ପାକ୍‌ ସରକାର ନୀରବ, ଇମ୍ରାନଙ୍କ ମୃତ୍ୟୁକୁ ନେଇ ସଂଶୟ

ଭାଇଙ୍କୁ ସାକ୍ଷାତ କରିବାକୁ ଦିଆଯାଉନାହିଁ: ଇମ୍ରାନଙ୍କ ଭଉଣୀ

Deviprasad Mohanty Picture
Published On

ଇସଲାମାବାଦ୍‌: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ପାକିସ୍ତାନର ଆଡିଆଲା ଜେଲ୍‌ରେ ଅଛନ୍ତି। ତାଙ୍କୁ ନିଜର ଭଉଣୀଙ୍କ ସହିତ ସାକ୍ଷାତ କରିବାକୁ ଦିଆଯାଉନାହିଁ। ଗତ ଏକ ବର୍ଷ ହେବ ସୁରକ୍ଷା ଓ ଅନ୍ୟ କାରଣର ବାହାନା ଦେଇ ଇମ୍ରାନଙ୍କୁ ତାଙ୍କ ଭଉଣୀମାନଙ୍କ ସାକ୍ଷାତ କରିବାକୁ ଦିଆଯାଉନାହିଁ। ଇମ୍ରାନଙ୍କ ୩ ଭଉଣୀ ଆଲିମା, ନୋରିନ ଓ ଡ. ଉଜମା ଖାନ୍‌ ତାଙ୍କର ସମର୍ଥକଙ୍କ ସହ ଜେଲ୍‌ ଆଗରେ ଧାରଣାରେ ବସିଛନ୍ତି। ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଥିଲେ ମଧ୍ୟ ପୁଲିସ ଲାଇଟ୍‌ ବନ୍ଦ କରି ଲାଠିଚାର୍ଜ କରିଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି। ପୁଲିସ ଚୁଟି ଟାଣି ମୋତେ ଘୋଷାରି ନେଇଥିଲା ବୋଲି ୭୧ ବର୍ଷୀୟା ନୋରିନ କହିଛନ୍ତି। ଅନ୍ୟ ମହିଳାଙ୍କ ସହ ମଧ୍ୟ ପୁଲିସ ମାଡପିଟ୍‌ କରିଛି ବୋଲି ସେ ଅଭିଯୋଗ କରିଛନ୍ତି। ଇତିମଧ୍ୟରେ  ଇମ୍ରାନଙ୍କ ମୃତ୍ୟୁ ନେଇ ସାମାଜିକ ଗଣମାଧ୍ୟମଗୁଡିକରେ ଗୁଜବ ପ୍ରସାରିତ ହୋଇଛି। ତାଙ୍କୁ କୌଣସି ଦ୍ୱିତୀୟ ସ୍ଥାନକୁ ନିଆଯାଇଛି ବୋଲି ବିଭିନ୍ନ ପୋଷ୍ଟରେ ଉଲ୍ଲେଖ କରାଯାଇଛି।

ଆହୁରି ପଢ଼ନ୍ତୁ: ଚାକିରି ନାଁରେ ବିଦେଶରେ ‘ସାଇବର ଦାସତ୍ୱ’: ଯୁବକଙ୍କୁ ବିକ୍ରି କରୁଥିବା ‘ଅଲି ବାବା’ ସହ ୨ ଦଲାଲ ଗିରଫ

ତେବେ ସାମାଜିକ ଗଣମାଧ୍ୟମଗୁଡିକରେ ପ୍ରସାରିତ ଏହି ଖବର ନେଇ ଆନୁଷ୍ଠାନିକ ଭାବେ କିଛି କୁହାଯାଇନାହିଁ। ଉଲ୍ଲେଖଥାଉ କି, ୨୦୨୫ ମାର୍ଚ୍ଚରେ ଇସଲାମାବାଦ ହାଇକୋର୍ଟ ଇମ୍ରାନଙ୍କୁ ତାଙ୍କ ପରିବାର ଓ ଓକିଲଙ୍କ ସହ ନିୟମିତ ସାକ୍ଷାତ କରିବାକୁ ଅନୁମତି ଦେଇଛନ୍ତି। କିନ୍ତୁ ଏହା ସତ୍ତେ୍ୱ ଜେଲ ବିଭିନ୍ନ ଆଳ ଦେଖାଇ ପ୍ରଶାସନ କୋର୍ଟଙ୍କ ଏହି ଆଦେଶ ପାଳନ କରୁନାହିଁ। ଗତ ସପ୍ତାହରେ ମଧ୍ୟ ଇମ୍ରାନଙ୍କ ଭଉଣୀମାନଙ୍କ ସହ ରାୱଲପିଣ୍ଡି ପୁଲିସ ଦୁର୍ବ୍ୟବହାର କରିଥିଲା ଓ ସେମାନଙ୍କୁ ସଡ଼କ ଉପରେ ଘୋଷାରି ଗିରଫ ମଧ୍ୟ କରିଥିଲା। ପୂର୍ବରୁ ମଧ୍ୟ ଇମ୍ରାନଙ୍କ ଭଉଣୀମାନଙ୍କ ସହ ଏପରି  ଦୁର୍ବ୍ୟବହାର ହୋଇଥିଲା। ଇମ୍ରାନ ଗତ ୩ ବର୍ଷ ହେବ ଜେଲ୍‌ରେ ଅଛନ୍ତି। ତାଙ୍କ ବିରୋଧରେ ୧୦୦ରୁ ଊର୍ଦ୍ଧ୍ବ ମାମଲା ଚାଲିଛି। ଦୁର୍ନୀତି ମାମଲାରେ ତାଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। 

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

27 Nov 2025 By Deviprasad Mohanty

ପାକ୍‌ ସରକାର ନୀରବ, ଇମ୍ରାନଙ୍କ ମୃତ୍ୟୁକୁ ନେଇ ସଂଶୟ

ଭାଇଙ୍କୁ ସାକ୍ଷାତ କରିବାକୁ ଦିଆଯାଉନାହିଁ: ଇମ୍ରାନଙ୍କ ଭଉଣୀ

ଇସଲାମାବାଦ୍‌: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ପାକିସ୍ତାନର ଆଡିଆଲା ଜେଲ୍‌ରେ ଅଛନ୍ତି। ତାଙ୍କୁ ନିଜର ଭଉଣୀଙ୍କ ସହିତ ସାକ୍ଷାତ କରିବାକୁ ଦିଆଯାଉନାହିଁ। ଗତ ଏକ ବର୍ଷ ହେବ ସୁରକ୍ଷା ଓ ଅନ୍ୟ କାରଣର ବାହାନା ଦେଇ ଇମ୍ରାନଙ୍କୁ ତାଙ୍କ ଭଉଣୀମାନଙ୍କ ସାକ୍ଷାତ କରିବାକୁ ଦିଆଯାଉନାହିଁ। ଇମ୍ରାନଙ୍କ ୩ ଭଉଣୀ ଆଲିମା, ନୋରିନ ଓ ଡ. ଉଜମା ଖାନ୍‌ ତାଙ୍କର ସମର୍ଥକଙ୍କ ସହ ଜେଲ୍‌ ଆଗରେ ଧାରଣାରେ ବସିଛନ୍ତି। ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଥିଲେ ମଧ୍ୟ ପୁଲିସ ଲାଇଟ୍‌ ବନ୍ଦ କରି ଲାଠିଚାର୍ଜ କରିଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି। ପୁଲିସ ଚୁଟି ଟାଣି ମୋତେ ଘୋଷାରି ନେଇଥିଲା ବୋଲି ୭୧ ବର୍ଷୀୟା ନୋରିନ କହିଛନ୍ତି। ଅନ୍ୟ ମହିଳାଙ୍କ ସହ ମଧ୍ୟ ପୁଲିସ ମାଡପିଟ୍‌ କରିଛି ବୋଲି ସେ ଅଭିଯୋଗ କରିଛନ୍ତି। ଇତିମଧ୍ୟରେ  ଇମ୍ରାନଙ୍କ ମୃତ୍ୟୁ ନେଇ ସାମାଜିକ ଗଣମାଧ୍ୟମଗୁଡିକରେ ଗୁଜବ ପ୍ରସାରିତ ହୋଇଛି। ତାଙ୍କୁ କୌଣସି ଦ୍ୱିତୀୟ ସ୍ଥାନକୁ ନିଆଯାଇଛି ବୋଲି ବିଭିନ୍ନ ପୋଷ୍ଟରେ ଉଲ୍ଲେଖ କରାଯାଇଛି।

ତେବେ ସାମାଜିକ ଗଣମାଧ୍ୟମଗୁଡିକରେ ପ୍ରସାରିତ ଏହି ଖବର ନେଇ ଆନୁଷ୍ଠାନିକ ଭାବେ କିଛି କୁହାଯାଇନାହିଁ। ଉଲ୍ଲେଖଥାଉ କି, ୨୦୨୫ ମାର୍ଚ୍ଚରେ ଇସଲାମାବାଦ ହାଇକୋର୍ଟ ଇମ୍ରାନଙ୍କୁ ତାଙ୍କ ପରିବାର ଓ ଓକିଲଙ୍କ ସହ ନିୟମିତ ସାକ୍ଷାତ କରିବାକୁ ଅନୁମତି ଦେଇଛନ୍ତି। କିନ୍ତୁ ଏହା ସତ୍ତେ୍ୱ ଜେଲ ବିଭିନ୍ନ ଆଳ ଦେଖାଇ ପ୍ରଶାସନ କୋର୍ଟଙ୍କ ଏହି ଆଦେଶ ପାଳନ କରୁନାହିଁ। ଗତ ସପ୍ତାହରେ ମଧ୍ୟ ଇମ୍ରାନଙ୍କ ଭଉଣୀମାନଙ୍କ ସହ ରାୱଲପିଣ୍ଡି ପୁଲିସ ଦୁର୍ବ୍ୟବହାର କରିଥିଲା ଓ ସେମାନଙ୍କୁ ସଡ଼କ ଉପରେ ଘୋଷାରି ଗିରଫ ମଧ୍ୟ କରିଥିଲା। ପୂର୍ବରୁ ମଧ୍ୟ ଇମ୍ରାନଙ୍କ ଭଉଣୀମାନଙ୍କ ସହ ଏପରି  ଦୁର୍ବ୍ୟବହାର ହୋଇଥିଲା। ଇମ୍ରାନ ଗତ ୩ ବର୍ଷ ହେବ ଜେଲ୍‌ରେ ଅଛନ୍ତି। ତାଙ୍କ ବିରୋଧରେ ୧୦୦ରୁ ଊର୍ଦ୍ଧ୍ବ ମାମଲା ଚାଲିଛି। ଦୁର୍ନୀତି ମାମଲାରେ ତାଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। 

https://www.thesakala.in/national-international/imran-khan-dead-speculation-and-rumours-flood-the-interne/article-43304
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର