ଦୟନୀୟ ହୋଇପଡିଛି ପାକ୍‌, ଦେଶ ଚଳାଇବା ପାଇଁ ଅର୍ଥ ନାହିଁ : ଇମ୍ରାନ୍‌ ଖାନ୍‌

The Sakala Picture
Published On

କରାଚୀ : ପାକିସ୍ତାନର ଅର୍ଥ ବ୍ୟବସ୍ଥା ଏବେ କାଙ୍ଗାଳ ଅବସ୍ଥାରେ ପହଞ୍ଚିଛି । ବର୍ତ୍ତମାନ ଦେଶର ସ୍ଥିତି ପୁରା ଦୟନୀୟ ଅବସ୍ଥାରେ ରହିଛି। ଏପରିକି ଦେଶ ଚଳାଇବା ପାଇଁ ପାଖରେ ପଇସା ନାହିଁ, ଯେଉଁଥିପାଇଁ ବିଦେଶରୁ କରଜ ଆଣିବାକୁ ପଡୁଛି । ବିଦେଶୀ ଋଣ ଓ ଟ୍ୟାକ୍ସ ରେଭିନ୍ୟୁ କମିବା ଏବେ ରାଷ୍‌ଟ୍ରୀୟ ପ୍ରସଙ୍ଗ ପାଲଟିଛି । ଆଉ ସରକାରଙ୍କ ପାଖରେ ଜନକଲ୍ୟାଣ ଉପରେ ଖର୍ଚ୍ଚ କରିବାକୁ ମଧ୍ୟ ପର୍ଯ୍ୟାପ୍ତ ଅର୍ଥ ନାହିଁ । ଏକଥା ଖୋଦ୍‌ ପାକିସ୍ତାନ […]

କରାଚୀ : ପାକିସ୍ତାନର ଅର୍ଥ ବ୍ୟବସ୍ଥା ଏବେ କାଙ୍ଗାଳ ଅବସ୍ଥାରେ ପହଞ୍ଚିଛି । ବର୍ତ୍ତମାନ ଦେଶର ସ୍ଥିତି ପୁରା ଦୟନୀୟ ଅବସ୍ଥାରେ ରହିଛି। ଏପରିକି ଦେଶ ଚଳାଇବା ପାଇଁ ପାଖରେ ପଇସା ନାହିଁ, ଯେଉଁଥିପାଇଁ ବିଦେଶରୁ କରଜ ଆଣିବାକୁ ପଡୁଛି । ବିଦେଶୀ ଋଣ ଓ ଟ୍ୟାକ୍ସ ରେଭିନ୍ୟୁ କମିବା ଏବେ ରାଷ୍‌ଟ୍ରୀୟ ପ୍ରସଙ୍ଗ ପାଲଟିଛି । ଆଉ ସରକାରଙ୍କ ପାଖରେ ଜନକଲ୍ୟାଣ ଉପରେ ଖର୍ଚ୍ଚ କରିବାକୁ ମଧ୍ୟ ପର୍ଯ୍ୟାପ୍ତ ଅର୍ଥ ନାହିଁ । ଏକଥା ଖୋଦ୍‌ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କହିଛନ୍ତି।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ଓ ତାମିଲନାଡୁରେ ମତଦାନ ଜାରି, ହିଂସା ଓ ଇଭିଏମ୍ ତ୍ରୁଟି ଯୋଗୁଁ କିଛି ସ୍ଥାନରେ ଭୋଟିଂ ବାଧାପ୍ରାପ୍ତ

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସ୍ୱୀକାର କରିଛନ୍ତି ଯେ ପାକିସ୍ତାନର ଅର୍ଥନୀତି ସଂପୂର୍ଣ୍ଣ ରୂପେ ଦୟନୀୟ ସ୍ଥିତିରେ ରହିଛି। ଦେଶ ଦାରିଦ୍ର୍ୟର ଚରମସୀମାରେ ପହଞ୍ଚିଛି ଏବଂ ଦେଶ ଚଳାଇବା ପାଇଁ ସରକାରଙ୍କ ପାଖରେ ଟଙ୍କା ନାହିଁ। ମଙ୍ଗଳବାର ଦିନ ଏକ କାର୍ଯ୍ୟକ୍ରମ ସମୟରେ ଇମ୍ରାନ ଖାନ ସର୍ବସାଧାରଣରେ କହିଛନ୍ତି ଯେ ସରକାରଙ୍କ ଟଙ୍କା ସରିଯାଇଛି ତେଣୁ ବର୍ତ୍ତମାନ ଅନ୍ୟ ଦେଶରୁ ଋଣ ନେବାକୁ ପଡୁଛି।  ଫେଡେରାଲ୍ ବୋର୍ଡ ଅଫ୍ ରେଭିନ୍ୟୁର ପ୍ରଥମ ଟ୍ରେକ୍ ଆଣ୍ଡ ଟ୍ରେସ୍ ସିଷ୍ଟମର ଉଦଘାଟନ ସମୟରେ ଉପସ୍ଥିତ ଥିଲେ ଇମ୍ରାନ । ଇସଲାମବାଦରେ ସମ୍ବୋଧନ ଦେବା ଅବସରରେ ସେ କହିଛନ୍ତି, ଦେଶ ଚଳାଇବା ପାଇଁ ପାଖରେ ପର୍ଯ୍ୟାନ୍ତ ପରିମାଣର ଅର୍ଥ ନାହିଁ।

ଆହୁରି ପଢ଼ନ୍ତୁ: "ଭଉଣୀକୁ ଘରେ ରଖିବି ନାହିଁ": ମେଘାଳୟ ହନିମୁନ୍ ହତ୍ୟା ମାମଲାରେ ସୋନମ ରଘୁବଂଶୀଙ୍କୁ ଜାମିନ ମିଳିବା ପରେ ଭାଇଙ୍କ ବଡ଼ ବୟାନ

ଯାହା ଆମ ପାଇଁ ସବୁଠୁ ବଡ଼ ସମସ୍ୟା ପାଲଟିଥିବା ବେଳେ ଆମକୁ ବିଦେଶରୁ ଋଣ ଆଣିବାକୁ ପଡୁଛି। ଟ୍ରେକ୍ ଆଣ୍ଡ ଟ୍ରେସ୍ ସିଷ୍ଟମ ଫଳରେ ବିଭିନ୍ନ ବ୍ୟବସ୍ଥାରେ ପାରଦର୍ଶିତା ଓ ରାଜସ୍ୱ ବୃଦ୍ଧିରେ ସହାୟକ ହେବ ବୋଲି ଆଶା କରିଛି ପାକିସ୍ତାନ । ଖାଲି ଏତିକି ନୁହେଁ ପାକିସ୍ତାନର ନେତା ମାନେ ବ୍ରିଟେନ୍ ଠାରୁ କିଛି ଶିଖନ୍ତୁ ବୋଲି ଇମ୍ରାନ କହିଛନ୍ତି । ସେଠାକାର ନେତାମାନେ ଲୋକଙ୍କ ପଇସାର ମୂଲ୍ୟ ବୁଝନ୍ତି । ବ୍ରିଟେନର ମନ୍ତ୍ରୀ ମାନେ ବିଦେଶ ଗସ୍ତ କଲେ ଇକୋନୋମିକ କ୍ଲାସରେ ଯାଆନ୍ତି । ଆଉ ପ୍ରଧାନମନ୍ତ୍ରୀ ଯେତେବେଳେ ଆମେରିକା ଯାଆନ୍ତି ସେତେବେଳେ ସେଠାକାର ଦୂତାବାସରେ ରହିଥାନ୍ତି । ହେଲେ ପାକିସ୍ତାନରେ ଶାସକ ମାନେ ଲୋକଙ୍କୁ ଟ୍ୟାକ୍ସ ଦେବାକୁ କେବେ ପ୍ରୋତ୍ସାହିତ କରନ୍ତି ନାହିଁ । ଯାହା ଦୁର୍ଭାଗ୍ୟ ପୂର୍ଣ୍ଣ ବୋଲି ଇମ୍ରାନ କହିଛନ୍ତି।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ନଦିଆ, ପାନିହାଟି ଏବଂ ୨୪ ପ୍ରଗଣାରେ ମତଦାନ ବେଳେ ହିଂସା, ଟିଏମସି-ବିଜେପି ମୁହାଁମୁହିଁ

ଇମ୍ରାନ ଖାନ କହିଛନ୍ତି ଯେ ସରକାରଙ୍କ ଉପରେ ବୈଦେଶିକ ଋଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଟିକସରୁ ରାଜସ୍ୱ ହ୍ରାସ ପାଉଛି। ଏଭଳି ପରିସ୍ଥିତିରେ ଏହା ଜାତୀୟ ସୁରକ୍ଷା ପ୍ରସଙ୍ଗ ମଧ୍ୟ ହୋଇଯାଇଛି। କଲ୍ୟାଣମୂଳକ ଯୋଜନା ଚଳାଇବା ପାଇଁ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ସମ୍ବଳ ନାହିଁ।

ଲୋକମାନେ ଟିକସ ଦେଉନାହାନ୍ତି

ପାକିସ୍ତାନର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଯେ ଆମ ଦେଶର ଲୋକମାନେ ଟିକସ ଦେବାକୁ ପଛଘୁଞ୍ଚା ଦେଉଛନ୍ତି। ସେମାନେ ଅନୁଭବ କରୁଛନ୍ତି ଯେ ସେମାନଙ୍କ ଟଙ୍କା ସେମାନଙ୍କ ପାଇଁ ଖର୍ଚ୍ଚ ହେଉନାହିଁ । ଇମ୍ରାନ ପୂର୍ବ ସରକାରଙ୍କ ଉପରେ ପାକିସ୍ତାନର ସାମ୍ପ୍ରତିକ ପରିସ୍ଥିତିକୁ ଦାୟୀ କରି କହିଛନ୍ତି ଯେ ୨୦୦୯ ରୁ ୨୦୧୮ ପର୍ଯ୍ୟନ୍ତ ଦୁଇ ସରକାର ସ୍ଥାନୀୟ ସମ୍ବଳର ବିକାଶ କରିନାହାଁନ୍ତି ଏବଂ ଋଣ ନେଇଛନ୍ତି।

24 Nov 2021 By The Sakala

ଦୟନୀୟ ହୋଇପଡିଛି ପାକ୍‌, ଦେଶ ଚଳାଇବା ପାଇଁ ଅର୍ଥ ନାହିଁ : ଇମ୍ରାନ୍‌ ଖାନ୍‌

କରାଚୀ : ପାକିସ୍ତାନର ଅର୍ଥ ବ୍ୟବସ୍ଥା ଏବେ କାଙ୍ଗାଳ ଅବସ୍ଥାରେ ପହଞ୍ଚିଛି । ବର୍ତ୍ତମାନ ଦେଶର ସ୍ଥିତି ପୁରା ଦୟନୀୟ ଅବସ୍ଥାରେ ରହିଛି। ଏପରିକି ଦେଶ ଚଳାଇବା ପାଇଁ ପାଖରେ ପଇସା ନାହିଁ, ଯେଉଁଥିପାଇଁ ବିଦେଶରୁ କରଜ ଆଣିବାକୁ ପଡୁଛି । ବିଦେଶୀ ଋଣ ଓ ଟ୍ୟାକ୍ସ ରେଭିନ୍ୟୁ କମିବା ଏବେ ରାଷ୍‌ଟ୍ରୀୟ ପ୍ରସଙ୍ଗ ପାଲଟିଛି । ଆଉ ସରକାରଙ୍କ ପାଖରେ ଜନକଲ୍ୟାଣ ଉପରେ ଖର୍ଚ୍ଚ କରିବାକୁ ମଧ୍ୟ ପର୍ଯ୍ୟାପ୍ତ ଅର୍ଥ ନାହିଁ । ଏକଥା ଖୋଦ୍‌ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କହିଛନ୍ତି।

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସ୍ୱୀକାର କରିଛନ୍ତି ଯେ ପାକିସ୍ତାନର ଅର୍ଥନୀତି ସଂପୂର୍ଣ୍ଣ ରୂପେ ଦୟନୀୟ ସ୍ଥିତିରେ ରହିଛି। ଦେଶ ଦାରିଦ୍ର୍ୟର ଚରମସୀମାରେ ପହଞ୍ଚିଛି ଏବଂ ଦେଶ ଚଳାଇବା ପାଇଁ ସରକାରଙ୍କ ପାଖରେ ଟଙ୍କା ନାହିଁ। ମଙ୍ଗଳବାର ଦିନ ଏକ କାର୍ଯ୍ୟକ୍ରମ ସମୟରେ ଇମ୍ରାନ ଖାନ ସର୍ବସାଧାରଣରେ କହିଛନ୍ତି ଯେ ସରକାରଙ୍କ ଟଙ୍କା ସରିଯାଇଛି ତେଣୁ ବର୍ତ୍ତମାନ ଅନ୍ୟ ଦେଶରୁ ଋଣ ନେବାକୁ ପଡୁଛି।  ଫେଡେରାଲ୍ ବୋର୍ଡ ଅଫ୍ ରେଭିନ୍ୟୁର ପ୍ରଥମ ଟ୍ରେକ୍ ଆଣ୍ଡ ଟ୍ରେସ୍ ସିଷ୍ଟମର ଉଦଘାଟନ ସମୟରେ ଉପସ୍ଥିତ ଥିଲେ ଇମ୍ରାନ । ଇସଲାମବାଦରେ ସମ୍ବୋଧନ ଦେବା ଅବସରରେ ସେ କହିଛନ୍ତି, ଦେଶ ଚଳାଇବା ପାଇଁ ପାଖରେ ପର୍ଯ୍ୟାନ୍ତ ପରିମାଣର ଅର୍ଥ ନାହିଁ।

ଯାହା ଆମ ପାଇଁ ସବୁଠୁ ବଡ଼ ସମସ୍ୟା ପାଲଟିଥିବା ବେଳେ ଆମକୁ ବିଦେଶରୁ ଋଣ ଆଣିବାକୁ ପଡୁଛି। ଟ୍ରେକ୍ ଆଣ୍ଡ ଟ୍ରେସ୍ ସିଷ୍ଟମ ଫଳରେ ବିଭିନ୍ନ ବ୍ୟବସ୍ଥାରେ ପାରଦର୍ଶିତା ଓ ରାଜସ୍ୱ ବୃଦ୍ଧିରେ ସହାୟକ ହେବ ବୋଲି ଆଶା କରିଛି ପାକିସ୍ତାନ । ଖାଲି ଏତିକି ନୁହେଁ ପାକିସ୍ତାନର ନେତା ମାନେ ବ୍ରିଟେନ୍ ଠାରୁ କିଛି ଶିଖନ୍ତୁ ବୋଲି ଇମ୍ରାନ କହିଛନ୍ତି । ସେଠାକାର ନେତାମାନେ ଲୋକଙ୍କ ପଇସାର ମୂଲ୍ୟ ବୁଝନ୍ତି । ବ୍ରିଟେନର ମନ୍ତ୍ରୀ ମାନେ ବିଦେଶ ଗସ୍ତ କଲେ ଇକୋନୋମିକ କ୍ଲାସରେ ଯାଆନ୍ତି । ଆଉ ପ୍ରଧାନମନ୍ତ୍ରୀ ଯେତେବେଳେ ଆମେରିକା ଯାଆନ୍ତି ସେତେବେଳେ ସେଠାକାର ଦୂତାବାସରେ ରହିଥାନ୍ତି । ହେଲେ ପାକିସ୍ତାନରେ ଶାସକ ମାନେ ଲୋକଙ୍କୁ ଟ୍ୟାକ୍ସ ଦେବାକୁ କେବେ ପ୍ରୋତ୍ସାହିତ କରନ୍ତି ନାହିଁ । ଯାହା ଦୁର୍ଭାଗ୍ୟ ପୂର୍ଣ୍ଣ ବୋଲି ଇମ୍ରାନ କହିଛନ୍ତି।

ଇମ୍ରାନ ଖାନ କହିଛନ୍ତି ଯେ ସରକାରଙ୍କ ଉପରେ ବୈଦେଶିକ ଋଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଟିକସରୁ ରାଜସ୍ୱ ହ୍ରାସ ପାଉଛି। ଏଭଳି ପରିସ୍ଥିତିରେ ଏହା ଜାତୀୟ ସୁରକ୍ଷା ପ୍ରସଙ୍ଗ ମଧ୍ୟ ହୋଇଯାଇଛି। କଲ୍ୟାଣମୂଳକ ଯୋଜନା ଚଳାଇବା ପାଇଁ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ସମ୍ବଳ ନାହିଁ।

ଲୋକମାନେ ଟିକସ ଦେଉନାହାନ୍ତି

ପାକିସ୍ତାନର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଯେ ଆମ ଦେଶର ଲୋକମାନେ ଟିକସ ଦେବାକୁ ପଛଘୁଞ୍ଚା ଦେଉଛନ୍ତି। ସେମାନେ ଅନୁଭବ କରୁଛନ୍ତି ଯେ ସେମାନଙ୍କ ଟଙ୍କା ସେମାନଙ୍କ ପାଇଁ ଖର୍ଚ୍ଚ ହେଉନାହିଁ । ଇମ୍ରାନ ପୂର୍ବ ସରକାରଙ୍କ ଉପରେ ପାକିସ୍ତାନର ସାମ୍ପ୍ରତିକ ପରିସ୍ଥିତିକୁ ଦାୟୀ କରି କହିଛନ୍ତି ଯେ ୨୦୦୯ ରୁ ୨୦୧୮ ପର୍ଯ୍ୟନ୍ତ ଦୁଇ ସରକାର ସ୍ଥାନୀୟ ସମ୍ବଳର ବିକାଶ କରିନାହାଁନ୍ତି ଏବଂ ଋଣ ନେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର