ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର : ଟ୍ରେନ୍‌ରେ ଯାତ୍ରା ବେଳେ ଶୋଇ ପଡିଲେ ବି ମିସ୍ ହେବନି ଆପଣଙ୍କ ଷ୍ଟେସନ୍‌

The Sakala Picture
Published On

ନୂଆଦିଲ୍ଲୀ : ଭାରତୀୟ ରେଳବିଭାଗ ଏହାର ଯାତ୍ରୀଙ୍କ ପାଇଁ ସବୁବେଳେ ଅନେକ ପ୍ରକାର ସୁବିଧା ଆଣିଥାଏ। ଯାତ୍ରୀଙ୍କ ଟ୍ରାଭେଲକୁ ଅଧିକ ଆରାମଦାୟକ କରିବା ପାଇଁ ରେଳବାଇ ନୂଆ ନୂଆ ସେବା ଯୋଡିବାରେ ଲାଗିଛି। ସେହି ସେବା ମଧ୍ୟରୁ ଗୋଟିଏ ହେଉଛି ‘ଡେଷ୍ଟିନେସନ ଆଲର୍ଟ’ ସେବା। ଏହି ସେବା ରାତିରେ ଯାତ୍ରୀଙ୍କୁ ତାଙ୍କ ଡେଷ୍ଟିନେସନ ବା ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପୂର୍ବରୁ ଆଲର୍ଟ ରହିବାରେ ସାହାଯ୍ୟ କରିଥାଏ। ଏହି ଅନୁଯାୟୀ, ଯାତ୍ରୀଙ୍କୁ ତାଙ୍କ ନିର୍ଦ୍ଧାରିତ ଷ୍ଟେସନ୍‌ରେ ୨୦ ମିନିଟ୍ […]

ନୂଆଦିଲ୍ଲୀ : ଭାରତୀୟ ରେଳବିଭାଗ ଏହାର ଯାତ୍ରୀଙ୍କ ପାଇଁ ସବୁବେଳେ ଅନେକ ପ୍ରକାର ସୁବିଧା ଆଣିଥାଏ। ଯାତ୍ରୀଙ୍କ ଟ୍ରାଭେଲକୁ ଅଧିକ ଆରାମଦାୟକ କରିବା ପାଇଁ ରେଳବାଇ ନୂଆ ନୂଆ ସେବା ଯୋଡିବାରେ ଲାଗିଛି। ସେହି ସେବା ମଧ୍ୟରୁ ଗୋଟିଏ ହେଉଛି ‘ଡେଷ୍ଟିନେସନ ଆଲର୍ଟ’ ସେବା। ଏହି ସେବା ରାତିରେ ଯାତ୍ରୀଙ୍କୁ ତାଙ୍କ ଡେଷ୍ଟିନେସନ ବା ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପୂର୍ବରୁ ଆଲର୍ଟ ରହିବାରେ ସାହାଯ୍ୟ କରିଥାଏ। ଏହି ଅନୁଯାୟୀ, ଯାତ୍ରୀଙ୍କୁ ତାଙ୍କ ନିର୍ଦ୍ଧାରିତ ଷ୍ଟେସନ୍‌ରେ ୨୦ ମିନିଟ୍ ପୂର୍ବରୁ ଏକ ଏସ୍‌ଏମ୍‌ଏସ୍ ଏବଂ ରିମାଇଣ୍ଡର କଲ୍ ଆସିଯିବ। ନିଜ ଟ୍ରେନ ଯାତ୍ରାରେ ଡେଷ୍ଟିନେସନ ଆଲର୍ଟ କେମିତି ସେଟ୍ କରିବେ ଏଥିପାଇଁ କେତେକ ପଦକ୍ଷେପ ଅନୁସରଣ କରିବାକୁ ହେବ।

ଆହୁରି ପଢ଼ନ୍ତୁ: ମହାକାଶରେ ଅସ୍ତ୍ରଶସ୍ତ୍ର ମୁତୟନ ନେଇ ଆମେରିକାର ସ୍ୱୀକାରୋକ୍ତି: ପ୍ରଥମ ଥର ପାଇଁ ଖୋଲାଖୋଲି ଘୋଷଣା କଲା ୟୁଏସ୍ ସ୍ପେସ୍ ଫୋର୍ସ

  • ଯେଉଁ ମୋବାଇଲରେ ଆପଣ ଡେଷ୍ଟିନେସନ ଆଲର୍ଟ ସେଟ୍ କରିବାକୁ ଚାହୁଁଛନ୍ତି ସେଥିରୁ ୧୩୯ ଉପରେ କଲ କରନ୍ତୁ ଏବେ ନିଜ ଭାଷା ଚୟନ କରନ୍ତୁ।
  • ଏବେ ଆପଣଙ୍କୁ ଆଇଭିଆର୍‌ ମେନ୍ୟୁରେ ଅପ୍ସନ ୭ ସିଲେକ୍ଟ କରିବାକୁ ହେବ।
  • ଏହାପରେ ଡେଷ୍ଟିନେସନ ଆଲର୍ଟ ପାଇଁ ୨ ପ୍ରେସ କରିବାକୁ ହେବ ଏହା ପରେ ନିଜ ୧୦ ଡିଜିଟ୍‌ର ପିଏନ୍‌ଆର୍‌ ଦେବାକୁ ହେବ ଏବଂ ଏହା ପରେ ୧ ଦବାଇ ତାହାକୁ କନଫର୍ମ କରିବାକୁ ହେବ।
  • ଥରେ କନ୍‌ଫର୍ମ ହୋଇଯିବା ପରେ ଆପଣଙ୍କ ଯାତ୍ରା ପାଇଁ ଡେଷ୍ଟିନେସନ ଆଲର୍ଟ ଏନେବଲ ହୋଇଯିବ ଏବଂ ଆପଣଙ୍କୁ ସେଥିପାଇଁ କନଫର୍ମେସନ ଏସଏମଏସ୍ ମିଳିବ।
  • ନିଜ ମୋବାଇଲରେ ଏସଏମଏସ୍ ଆପ୍ ଖୋଲନ୍ତୁ ଏବଂ ଟାଇପ୍ କରନ୍ତୁ। ଆଲର୍ଟ କରନ୍ତୁ ଏବଂ ୧୩୯ରେ ପଠାଇ ଦିଅନ୍ତୁ।
  • ଯାତ୍ରା ପାଇଁ ଆପଣଙ୍କ ଡେଷ୍ଟିନେସନ ଆଲର୍ଟ ସେଟ୍ ହୋଇଯିବ।
  • ଏହି କଥାକୁ ଧ୍ୟାନରେ ରଖନ୍ତୁ କି ଯେଉଁ ନମ୍ବରରୁ ଆପଣ ଡେଷ୍ଟିନେସ ଆଲର୍ଟ ଚାହୁଁଛନ୍ତି ସେହି ନମ୍ବରରେ କଲ୍/ଏସଏମଏସ୍ କରନ୍ତୁ।
  • ଏହା ସହିତ ୧୩୯ ରେ କଲ୍ କଲେ ବା ଏସଏମଏସ୍ ପଠାଇବା ପାଇଁ ଆପଣଙ୍କୁ ଚାର୍ଜ କରାଯିବ।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର