ବିଜେପିକୁ ଚେତାଇଲେ ଗଡ଼କରୀ: ‘କଂଗ୍ରେସ ଭଳି ଭୁଲ୍‌ କଲେ ପ୍ରତ୍ୟାଖ୍ୟାତ ହେବ’

The Sakala Picture
Published On

ନୂଆଦିଲ୍ଲୀ: ବିଜେପିର ସାଂପ୍ରତିକ ଆଭିମୁଖ୍ୟକୁ ନେଇ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ବଡ ମନ୍ତବ୍ୟ ଦେବା ସହିତ ପରୋକ୍ଷରେ ଚେତାବନୀ ଜାରି କରିଛନ୍ତି। କଂଗ୍ରେସ ଯେଉଁ ଭୁଲ୍‌ କରି ଲୋକଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ହୋଇଥିଲା ବିଜେପି ସେଭଳି ଭୁଲ୍‌ ନ କରୁ। ନଚେତ୍‌ ଆଗାମୀ ଦିନରେ ବିଜେପିକୁ କଂଗ୍ରେସ ଭଳି ସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ ବୋଲି ଗଡ଼କରୀ ଚେତାଇ ଦେଇଛନ୍ତି। ବିଶେଷକରି ବିଜେପିର ଧର୍ମ ଏବଂ ସାଂପ୍ରଦାୟିକ ରାଜନୀତିକୁ ପରୋକ୍ଷରେ ଇଙ୍ଗିତ କରି ସେ କହିଛନ୍ତି ଯେ, […]

ନୂଆଦିଲ୍ଲୀ: ବିଜେପିର ସାଂପ୍ରତିକ ଆଭିମୁଖ୍ୟକୁ ନେଇ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ବଡ ମନ୍ତବ୍ୟ ଦେବା ସହିତ ପରୋକ୍ଷରେ ଚେତାବନୀ ଜାରି କରିଛନ୍ତି। କଂଗ୍ରେସ ଯେଉଁ ଭୁଲ୍‌ କରି ଲୋକଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ହୋଇଥିଲା ବିଜେପି ସେଭଳି ଭୁଲ୍‌ ନ କରୁ। ନଚେତ୍‌ ଆଗାମୀ ଦିନରେ ବିଜେପିକୁ କଂଗ୍ରେସ ଭଳି ସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ ବୋଲି ଗଡ଼କରୀ ଚେତାଇ ଦେଇଛନ୍ତି। ବିଶେଷକରି ବିଜେପିର ଧର୍ମ ଏବଂ ସାଂପ୍ରଦାୟିକ ରାଜନୀତିକୁ ପରୋକ୍ଷରେ ଇଙ୍ଗିତ କରି ସେ କହିଛନ୍ତି ଯେ, ଆମକୁ ଦୁର୍ନୀତିମୁକ୍ତ ରାଷ୍ଟ୍ର ଗଠନ କରିବାକୁ ହେବ ଏବଂ ଏଥିପାଇଁ ଆମର ସୁଚିନ୍ତିତ ଯୋଜନା ରହିବା ଉଚିତ୍। ସାମାଜିକ ଓ ଅର୍ଥନୈତିକ ସଂସ୍କାର ଆଣିବା ପାଇଁ ରାଜନୀତି ଏକ ମାଧ୍ୟମ ଏବଂ ଏହାକୁ ଆଗାମୀ ଦିନରେ ଦଳୀୟ କର୍ମୀମାନେ ଅନୁଭବ କରିବା ଜରୁରୀ। ମୁଁ ଜାତି କିମ୍ବା ଧର୍ମ ରାଜନୀତିକୁ ପସନ୍ଦ କରେ ନାହିଁ। ଯିଏ ଜାତି କଥା କହିବ, ମୁଁ ତାକୁ ଦୃଢ଼ ଭାବେ ବିରୋଧ କରିବାକୁ ପଛାଇବି ନାହିଁ। ଜଣେ ବ୍ୟକ୍ତି ନିଜର ବ୍ୟକ୍ତିତ୍ବ ଏବଂ ମୂଲ୍ୟବୋଧ ଦ୍ୱାରା ପରିଚିତି ଲାଭ କରିଥାଏ, କିନ୍ତୁ ଜାତି ଦ୍ୱାରା ନୁହେଁ । ତେଣୁ ଆମକୁ ସେଭଳି ନୀତି ଓ ଆଦର୍ଶରେ ଚାଲିବାକୁ ପଡ଼ିବ ବୋଲି ଗଡ଼କରୀ କହିଛନ୍ତି। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ)ର ପ୍ରମୁଖ ସଦସ୍ୟ ଭାବେ ଗଡ଼କାରୀଙ୍କ ଏଭଳି ମନ୍ତବ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ଭଳି ତୁଙ୍ଗ ନେତାଙ୍କ ପ୍ରତି ପରୋକ୍ଷରେ ଉଦ୍ଦିଷ୍ଟ ବୋଲି ବିଭିନ୍ନ ମହଲରେ ବିବେଚନା କରାଯାଉଛି। ଆଗକୁ ଦିଲ୍ଲୀ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ରହିଥିବାରୁ ଗଡ଼କରୀଙ୍କ ମନ୍ତବ୍ୟ ଗୁରୁତ୍ବ ବହନ କରୁଛି।

ଆହୁରି ପଢ଼ନ୍ତୁ: ପରୀକ୍ଷା ଅବ୍ୟବସ୍ଥାକୁ ନେଇ ନବୀନଙ୍କ କ୍ଷୋଭ: ଭରସା ଭାଙ୍ଗିଛି ଶିକ୍ଷା ବ୍ୟବସ୍ଥା, ଛାତ୍ରଙ୍କ ସହ ଆଲୋଚନା କରନ୍ତୁ ସରକାର

ପାଣାଜୀଠାରେ ଅନୁଷ୍ଠିତ ବିଜେପି କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ଅବସରରେ ଗଡକରୀ ଦଳର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ସ୍ମରଣ କରିବା ସହିତ ତାଙ୍କ ମନ୍ତବ୍ୟକୁ ଉଲ୍ଲେଖ କରି କହିଛନ୍ତି ଯେ, ବିଜେପି ଏକ ଭିନ୍ନ ଚିନ୍ତାଧାରାର ଦଳ। ଆମେ ଅନ୍ୟ ଦଳଠାରୁ କେତେ ଭିନ୍ନ ତାହାକୁ ବୁଝିବା ସହିତ ସେହି ନୀତିରେ କାର୍ଯ୍ୟ କରିବାକୁ ପଡ଼ିବ। ବିଜେପିର ଭିନ୍ନ ଏବଂ ସ୍ବତନ୍ତ୍ର ଚିନ୍ତାଧାରାକୁ ନେଇ ଦେଶବାସୀଙ୍କ ରହିଥିବା ବିଶ୍ବାସ ଆଜି ଦଳକୁ କ୍ଷମତାଶୀଳ କରିପାରିଛି। ସେଥିପାଇଁ ଆମେ ଲୋକଙ୍କ ବିଶ୍ବାସକୁ ନେଇ ବାରମ୍ବାର ବିଜୟୀ ହୋଇ ଆସୁଛୁ। କିନ୍ତୁ ବିଜେପି କଂଗ୍ରେସର ଭୁଲର ପୁନରାବୃତ୍ତି କରିବା ଉଚିତ୍ ନୁହେଁ।

ଆହୁରି ପଢ଼ନ୍ତୁ: ଡିଜିଟାଲ୍‌ ଇଣ୍ଡିଆକୁ ଶକ୍ତ ଝଟକା: ଓଡ଼ିଶାର ୧୦୯୧ ଗାଁରେ ନାହିଁ ମୋବାଇଲ୍‌ ନେଟ୍‌ୱର୍କ, ରାୟଗଡ଼ାରେ ସର୍ବାଧିକ

ସାଧାରଣ ନିର୍ବାଚନ-୨୦୨୪ ଶେଷ ହେବା ପରେ ୭ ରାଜ୍ୟର ୧୩ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିଜେପିକୁ ଶକ୍ତ ଝଟ୍‌କା ଲାଗିଛି। ଏହି ୧୩ ଆସନ ମଧ୍ୟରୁ ବିରୋଧୀ ‘ଇଣ୍ଡିଆ’ ମେଣ୍ଟକୁ ୧୦ଟି ଆସନ ମିଳିଥିଲା ବେଳେ ବିଜେପି ମାତ୍ର ଦୁଇଟି ଆସନରେ ସୀମିତ ରହିଛି । ସାଧାରଣ ନିର୍ବାଚନ ପରେ ହୋଇଥିବା ଏହି ପ୍ରଥମ ଉପନିର୍ବାଚନ ଉଭୟ ବିଜେପି ନେତୃତ୍ତ୍ବାଧୀନ ଏନ୍‌ଡିଏ ଏବଂ କଂଗ୍ରେସ ନେତୃତ୍ତ୍ବାଧୀନ ‘ଇଣ୍ଡିଆ’ ମେଣ୍ଟ ପାଇଁ ବହୁ ଗୁରୁତ୍ବ ବହନ କରୁଥିଲା। ଏବେ ଏହି ଉପନିର୍ବାଚନ ଫଳ ଜନମତ ସଂଗ୍ରହର ଏକ ସୂଚକ ଭାବେ ଉଭା ହୋଇଛି।

ଆହୁରି ପଢ଼ନ୍ତୁ: ନବୀନଙ୍କ କୃତିକୁ ନିଜର ବୋଲି ପ୍ରଚାର କରୁଛି ବିଜେପି : ବିଜେଡି

14 Jul 2024 By The Sakala

ବିଜେପିକୁ ଚେତାଇଲେ ଗଡ଼କରୀ: ‘କଂଗ୍ରେସ ଭଳି ଭୁଲ୍‌ କଲେ ପ୍ରତ୍ୟାଖ୍ୟାତ ହେବ’

ନୂଆଦିଲ୍ଲୀ: ବିଜେପିର ସାଂପ୍ରତିକ ଆଭିମୁଖ୍ୟକୁ ନେଇ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ବଡ ମନ୍ତବ୍ୟ ଦେବା ସହିତ ପରୋକ୍ଷରେ ଚେତାବନୀ ଜାରି କରିଛନ୍ତି। କଂଗ୍ରେସ ଯେଉଁ ଭୁଲ୍‌ କରି ଲୋକଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ହୋଇଥିଲା ବିଜେପି ସେଭଳି ଭୁଲ୍‌ ନ କରୁ। ନଚେତ୍‌ ଆଗାମୀ ଦିନରେ ବିଜେପିକୁ କଂଗ୍ରେସ ଭଳି ସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ ବୋଲି ଗଡ଼କରୀ ଚେତାଇ ଦେଇଛନ୍ତି। ବିଶେଷକରି ବିଜେପିର ଧର୍ମ ଏବଂ ସାଂପ୍ରଦାୟିକ ରାଜନୀତିକୁ ପରୋକ୍ଷରେ ଇଙ୍ଗିତ କରି ସେ କହିଛନ୍ତି ଯେ, ଆମକୁ ଦୁର୍ନୀତିମୁକ୍ତ ରାଷ୍ଟ୍ର ଗଠନ କରିବାକୁ ହେବ ଏବଂ ଏଥିପାଇଁ ଆମର ସୁଚିନ୍ତିତ ଯୋଜନା ରହିବା ଉଚିତ୍। ସାମାଜିକ ଓ ଅର୍ଥନୈତିକ ସଂସ୍କାର ଆଣିବା ପାଇଁ ରାଜନୀତି ଏକ ମାଧ୍ୟମ ଏବଂ ଏହାକୁ ଆଗାମୀ ଦିନରେ ଦଳୀୟ କର୍ମୀମାନେ ଅନୁଭବ କରିବା ଜରୁରୀ। ମୁଁ ଜାତି କିମ୍ବା ଧର୍ମ ରାଜନୀତିକୁ ପସନ୍ଦ କରେ ନାହିଁ। ଯିଏ ଜାତି କଥା କହିବ, ମୁଁ ତାକୁ ଦୃଢ଼ ଭାବେ ବିରୋଧ କରିବାକୁ ପଛାଇବି ନାହିଁ। ଜଣେ ବ୍ୟକ୍ତି ନିଜର ବ୍ୟକ୍ତିତ୍ବ ଏବଂ ମୂଲ୍ୟବୋଧ ଦ୍ୱାରା ପରିଚିତି ଲାଭ କରିଥାଏ, କିନ୍ତୁ ଜାତି ଦ୍ୱାରା ନୁହେଁ । ତେଣୁ ଆମକୁ ସେଭଳି ନୀତି ଓ ଆଦର୍ଶରେ ଚାଲିବାକୁ ପଡ଼ିବ ବୋଲି ଗଡ଼କରୀ କହିଛନ୍ତି। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ)ର ପ୍ରମୁଖ ସଦସ୍ୟ ଭାବେ ଗଡ଼କାରୀଙ୍କ ଏଭଳି ମନ୍ତବ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ଭଳି ତୁଙ୍ଗ ନେତାଙ୍କ ପ୍ରତି ପରୋକ୍ଷରେ ଉଦ୍ଦିଷ୍ଟ ବୋଲି ବିଭିନ୍ନ ମହଲରେ ବିବେଚନା କରାଯାଉଛି। ଆଗକୁ ଦିଲ୍ଲୀ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ରହିଥିବାରୁ ଗଡ଼କରୀଙ୍କ ମନ୍ତବ୍ୟ ଗୁରୁତ୍ବ ବହନ କରୁଛି।

ପାଣାଜୀଠାରେ ଅନୁଷ୍ଠିତ ବିଜେପି କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ଅବସରରେ ଗଡକରୀ ଦଳର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ସ୍ମରଣ କରିବା ସହିତ ତାଙ୍କ ମନ୍ତବ୍ୟକୁ ଉଲ୍ଲେଖ କରି କହିଛନ୍ତି ଯେ, ବିଜେପି ଏକ ଭିନ୍ନ ଚିନ୍ତାଧାରାର ଦଳ। ଆମେ ଅନ୍ୟ ଦଳଠାରୁ କେତେ ଭିନ୍ନ ତାହାକୁ ବୁଝିବା ସହିତ ସେହି ନୀତିରେ କାର୍ଯ୍ୟ କରିବାକୁ ପଡ଼ିବ। ବିଜେପିର ଭିନ୍ନ ଏବଂ ସ୍ବତନ୍ତ୍ର ଚିନ୍ତାଧାରାକୁ ନେଇ ଦେଶବାସୀଙ୍କ ରହିଥିବା ବିଶ୍ବାସ ଆଜି ଦଳକୁ କ୍ଷମତାଶୀଳ କରିପାରିଛି। ସେଥିପାଇଁ ଆମେ ଲୋକଙ୍କ ବିଶ୍ବାସକୁ ନେଇ ବାରମ୍ବାର ବିଜୟୀ ହୋଇ ଆସୁଛୁ। କିନ୍ତୁ ବିଜେପି କଂଗ୍ରେସର ଭୁଲର ପୁନରାବୃତ୍ତି କରିବା ଉଚିତ୍ ନୁହେଁ।

ସାଧାରଣ ନିର୍ବାଚନ-୨୦୨୪ ଶେଷ ହେବା ପରେ ୭ ରାଜ୍ୟର ୧୩ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିଜେପିକୁ ଶକ୍ତ ଝଟ୍‌କା ଲାଗିଛି। ଏହି ୧୩ ଆସନ ମଧ୍ୟରୁ ବିରୋଧୀ ‘ଇଣ୍ଡିଆ’ ମେଣ୍ଟକୁ ୧୦ଟି ଆସନ ମିଳିଥିଲା ବେଳେ ବିଜେପି ମାତ୍ର ଦୁଇଟି ଆସନରେ ସୀମିତ ରହିଛି । ସାଧାରଣ ନିର୍ବାଚନ ପରେ ହୋଇଥିବା ଏହି ପ୍ରଥମ ଉପନିର୍ବାଚନ ଉଭୟ ବିଜେପି ନେତୃତ୍ତ୍ବାଧୀନ ଏନ୍‌ଡିଏ ଏବଂ କଂଗ୍ରେସ ନେତୃତ୍ତ୍ବାଧୀନ ‘ଇଣ୍ଡିଆ’ ମେଣ୍ଟ ପାଇଁ ବହୁ ଗୁରୁତ୍ବ ବହନ କରୁଥିଲା। ଏବେ ଏହି ଉପନିର୍ବାଚନ ଫଳ ଜନମତ ସଂଗ୍ରହର ଏକ ସୂଚକ ଭାବେ ଉଭା ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର