇଛି ଅଭାବନୀୟ ସ୍ଥିତି। ବିମାନ ଯାତ୍ରୀମାନେ ଘରୁ ବାହାରିବା ଆଗରୁ, ନିଜ ବିମାନର ସିଡ୍ୟୁଲ ଦେଖି, ଘରୁ ବାହାରିବାକୁ ନିବେଦନ କରିଛନ୍ତି ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର