୨୦୫୦ ସୁଦ୍ଧା ବଦଳିଯିବ ବିଶ୍ବ, ପତ୍ନୀ ସାଜିବ ରୋବୋଟ

The Sakala Picture
Published On

ନୂଆଦିଲ୍ଲୀ: ଆଉ କିଛି ବର୍ଷ ପରେ ବଦଳିଯିବ ବିଶ୍ବ। ମନୁଷ୍ୟ ନୁହେଁ, ରୋବୋଟ ପୃଥିବୀରେ ରାଜ୍ କରିବେ। ଏମାନେ ମନୁଷ୍ୟକୁ ଗୋଲାମ ବନାଇ ରଖିବେ। ଅନେକ ଚଳଚ୍ଚିତ୍ରରେ ଏବଂ ବିଜ୍ଞାନ ଭିତ୍ତିକ ପୁସ୍ତକରେ ଏଭଳି ଆଶଙ୍କା ପ୍ରକାଶ କରାଯାଇଥିଲା। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଆସିବା ପରେ ଏହି ଆଶଙ୍କା ସତ୍ୟ ହେବାରେ ଲାଗିଛି। ଚିକିତ୍ସା, ଚିତ୍ରକଳା, ଗୀତ ଗାଇବା, ଅଭିନୟ ଏବଂ ସମ୍ବାଦ ପରିବେଷଣ ଆଦି କାର୍ଯ୍ୟ ଏଆଇ ଦ୍ବାରା ହେଉଥିବାରୁ ହଜାର ହଜାର ଲୋକଙ୍କ ଚାକିରି […]

ନୂଆଦିଲ୍ଲୀ: ଆଉ କିଛି ବର୍ଷ ପରେ ବଦଳିଯିବ ବିଶ୍ବ। ମନୁଷ୍ୟ ନୁହେଁ, ରୋବୋଟ ପୃଥିବୀରେ ରାଜ୍ କରିବେ। ଏମାନେ ମନୁଷ୍ୟକୁ ଗୋଲାମ ବନାଇ ରଖିବେ। ଅନେକ ଚଳଚ୍ଚିତ୍ରରେ ଏବଂ ବିଜ୍ଞାନ ଭିତ୍ତିକ ପୁସ୍ତକରେ ଏଭଳି ଆଶଙ୍କା ପ୍ରକାଶ କରାଯାଇଥିଲା। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଆସିବା ପରେ ଏହି ଆଶଙ୍କା ସତ୍ୟ ହେବାରେ ଲାଗିଛି। ଚିକିତ୍ସା, ଚିତ୍ରକଳା, ଗୀତ ଗାଇବା, ଅଭିନୟ ଏବଂ ସମ୍ବାଦ ପରିବେଷଣ ଆଦି କାର୍ଯ୍ୟ ଏଆଇ ଦ୍ବାରା ହେଉଥିବାରୁ ହଜାର ହଜାର ଲୋକଙ୍କ ଚାକିରି ବିପଦରେ ପଡ଼ିଛି। ସାଧାରଣତଃ ପୁରୁଷ ପ୍ରଧାନ କୁହାଯାଉଥିବା ଏହି ସମାଜ ଏବଂ ସାମାଜିକ ବ୍ୟବସ୍ଥା ପାଇଁ ମହିଳା ରୋବୋଟ ଆହ୍ବାନ ସୃଷ୍ଟି କରିଛନ୍ତି। ରୋବୋଟ ଦୁନିଆରେ ଏହି ମହିଳା ରୋବୋଟଙ୍କ କର୍ତ୍ତୃତ୍ବ ବଢ଼ିବାରେ ଲାଗିଛି। ବର୍ତ୍ତମାନ ସମୟରେ ବିଶ୍ବର ପ୍ରମୁଖ ହ୍ୟମାନଏଡ୍ ରୋବୋଟଙ୍କ ମଧ୍ୟରେ ସର୍ବାଧିକ ମହିଳା ରୋବୋଟ ରହିଛନ୍ତି। ଏମାନେ ଆଗାମୀ ଦିନରେ ପୁରୁଷ ପ୍ରାଧାନ୍ୟ ସମାଜର ସାମାଜିକ ବ୍ୟବସ୍ଥାକୁ ବଦଳାଇ ଦେବେ ବୋଲି କୁହାଯାଉଛି। ମହିଳା ରୋବୋଟ ମହିଳଙ୍କ ଅସ୍ତିତ୍ବକୁ ଆହ୍ବାନ ଦେଉଛନ୍ତି। ୨୦୫୦ ସୁଦ୍ଧା ମହିଳା ରୋବୋଟ ପୁରୁଷଙ୍କ ସହ ସମ୍ବନ୍ଧ ରଖିପାରିବେ ଏବଂ ବାହା ହୋଇପାରିବେ ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି। ସ୍କଟଲାଣ୍ଡ ଲେଖକ ଡେଭିଡ ଲେଭି ନିଜ ପୁସ୍ତକରେ ମଧ୍ୟ ସମାନ ଆଶଙ୍କା କରିଥିଲେ।

ଆହୁରି ପଢ଼ନ୍ତୁ: ସଂସଦ ଭବନ ସମେତ ଦିଲ୍ଲୀର ୯ଟି ପ୍ରମୁଖ ସ୍କୁଲକୁ ବୋମା ଧମକ, ଇମେଲରେ ଲେଖାଅଛି- ‘ଦିଲ୍ଲୀ ବନେଗା ଖାଲିସ୍ତାନ’

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp