୨୦ ଟଙ୍କା ଲାଞ୍ଚ ମାମଲାରେ ୩୦ ବର୍ଷ ପରେ ମିଳିଲା ନ୍ୟାୟ, ହେଲେ ଖୁସି ମନାଇବା ପୂର୍ବରୁ ଆଖି ବୁଜିଲେ ବ୍ୟକ୍ତି

Tapas Ranjan Nanda Picture
Published On

ଅହମ୍ମଦାବାଦ: ନ୍ୟାୟ ପାଇବା ପାଇଁ ଜଣେ ବ୍ୟକ୍ତିଙ୍କୁ ଦୀର୍ଘ ୩୦ ବର୍ଷ ଅପେକ୍ଷା କରିବାକୁ ପଡ଼ିଲା। ମାତ୍ର ୨୦ ଟଙ୍କାର ଲାଞ୍ଚ ଅଭିଯୋଗକୁ ଭୁଲ ପ୍ରମାଣିତ କରି ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବାକୁ ଜୀବନର ଅଧା ସମୟ କୋର୍ଟ କଚେରୀରେ ବିତିଗଲା। କିନ୍ତୁ ବିଧିର ବିଧାନ ଥିଲା ବଡ଼ ବିଚିତ୍ର। ହାଇକୋର୍ଟରୁ ନିର୍ଦ୍ଦୋଷରେ ଖଲାସ ହେବାର ଠିକ୍ ପରଦିନ ହିଁ ବ୍ୟକ୍ତି ଜଣଙ୍କର ମୃତ୍ୟୁ ଘଟିଛି। ଗୁଜରାଟରୁ ଆସିଥିବା ଏହି ଖବର ଏବେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

କ’ଣ ଥିଲା ପୂରା ଘଟଣା?

ସୂଚନା ଅନୁଯାୟୀ, ଗୁଜରାଟର ଜଗଦୀଶ ପ୍ରଜାପତି ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ୨୦ ଟଙ୍କା ଲାଞ୍ଚ ନେବା ନେଇ ଅଭିଯୋଗ ହୋଇଥିଲା। ଏହି ମାମଲାରେ ୧୯୯୭ ମସିହାରେ ଏକ ସେସନ୍ସ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ୨୦୦୨ରେ ଚାର୍ଜ ଫ୍ରେମ୍ ହୋଇଥିଲା ଏବଂ ୨୦୦୩ରେ ସାକ୍ଷୀ ଶୁଣାଣି ଆରମ୍ଭ ହୋଇଥିଲା। ଶେଷରେ ୨୦୦୪ ମସିହାରେ ସେସନ୍ସ କୋର୍ଟ ପ୍ରଜାପତିଙ୍କୁ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ଜେଲ ଦଣ୍ଡ ଓ ୩,୦୦୦ ଟଙ୍କା ଜରିମାନା ଆଦେଶ ଦେଇଥିଲେ।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

ହାଇକୋର୍ଟରେ ୨୨ ବର୍ଷ ଗଡ଼ିଲା ମାମଲା

ନିମ୍ନ ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ କରି ପ୍ରଜାପତି ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେଠାରେ ତାଙ୍କ ଆବେଦନ ଦୀର୍ଘ ୨୨ ବର୍ଷ ଧରି ବିଚାରାଧୀନ ରହିଥିଲା। ଶେଷରେ ଚଳିତ ବର୍ଷ ଫେବୃଆରୀ ୪ ତାରିଖରେ ହାଇକୋର୍ଟ ତାଙ୍କୁ ନିର୍ଦ୍ଦୋଷ ବୋଲି ଘୋଷଣା କରିଥିଲେ। ସାକ୍ଷୀମାନଙ୍କ ବୟାନରେ ଗୁରୁତର ବିରୋଧାଭାସ ଥିବାରୁ ଏବଂ ଅଭିଯୋଜକ ପକ୍ଷ ଅଭିଯୋଗ ପ୍ରମାଣ କରିବାରେ ବିଫଳ ହୋଇଥିବାରୁ କୋର୍ଟ ଏହି ରାୟ ଦେଇଥିଲେ।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ରାୟ ଆସିବାର ପରଦିନ ହୃଦଘାତରେ ମୃତ୍ୟୁ

ପ୍ରଜାପତିଙ୍କ ଓକିଲ ନିତିନ ଗାନ୍ଧୀ କହିଛନ୍ତି ଯେ, ରାୟ ଆସିବା ପରେ ପ୍ରଜାପତି ବହୁତ ଖୁସି ଥିଲେ। ସେ ଓକିଲଙ୍କ ଅଫିସକୁ ଆସି କୃତଜ୍ଞତା ଜଣାଇ ଘରକୁ ଫେରିଥିଲେ। ଓକିଲ ତାଙ୍କୁ ସରକାରଙ୍କ ପକ୍ଷରୁ ମିଳିବାକୁ ଥିବା ସମସ୍ତ ବକେୟା ସୁବିଧା ପାଇଁ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ, ତା’ ପରଦିନ ଯେତେବେଳେ ଓକିଲ ତାଙ୍କୁ ଫୋନ କଲେ, ସେ ଜାଣିବାକୁ ପାଇଲେ ଯେ ହୃଦଘାତରେ ପ୍ରଜାପତିଙ୍କର ମୃତ୍ୟୁ ଘଟିଛି। ଦୀର୍ଘ ବର୍ଷର ଲଢେଇ ପରେ ମିଳିଥିବା ନ୍ୟାୟକୁ ଉପଭୋଗ କରିବା ପାଇଁ ସେ ଆଉ ଦୁନିଆରେ ନାହାନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର